ୟୁକ୍ରେନ୍‌ରେ ଯୁଦ୍ଧର ପଦଧ୍ୱନୀ, ଆମେରିକା ମୁତୟନ କଲା ସୈନ୍ୟ…

ଓ୍ବାଶିଂଟନ, ୩।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ହେବାର ଭୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ସପ୍ତାହରେ ପୋଲାଣ୍ଡ ଏବଂ ଜର୍ମାନୀକୁ ପ୍ରାୟ ୨,୦୦୦ ସୈନ୍ୟ ପଠାଇବାର ବ୍ୟବସ୍ଥା କରୁଛନ୍ତି। ଏପରି କରି ନାଟୋର ପୂର୍ବ ପାର୍ଶ୍ୱରେ ଥିବା ତାଙ୍କ ସହଯୋଗୀଙ୍କ ପ୍ରତି ଆମେରିକାର ବିଶ୍ୱସ୍ତତା ପ୍ରଦର୍ଶନ କରିଛନ୍ତି। ସେହିପରି ଜର୍ମାନରୁ ୧,୦୦୦ ସୈନିକଙ୍କୁ ରୋମାନିଆକୁ ପଠାଯାଉଛି। ବୁଧବାର ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ପେଣ୍ଟାଗନ ପ୍ରେସ ସଚିବ ଜନ କିର୍ବି କହିଛନ୍ତି ଯେ ଆମେରିକାର ସୈନ୍ୟମାନେ ୟୁକ୍ରେନରେ ପ୍ରବେଶ କରିବେ ନାହିଁ ଏବଂ ଆଗାମୀ ଦିନରେ ଆମେରିକାର କମାଣ୍ଡରେ ନୂତନ ସୀମାକୁ ଯିବେ।

ୟୁକ୍ରେନ ସୀମା ନିକଟରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ନେଇ ବୃଦ୍ଧି ପାଉଥିବା ତିକ୍ତତା ମଧ୍ୟରେ ସହଯୋଗୀଙ୍କୁ ଆଶ୍ୱାସନା ଦେବା ଉଦ୍ଦେଶ୍ୟାରେ ଏଭଳି କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆର ସମାବେଶ ୟୁକ୍ରେନ୍‌ ସୀମାରେ ଜାରି ରହିଛି। ସୈନ୍ୟ ମୁତୟନର ଉଦ୍ଦେଶ୍ୟ ଯୁଦ୍ଧ କରିବା ନୁହେଁ, ବରଂ ଆକ୍ରମଣକୁ ବନ୍ଦ କରିବା ବୋଲି ସେ କହିଛନ୍ତି।

ପୋଲାଣ୍ଡର ପ୍ରତିରକ୍ଷା ମନ୍ତ୍ରୀ ମାରିୟୁଜ ବ୍ଲାସଜାକ ଟୁଇଟ୍‌ କରି କହିଛନ୍ତି ଯେ ତାଙ୍କ ଦେଶରେ ଆମେରିକାର ସୈନ୍ୟ ଜମା ହେବାରେ ଲାଗିଛନ୍ତି। ୟୁକ୍ରେନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନାଟୋ ଏକତା ଲାଗି ଏଭଳି କରାଯାଉଛି। ଏହା ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ନାଟୋ ପ୍ରତି ପ୍ରତିବଦ୍ଧତାର ଏକ ସଙ୍କେତ ପଠାଯାଇଛି।

ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ପୂର୍ବ ୟୁରୋପରେ ଛୋଟ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସଦସ୍ୟ ରାଷ୍ଟ୍ରମାନେ ଏହା ପରବର୍ତ୍ତୀ ପଦକ୍ଷେପ ହୋଇପାରନ୍ତି ବୋଲି ଚିନ୍ତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri