Posted inଜାତୀୟ

ତ୍ରିକୋଣୀୟ ପ୍ରେମର ଦୁଃଖଦ ଅନ୍ତ: ଦୁଇ ଗର୍ଲଫ୍ରେଣ୍ଡଙ୍କୁ ଡାକିଲେ, ଜଣଙ୍କୁ ବଞ୍ଚାଇବା ପାଇଁ…

ବେଙ୍ଗାଲୁରୁ,୩।୨: କର୍ନାଟକରେ ତ୍ରିକୋଣୀୟ ପ୍ରେମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ କନ୍ନଡ ଜିଲାର ସୋମେଶ୍ୱରା ବିଚ୍‌କୁ ଜଣେ ଯୁବକ ତାଙ୍କର ଦୁଇ ଗର୍ଲଫ୍ରେଣ୍ଡଙ୍କୁ ଡାକିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଜଣେ ଗର୍ଲଫ୍ରେଣ୍ଡ ସମୁଦ୍ରକୁ ଡେଇଁଲେ। ଏହା ପରେ ଯୁବକ ଜଣକ ତାଙ୍କୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇଁପଡିଥିଲେ। ଏହି ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ବଞ୍ଚି ଯାଇଥିଲେ, କିନ୍ତୁ ଯୁବକ ଜଣଙ୍କ ବଞ୍ଚି ପାରି ନ ଥିଲେ। ମୃତ୍ୟୁବରଣ କରିଥିବା ଯୁବକଙ୍କର ବୟସ ୨୮ ବର୍ଷ ଥିଲା ଏବଂ ଏହାର ନାମ ଲୟଡ ଡି’ସୁଜା।
ସୂଚନାନୁସାରେ, ଏହି ଘଟଣା ଦକ୍ଷିଣ କନ୍ନଡ ଜିଲାର ସୋମେଶ୍ୱରା ବିଚରେ ଘଟିଛି। ମୃତ୍ୟୁବରଣ କରିଥିବା ଯୁବକ ଲୟଡ ଇଲିୟର୍ପଡାଭୁର ବାସିନ୍ଦା ଥିଲେ। ଦୁଇ ଯୁବତୀଙ୍କ ସହ ତାଙ୍କର ପ୍ରେମ ଏକାସାଙ୍ଗରେ ଚାଲିଥିଲା। ସେ ସୋମେଶ୍ୱର ବେଳାଭୂମିରେ କଥାବାର୍ତ୍ତା ପାଇଁ ଉଭୟ ଯୁବତୀଙ୍କୁ ଏକାଠି ଡାକିଥିଲେ। କିନ୍ତୁ ଏହି କଥାବାର୍ତ୍ତା ସମୟରେ ତାଙ୍କର ଜଣେ ଗର୍ଲଫ୍ରେଣ୍ଡଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ଗର୍ଲଫ୍ରେଣ୍ଡ ଜଣଙ୍କ ସମୁଦ୍ରକୁ ଡେଇଁଲେ। ଏପରି ପରିସ୍ଥିତିରେ ଲୟଡ ଗର୍ଲଫ୍ରେଣ୍ଡକୁ ଉଦ୍ଧାର କରିଥିଲେ, କିନ୍ତୁ ସେ ନିଜେ ସମୁଦ୍ର ଜୁଆରରେ ବୁଡ଼ି ଯାଇଥିଲେ।
ଯୁବକ ଜଣକ ସମୁଦ୍ରରେ ବୁଡ଼ିଯିବାର ଦେଖି ସେ ତାଙ୍କୁ ଆଖପାଖର ଲୋକଙ୍କଠାରୁ ରକ୍ଷା କରିବାକୁ ଚେଷ୍ଟା କଲେ। ଲୋକମାନେ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଲୟଡ ଆବୁଧାବିରେ କାମ କରୁଥିଲେ। କରୋନା ସମୟରେ ସେ ତାଙ୍କ ଗାଁକୁ ଆସିଥିଲେ। ଦୁଇଜଣ ଯୁବତୀଙ୍କୁ ସୋସିଆଲ ମିଡିଆରେ ଭେଟିବା ପରେ ବନ୍ଧୁତା କରିଥିଲେ। ଏକାସାଙ୍ଗରେ ଉଭୟ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri