Posted inଫୁରସତ

ଆଗ ଚକ ନ ଥାଇ ଚାଲୁଛି ଟ୍ରକ୍‌

ଲକ୍ଷ୍ନୌ: ଚକବିହୀନ ଟ୍ରକ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ପ୍ରସାରିତ ହେବାରେ ଲାଗିଛି। ଆଗ ଚକ ନ ଥିବା ଏକ ଟ୍ରକ୍‌ ଜଣେ ଡ୍ରାଇଭର ଖୁବ୍‌ ଜୋର୍‌ରେ ହାଇଓ୍ବେରେ ଗଲାଉଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଆଗ ଚକ ନ ଥିବା ଗାଡ଼ି ଚଲାଇବା ଏକ ପ୍ରକାର ଅସମ୍ଭବ ହୋଇଥିବାବେଳେ ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି ନିଶ୍ଚୟ। ଭାଇରାଲ ହୋଇଥିବା ଭିଡିଓକୁ ଦେଖି ଲୋକେ ଏଣ୍ଟରଟେନ୍‌ ହେବା ସହ ବହୁ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଡ୍ରାଇଭରଙ୍କ ଏ ପ୍ରକାର ଟ୍ୟାଲେଣ୍ଟକୁ ପ୍ରଶଂସା କରିଥିବାବେଳେ ଆଉଜଣେ ଲେଖିଛନ୍ତି ଏ ପ୍ରକାର ଘଟଣା କେବଳ ଭାରତରେ ହିଁ ସମ୍ଭବ। ଭିଡିଓଟିକୁ ୫ ନିୟୁତ ଲୋକ ଦେଖିସାରିବା ସହ ୫ ଲକ୍ଷ ଲୋକ ଲାଇକ୍‌ କରିଛନ୍ତି। ନିକଟରେ ଆଉ ଏକ ଭିିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବସ୍‌ ଡ୍ରାଇଭର୍‌ ରାସ୍ତା ମଝିରେ ଗାଡ଼ି ରଖି ଚା’ ଆଣିବାକୁ ଯାଇଥିଲେ। ଫଳରେ ରାସ୍ତାରେ କିଛି ସମୟ ଟ୍ରାଫିକ୍‌ ଜାମ୍‌ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri