ହଜିବାକୁ ବସିଛି ପାରମ୍ପାରିକ ଦେଶୀ ସୁଢି ଆମ୍ବ

କେନ୍ଦୁଝର,୨୬।୫(ସ୍ବ.ପ୍ର): କେନ୍ଦୁଝର ଜିଲାର ବଣପାହାଡ ତଥା ବାଡି ବଗିଚାରେ ଅଞ୍ଚଳରେ ଫଳୁଥିବା ଦେଶୀ ଆମ୍ବର ଚାହିଦା କମିବାକୁ ବସିଛି। ଯାହାକୁ ସ୍ଥାନୀୟ ଭାଷାରେ ସୁଢି ଆମ୍ବ କୁହାଯାଏ। ବର୍ତ୍ତମାନ ହାଟ ବଜାରରେ ଏହି ଆମ୍ବର ସ୍ଥାନ କଲମୀ ଆମ୍ବ ନେଇ ଥିବା ବେଳେ ଆଗଭଳି ଦେଶୀ ଆମ୍ବ ମିଳୁନାହିଁ । ଅନ୍ୟପକ୍ଷରେ ଲୋପ ପାଇବାକୁ ବସୁଥିବା ଦେଶୀ ଆମ୍ବର ନିଆରା ଖଟାମିଠା ସ୍ବାଦ, ସ୍ବାସ୍ଥ୍ୟଗତ ଉପାଦେୟତା ଆଦିକୁ ନେଇ ପୁରୁଣା ଲୋକ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ଆଗରୁ ବଣଜଙ୍ଗଲ ବ୍ୟତୀତ ପ୍ରତ୍ୟେକ ଗ୍ରାମର ବିଲ, ବାଡିବଗିଚା, ରାସ୍ତାକଡ ରେ ବହୁ ସଂଖ୍ୟାରେ ଦେଶୀ ଆମ୍ବ ଗଛ ଦେଖିବାକୁ ମିଳୁଥିଲା। ସେହିପରି ପ୍ରତ୍ୟେକ ଗ୍ରାମରେ ଆମ୍ବ ତୋଟା ମଧ୍ୟ ଥିଲା। ତେବେ ବିଭିନ୍ନ କାରଣରୁ ଏହି ସବୁ ଆମ୍ବ ତୋଟା ଲୋପ ପାଇବାକୁ ବସିଲାଣି। ଏହା ବଦଳରେ କଲମୀ ଆମ୍ବ ଗଛ ଚାରା ରୋପଣ କରାଯାଉଥିବାରୁ ଏହି ପାରମ୍ପାରିକ ଦେଶୀ ଆମ୍ବ ଧୀରେ ଧୀରେ ଲୋପ ପାଇ ଯିବାକୁ ବସିଛି। ଗାଁର ଲୋକମାନେ ବିଶେଷ କରି ବନବାସୀ ମାନେ ଆମ୍ବ ଋତୁରେ ବଣଜଙ୍ଗଲ, ତୋଟା ତଥା ରାସ୍ତାଘାଟରୁ ଆମ୍ବ ସଂଗ୍ରହ କରି ନିଜେ ଖାଇବା ସହ ହାଟବଜାର ତଥା ରାସ୍ତା କଡରେ ବସି ବିକ୍ରି ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ ତେଲ ଲୁଣ କିଣି ସଂସାର ଚଳାଉଥିଲେ। ବହୁ ଦୂରରୁ ଚାଲି ଚାଲି ବା ଗାଡିରେ ଆମ୍ବ ଓ ଅନ୍ୟାନ୍ୟ ଫଳ ବୋଝ ମୁଣ୍ଡାଇ ଆସି ହାଟ ବଜାରରେ ବା ରସ୍ତା କଡରେ ଯେଉଁ କିଛି ପସରା ମେଲାଇ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ବସି ରହୁ ଥିଲେ ହେଁ ତାହାର ଉପଯୁକ୍ତ ଦର ପାଇପାରୁନାହାଁନ୍ତି। ଆମ୍ବର ସଂରକ୍ଷଣ ପାଇଁ ଆଦିବାସୀ ଅଞ୍ଚଳରେ ଶୀତଳ ଭଣ୍ଡାର ନାହିଁ। ଫଳରେ ପ୍ରତିଦିନ ବହୁ ପରିମାଣରେ ଫଳ ନଷ୍ଟ ହେଉଛି। ଆଦିବାସୀମାନେ ବାଧ୍ୟ ହୋଇ ବିକ୍ରି ନ ହେଲେ ମାଗଣା ବା ବହୁ କମ୍‌ ମୂଲ୍ୟରେ ଆମ୍ବ ବିକୁଛନ୍ତି କିମ୍ବା ଫିଙ୍ଗି ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। ପର୍ଯ୍ୟାପ୍ତ ପରିମାଣରେ କଲମୀ ଆମ୍ବକୁ ସରକାର ପ୍ରୋତ୍ସାହନ ଦେଉଥିବାରୁ ଏହି ଦେଶୀ ଆମ୍ବ ଏବେ ଅଲୋଡା ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri