ହାତୀକୁ ଧକ୍କାଦେଲା ଟ୍ରେନ୍‌

କେନ୍ଦୁଝର,୯।୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧିନସ୍ଥ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଶନିବାର ରାତିରେ ରେଳ ଦୁର୍ଘଟଣା ପରେ ଆହତ ହୋଇଥିବା ହାତୀର ଅବସ୍ଥାରେ ସୁଧାର ହେଉନି। ହାତୀର ଗୋଡ଼ରେ ମାଡ଼ ହୋଇଥିବାରୁ ଠିଆ ହୋଇପାରୁନି। ଏଣୁ ତଳେ ପଡ଼ି ରହିଛି। ଡିଏଫ୍‌ଓ ଅଜିତ ଶତପଥୀଙ୍କ ତତ୍ତ୍ୱାବଧାନରେ ହାତୀର ଚିକିତ୍ସା କରିବା ସହ ଉଠାଇବାକୁ ଉଦ୍ୟମ କରାଯାଉଛି। ଉକ୍ତ ରାସ୍ତାରେ ସର୍ବଦା ହାତୀମାନେ ଯାତାୟାତ କରିଥାନ୍ତି। ଏଣୁ ସତର୍କତା ଫଳକ ଲାଗିଛି। ଉକ୍ତ ଦନ୍ତା ହାତୀଟି ଦୀର୍ଘଦିନ ହେଲା ଉକ୍ତ ଅଞ୍ଚଳରେ ଏକୁଟିଆ ବୁଲୁଥିବା ଏବଂ ଟ୍ରେନ୍‌ ଲାଇନ ପାର ହୋଇ ଯାତାୟାତ କରୁଥିଲା। ତେବେ କେଉଁ ପରିପ୍ରେକ୍ଷୀରେ ଦୁର୍ଘଟଣା ଘଟିଲା ତାହା ତଦନ୍ତସାପେକ୍ଷ। ବନ ବିଭାଗ ପକ୍ଷରୁ ହାତୀର ଟ୍ରାକ ରଖିଥିଲେ କି ନାହିଁ ଏବଂ ଉକ୍ତ ସ୍ଥାନରେ ଟ୍ରେନର ବେଗ ତଥା ହର୍ନ ବାଜିଥିଲା କି ନାହିଁ ତଦନ୍ତ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡା ଡାକ୍ତରଖାନା: ଏଣିକି ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ପାଇବେ ରୋଗୀ

ଚିତ୍ରକୋଣ୍ଡା,୨ା୧(ଡି.ଏନ.ଏ.)- ଚିତ୍ରକୋଣ୍ଡାସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନାରେ ବୁଧବାର ପ୍ରଥମ କରି ରୋଗୀମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର ପାଇଁ ପ୍ରଦାନ କରାଯାଇଛି। ପୂର୍ବରୁ...

ଶୁଖିଲା ପଡ଼ିବ ୫ ଶହ ଏକର ଜମି

ପଟ୍ଟାମୁଣ୍ଡାଇ,୧୧।୧(ଡି.ଏନ.ଏ.): ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ମାଳିବସା ଠାରୁ ମିଜାଉଁଣୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ କିମି ରାସ୍ତା ନିର୍ମାଣ ଚାଲିଛି।...

କାର ଭିତରୁ ୩୬ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୯।୭: ଖୋର୍ଦ୍ଧା ଜିଲା ଟାଉନ ପୋଲିସ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ନିକଟରୁ ଗୁରୁବାର ରାତିରେ ଏକ କାର ଭିତରୁ ୩୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ...

କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା...

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଯୁବକ, ଆଉ ଏବେ…

ନିଶ୍ଚିନ୍ତକୋଇଲି,୨୫ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସରପଡ଼ା ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୈତିକ...

ଚୋର ସନ୍ଦେହରେ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭଞ୍ଜନଗର,୧୨।୩: ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗୁରୁବାର ରାତିରେ ଗେରେଡ଼ା ନିକଟ ଏକ ସାହିରେ ଜଣେ ବ୍ୟାଙ୍କ...

ବଢୁଛି ଷଣ୍ଢ ଦୌରାତ୍ମ୍ୟ

ଢେଙ୍କାନାଳ ଅଫିସ, ୧୮।୭ – ଢେଙ୍କାନାଳ ସହରରେ ବୁଲା ଷଣ୍ଢଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରମୁଖ ବଜାର, ଜନଗହଳିପୂର୍ଣ୍ଣ ରାସ୍ତା ଗୋରୁଙ୍କ କବ୍‌ଜାରେ ରହୁଛି। ବାରମ୍ବାର...

ଚାକିରି ଦେବା ନାଁରେ ଠକେଇ; ୪ ଯୁବତୀ ସମେତ ୬ ଗିରଫ

କେନ୍ଦୁଝର,୨୪ା୬ (ସ୍ବ.ପ୍ର.)-ଏକ ମାର୍କେଟିଂ ସଂସ୍ଥା ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଠକିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ୪ ଯୁବତୀଙ୍କ...

Advertisement
Archives

Model This Week