Posted inଫୁରସତ

କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା

ପୂର୍ବ ସଂଖ୍ୟାରେ ଆମେ ସୂଚନା ଦେଇଥିଲୁ ମନ୍ଦିର ନିର୍ମାଣ ସମୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯାଉ ନ ଥିଲା। ଭଲ କାମରେ ପୁରସ୍କାର ଓ ସମ୍ମାନ, ଶୃଙ୍ଖଳା ଭଙ୍ଗରେ ଦଣ୍ଡ ବି ଦିଆଯାଉଥିଲା। ଗଜପତିଙ୍କ ସେନାପତିମାନେ ନିର୍ମାଣ ଦାୟିତ୍ୱରେ ରହିଥିବାର ଇତିହାସ ମିଳୁଛି। ସେନାପତିଙ୍କର ଏକ ଉପାଧି ଥିଲା ‘ସହସ୍ର ମଲ୍ଲ’। ସହସ୍ର ମଲ୍ଲ ପରମର୍ଦ୍ଦିଦେବଙ୍କ ନାମ ପୋଥି ଲିଖନ କାଳରେ ସାମାନ୍ୟ ଏପଟସେପଟ ହୋଇଯିବାର କେବେ କେମିତି ଲକ୍ଷ୍ୟ କରାଯାଏ। ଏପଟସେପଟ ହୋଇ ଯାଇଥିବା ସେଇ ନାମ ଗତ ସଂଖ୍ୟାରେ ଶୀର୍ଷକରେ ସ୍ଥାନ ପାଇଯାଇଥିଲା।
ଏଥର ଆମେ ବିଶୃଙ୍ଖଳା ଭିଆଇଥିବା ଓ ଦଣ୍ଡ ପାଇଥିବା ଦୁଇଟି ଘଟଣାକୁ ଆଲୋଚନା କରିବା। ଏହି ଆଲୋଚନାରୁ ଆମେ ଜାଣିବା ମନ୍ଦିର ନିର୍ମାଣ ସମୟରେ ଶିଳ୍ପୀମାନଙ୍କ ମଧ୍ୟରେ ରହିଥିବା ଦରଦୀ ହୃଦୟର ଆପଣାପଣିଆର କଥା। ସହାବସ୍ଥାନରେ ସହଯୋଗ କରିବା ହେଉଛି ମଣିଷପଣିଆର ଅକୁହା ଆବେଦନ। ଶିଳ୍ପୀ ହୁଅନ୍ତୁ କି ଶ୍ରମିକ ହୁଅନ୍ତୁ, ନିର୍ମାଣଶାଳାରେ ସମସ୍ତେ ଶୃଙ୍ଖଳାରେ ବନ୍ଧା। କାହାକୁ କିଛି ନ କହି ଥରେ ଭୀମ ମହାରଣା ଓ ନାରୀ ପଥୁରିଆଣି ସୁଖି ମହାରଣା ବିନା ଛୁଟିରେ କୋଣାର୍କରୁ ପୁରୀ ଚାଲିଆସିଥିଲେ। ବଳଶ୍ରୀଙ୍କ ନଜରକୁ କଥା ଆସିଲା। ଭବିଷ୍ୟତରେ ଏପରି ବିଶୃଙ୍ଖଳାକୁ ପ୍ରତିହତ କରିବା ପାଇଁ ଚିନ୍ତା କଲେ। ଚାରିଜଣ ଜଗୁଆଳିଙ୍କୁ ପୁରୀ ଆଡ଼କୁ ପଠାଇଲେ। ବାଟରେ ତାଙ୍କୁ ଗିରଫ କରାଗଲା। ବିଡ଼ାନାସୀଠାରେ ଥିବା ବନ୍ଦିଶାଳାକୁ ପଠାଇ ଦେଇଥିଲେ। ପରେ ସେମାନେ କ୍ଷମା ମାଗି ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ। ସେପରି ବିଶୃଙ୍ଖଳା କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଆଉ ଘଟି ନାହିଁ।
ଆଉ ଏକ ପ୍ରେମ ଘଟଣା ବି ଘଟିଥିଲା। ବଳଶ୍ରୀ ତାହାର ସମାଧାନ କରିଥିଲେ। ସୁନି ଓ ସମନାଥଙ୍କର ଏହା ଥିଲା ବହୁଚର୍ଚ୍ଚିତ ଘଟଣା। କେବଳ ପଦ୍ମତୋଳା ଗଣ୍ଡର ଚାରିପଟେ ନିର୍ମାଣଶାଳାରେ ଏହି ଘଟଣା ସୀମିତ ନ ଥିଲା। ଚାରି ଶିଳ୍ପୀ ଶିବିରରେ ବି ଚର୍ଚ୍ଚା ରୋଚକ ରୂପ ଧାରଣ କରିଥିଲା। ସୁନି ଥିଲା ମହିଳା ଶ୍ରମିକ। ଆଉ ସମନାଥ ପୁରୁଷ ପାଇଟିଆଳ। ଦୁହେଁ ଯୁବକ ଯୁବତୀ ଥିଲେ। ଅବିବାହିତ ମଧ୍ୟ। ସୁନିକୁ ନେଇ ସମନାଥ ଅନେକ ସ୍ବପ୍ନ ଦେଖିଥିଲା। ସୁନି ବି ନିଜକୁ ସଅଁପି ଦେଇଥିଲା ସମନାଥ ପାଖରେ। ଦିନେ ଏକ ଦୁର୍ବଳ ମୁହୂର୍ତ୍ତରେ ଅଘଟଣ ଘଟିଲା। ତୋଫା ଜହ୍ନରାତିରେ ସୁ ସୁ ଗର୍ଜୁଥିବା ଝାଉଁବଣରେ ଦୁହେଁ ଏକାଠି ହେଲେ। ସୁନି ଯେବେ ଜାଣିଲା ସେ ମାଆ ହେବାକୁ ଯାଉଛି… ଚୁପ୍‌ ଚୁପ୍‌ କାମ କଲାବେଳେ ସମନାଥକୁ କହିଲା। ଦୁହେଁ ରାତିରେ ନିଜ ନିଜ ଶିବିର ଛାଡ଼ି ଚାଲିଯିବାକୁ ବସିଥିଲେ। ଜଗୁଆଳ ବକୁ ସେମାନେ ଲୁଚି ଲୁଚି ଯାଉଥିବାର ଜାଣି ପଛେ ପଛେ ଗଲା। ଠିକ୍‌ ଗୋପ ଗଁା ପାଖରେ ତାଙ୍କୁ ଧରିଲା। କାରଣ ପଚାରି ଜାଣିଲା। ସାଙ୍ଗରେ ଫେରେଇ ଆଣିଲା। କଥା ପହଞ୍ଚତ୍ଲା ବଳଶ୍ରୀଙ୍କ ପାଖରେ। ବଳଶ୍ରୀ ପଚାରିଲେ- ସମନାଥ! ଯାହା ଶୁଣୁଛି ତାହା କ’ଣ ସତ୍ୟ? ସମନାଥ ନିର୍ଭୀକ ଭାବରେ କହିଲା- ହଜୁର! ସତ୍ୟ। ମୁଁ ତାକୁ ଭାରିଯା ରୂପେ ଗ୍ରହଣ କରିବାକୁ ଚାହୁଁଛି। ତା’ର ମଧ୍ୟ ସେୟା ଇଚ୍ଛା। ସେ ମୋ ପାଖରେ ରହିବ କହୁଛି।
ବଳଶ୍ରୀ କହିଲେ- ଭଲ କଥା। ତୁମେ ଦୁହେଁ ଦୁହିଁଙ୍କୁ ବୁଝିଛ। ତମର ବୁଝାମଣା ହେଇଛି। ତାହା ଅଙ୍ଗୀକାରପତ୍ରରେ ଲିପିବଦ୍ଧ ହେବ। ସମନାଥ ରାଜି ହେଲା। ଅଙ୍ଗୀକାର ପତ୍ରରେ ସ୍ବୀକୃତି ଦେଲା- ସୁନିର ଦାୟିତ୍ୱ ସେ ଜୀବନ ସାରା ନେବ।
ଅଙ୍ଗୀକାର ପତ୍ର ଲେଖିଦେବା ପରେ ସେ ଘଟଣା ସେଇଠି ସମାପ୍ତ ହେଲା। ଦୁହେଁ ମନ୍ଦିର ନିର୍ମାଣ କାର୍ଯ୍ୟରେ ପୂର୍ବ ପରି ଯୋଗଦେଲେ। ସେମାନଙ୍କୁ କାମ କରିବା ପାଇଁ ଯୋଗ୍ୟ ବୋଲି ଘୋଷଣା କଲେ ବଳଶ୍ରୀ।
ସମସ୍ତ ଭଣ୍ଡାରର ହିସାବପତ୍ର ବଳଶ୍ରୀ ବୁଝୁଥିଲେ। ହିସାବ ଦାୟିତ୍ୱ ଥିଲା ବୀରବର ପଟ୍ଟନାୟକଙ୍କ ଉପରେ। ସେ ଟିକିନିଖି ହିସାବ ଦେଇଥିଲେ। ଭଣ୍ଡାରରେ ଧାନ, ବିରି ଓ ମୁଗ କେତେ ଅଛି। ବିଭିନ୍ନ କାଠବାକ୍ସରେ କ’ଣ କ’ଣ ରହିଛି। ଲୁହା ସାମଗ୍ରୀ ଭଣ୍ଡାର, କାଠ ଭଣ୍ଡାର, ପଥର କେତେ ବଳକା ଅଛି, କାମ ପାଇଁ କେତେ ପଥର ଦିଆଯାଇଛି। ସୂତ୍ରଧରଙ୍କ ଶିବିର, ଦେଉଳି ଶିବିର, ବସାଉଠାଘର, ରୋଷେଇଘର, ମହାଶ୍ରମଙ୍କ ଶିବିର, ରୂପାଶଗଡ଼ ଶିବିର, ରୂପା ଶଗଡ଼ ଭଣ୍ଡାର, ମହନ୍ତ ବେଣୁଧର ଦାସଙ୍କ ମଠର ସମସ୍ତ ହିସାବ ଦେବାପରେ କେଉଁଠୁ କ’ଣ କ’ଣ ଏ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ପାଇଁ ଆସିଛି ତା’ର ମଧ୍ୟ ହିସାବ ବଳଶ୍ରୀଙ୍କ ପାଖରେ ଦାଖଲ କରିଥିଲେ। ଏହି ପ୍ରସଙ୍ଗରେ ବଳଶ୍ରୀଙ୍କ ପରିଚୟ ମିଳେ। ତାଙ୍କ ନାମ ଲେଖାଯାଇଛି- ସାମନ୍ତ ପରମର୍ଦ୍ଦି ସୁଆସମଲ୍ଲ ବଳଶ୍ରୀ ଭୋଗିକ ସଦ୍ଦି। ଏଥିରୁ ଜଣାଯାଉଛି ସୁଆସମଲ୍ଲ ଏକ ରାଜ ଉପାଧି ଥିଲା। ଯେଉଁମାନେ ସୈନ୍ୟବାହିନୀରେ ସେନାପତି ଭାବରେ କାମ କରୁଥିଲେ। ବଳଶ୍ରୀ ଯେତେବେଳେ ମନ୍ଦିର କାର୍ଯ୍ୟ ତଦାରଖ କରିବାକୁ ଆସିପାରି ନାହାନ୍ତି ସେତେବେଳେ ଆଉ ଜଣେ ସୁଆସମଲ୍ଲ ଆସିଛନ୍ତି ଗଜପତିଙ୍କ ଆଦେଶରେ। ସେ ହେଲେ ସୁଆସମଲ୍ଲ ବୀରବର ବାସୁବଳେନ୍ଦ୍ର ନରେନ୍ଦ୍ର। ସେ ଆସି କୋଣାର୍କରେ ରହିଥିଲେ। ତାଙ୍କରି ଉପସ୍ଥିତିରେ ୨ଟି ପ୍ରସ୍ତରଘୋଡ଼ା ଦକ୍ଷିଣପଟ ପୀଠ ଉପରେ ଖଞ୍ଜାଯାଇଥିଲା।
ନିର୍ମାଣ କାଳରେ ଦୁଇଟି ଅଘଟଣ ଉଲ୍ଲେଖଯୋଗ୍ୟ। ଶିଳ୍ପୀ ମୁକୁନ୍ଦ ମହାପାତ୍ରଙ୍କର ନିମୋନିଆରେ ଦେହାନ୍ତ ଓ ତାଙ୍କ ପରିବାରକୁ କିପରି ସାହାଯ୍ୟ କରାଯାଇଥିଲା ପୂର୍ବରୁ ଆମେ ଲେଖିଥିଲୁ। ସୁଆସମଲ୍ଲ ବଳଶ୍ରୀ କୋଣାର୍କରେ ଥିବାବେଳେ ଆଉ ଏକ ଅଘଟଣ ଘଟିଥିଲା। ଅକ୍ଷୟ ତୃତୀୟାରେ ମନ୍ଦିରର ଉତ୍ତରପଟେ ଯଜ୍ଞ ହୋଇଥିଲା। ଯଜ୍ଞ ଆରମ୍ଭ ଦିନ ଯୋଗୀ ମହାପାତ୍ର ଫାଶୀକାଠ ଭାରା ଉପରୁ ଗୋଡ଼ ଖସିଯିବାରୁ ପଡ଼ିଯାଇଥିଲେ। ପୋଥିରେ ଲେଖା ହୋଇଛି- ”ହରି ଛାଡ଼ିଗଲେ“ ବଳଶ୍ରୀ ନିଜେ ହାତରୁ ଏକମାଢ଼ ସୁନାଦେଇ ଦାହ ସଂସ୍କାର କରାଇଥିଲେ। ସେହିଦିନ ଶିଳ୍ପୀମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦିଆଯାଇଥିଲା। ଶିଳ୍ପୀମାନେ ୧୨୨ ମାଢ଼ ସୁନା ଗ୍ରହଣ କରିଥିଲେ। ଆଶ୍ଚର୍ଯ୍ୟ କଥା ସେଥିରୁ ୧୦୦ ମାଢ଼ ସୁନା ସେମାନେ ଯୋଗୀ ମହାରଣା ପରିବାରକୁ ଦାନ କରିଦେଇଥିଲେ। ତା’ ସହିତ ବଳଶ୍ରୀ ସାତମାଢ଼ ସୁନା ପୁଣି ଦେଇଥିଲେ। ଏହା କୋଷାଗାରରୁ ଦିଆଯାଇ ନ ଥିଲା। ବଳଶ୍ରୀ ବ୍ୟକ୍ତିଗତ ଭାବରେ ଦେଇଥିଲେ।
ଏସବୁ ଉଲ୍ଲେଖ କରିବାର ଚିତ୍ର ସ୍ପଷ୍ଟ। ଶିଳ୍ପୀମାନଙ୍କ ମଧ୍ୟରେ ଅନ୍ୟ ଜଣେ ଶିଳ୍ପୀଙ୍କ ପ୍ରତି ଯେଉଁ ଦରଦ ଓ ସହଯୋଗ ଥିଲା, ତାହା ଲକ୍ଷ୍ୟ କରିବା କଥା। ଯୋଗୀ ମହାପାତ୍ରଙ୍କ ପୁଅ ‘ସୋମ’ ଗଁାରୁ ଆସିଥିଲେ। ତାଙ୍କୁ ୨ ମାଢ଼ ସୁନା, ୧୭ ଗୌଣି ଚାଉଳ ଓ ୧୨ ଗୌଣି ମୁଗ ଦିଆଯାଇଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?