Posted inଫୁରସତ

କାହିଁକି ପିନ୍ଧାଯାଏ ଝୁଣ୍ଟିଆ

ଝୁଣ୍ଟିଆ ପିନ୍ଧିବା ପରମ୍ପରା ଏବେକାର ନୁହେଁ, ବହୁ ପୁରୁଣା ଏହାର ଇତିହାସ। କୁହାଯାଏ ଲଙ୍କାର ରାଜା ରାବଣ ଯେବେ ମାତା ସୀତାଙ୍କୁ ଅପହରଣ କରି ନେଇଯାଉଥିଲେ, ମାତା ସୀତା ନିଜର ଝୁଣ୍ଟିଆ ଖୋଲି ପକାଇ ଦେଇଥିଲେ। ଯେମିତିକି ତାଙ୍କୁ ଖୋଜିବା ରାମଚନ୍ଦ୍ରଙ୍କ ପାଇଁ ସହଜ ହେବ। ଏଣୁ କୁହାଯାଇପାରେ ହିନ୍ଦୁଧର୍ମରେ କାହିଁ କେବେଠୁ ଝୁଣ୍ଟିଆ ବିବାହିତାନାରୀଙ୍କ ଶୃଙ୍ଗାରର ମୁଖ୍ୟ ଅଂଶ ହୋଇ ରହି ଆସିଛି। ପାଦର ଦ୍ୱିତୀୟ ଆଙ୍ଗୁଳିରେ ଏହାକୁ ପିନ୍ଧାଯାଏ। ଆଉ ଖାସ୍‌କରି ବିବାହ ପରେ ରୂପା ଝୁଣ୍ଟିଆ ପାଦର ବଡ ଆଙ୍ଗୁଳି ପରେ ଥିବା ଦୁଇଟି ଆଙ୍ଗୁଳିରେ ପିନ୍ଧାଯାଏ। ଏହାଦ୍ୱାରା ବୈବାହିକ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି। ତା’ସହ ଏହାବି ଧରାଯାଏ ଯେ, ଝୁଣ୍ଟିଆ ମା’ ଲକ୍ଷ୍ମୀଙ୍କୁ ଆକର୍ଷିତ କରେ। ତେଣୁ ବିବାହ ପରେ ଏହାକୁ ପିନ୍ଧିବା ଅନିବାର୍ଯ୍ୟ ବୋଲି ହିନ୍ଦୁଧର୍ମରେ ମାନ୍ୟତା ରହିଛି। ଏହି ଝୁଣ୍ଟିଆ ସହ ସ୍ବାସ୍ଥ୍ୟ ଓ ବିଜ୍ଞାନ ବି ଜଡିତ ଅଛି। ଆୟୁର୍ବେଦ ଅନୁସାରେ ହୃତ୍‌ପିଣ୍ଡ ଓ ଗର୍ଭାଶୟ ସହ ପାଦର ଦ୍ୱିତୀୟ ଅଙ୍ଗୁଳିର ଶିରାର ସଂଯୋଗ ରହିଛି। ତେଣୁ ଯେବେ ଝୁଣ୍ଟିଆ ପିନ୍ଧାଯାଏ ତାହାଦ୍ୱାରା ପାଦ ଆଙ୍ଗୁଳି ଚାପି ହେବା ସହ ସେହି ଶିରାରେ ବି ଚାପ ପଡେ। ଯାହାକି ଆକ୍ୟୁପ୍ରେସର୍‌ର କାମ କରିଥାଏ। ଫଳରେ ମହିଳାଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହେ। ତା’ସହ ରକ୍ତର ପ୍ରବାହ ଭଲଭାବେ ହୁଏ। ଋତୁସ୍ରାବ ନିୟମିତ ଭାବେ ହୁଏ। ଆଉ ଗର୍ଭାଶୟ ବି ସୁସ୍ଥ ରହେ। ଏହାବାଦ ଝୁଣ୍ଟିଆ ଏମିତି କିଛି ଶିରା ଉପରେ ବି ଚାପ ପକାଏ ଯାହା ମହିଳାଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ। ତେବେ କେବଳ ରୂପା ଝୁଣ୍ଟିଆ ପିନ୍ଧିବା ପଛରେ ବି ଅନେକ କାରଣ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରୂପା ଆମ ଶରୀରରୁ ନକରାତ୍ମକ ଉର୍ଜାକୁ ଅବଶୋଷିତ କରିନିଏ ଓ ସକରାତ୍ମକ ଉର୍ଜାକୁ ବଢାଇଥାଏ। ଏହା ଶରୀରକୁ ଶୀତଳତା ବି ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କର୍ମଚାରୀ ପଦ ଲାଗି ୭ ହଜାର ଇଞ୍ଜିନିୟରଙ୍କ ଆବେଦନ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁରରେ ସଫେଇ କର୍ମଚାରୀ ପଦବୀ ଲାଗି ୭ ହଜାର ଇଞ୍ଜିଜିନିୟରଙ୍କ ଆବେଦନ ବେକାରି ସମସ୍ୟାର ବିକଳ ଚିତ୍ରକୁ ପଦାରେ ପକାଇଛି। ସିଟି କର୍ପୋରେଶନରେ...

ରେଭେନ୍ସା ଛାତ୍ରରୁ ଅସମ ବ୍ରଦର୍ସ ଗ୍ରୁପ

କଲେଜକୁ ପ୍ରତି ବର୍ଷ ଆସିଥାନ୍ତି ଅନେକ ନୂଆ ନୂଆ ଛାତ୍ରୀଛାତ୍ର। ସେମାନଙ୍କ ମଧ୍ୟରେ ଗଢିଉଠେ ଅନେକ ଛାତ୍ର ସଂଗଠନ, ଆଉ ପଢା ସାରି କଲେଜରୁ ବିଦାୟ...

ପ୍ରେମୀଯୁଗଳଙ୍କ ପାଇଁ ଖୁସି ଖବର: ଜାଣନ୍ତୁ କିପରି

ପ୍ରେମୀଯୁଗଳଙ୍କ ପାଇ ପାଇଁ ଏକ ବଡ଼ ଖବର। କରୋନା କାରଣରୁ, ୟୁରୋପୀୟ ୟୁନିଅନ ବାହାରେ ରହୁଥିବା ଅବିବାହିତମାନଙ୍କୁ ଆସିବାକୁ ଅନୁମତି ନ ଥିଲା। ବର୍ତ୍ତମାନ ଇୟୁର...

ସାଇ ବାବାଙ୍କ ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କଲେ ଭିକାରି

ବିଜୟଓ୍ବାଡା,୧୪।୨: ୟାଦି ରେଡ୍ଡି ନାମକ ଜଣେ ୭୩ ବର୍ଷିୟ ଭିକାରି ବିଜୟଓ୍ବାଡାରେ ଥିବା ସାଇ ବାବା ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କରି ଆସିଛନ୍ତି...

ଭୟ କରନାହିଁ , ଭାକ୍ସିନ୍‌ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…

ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍‌ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍‌...

ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି

କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍‌ହାଉସ୍‌ ଡିଜେ ଅଛନ୍ତି। ଏହି...

ସମ୍ଭାବନାର ଅନ୍ୟ ନାମ ସୁଶାନ୍ତ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେବେ ବହୁ ପରୀକ୍ଷା ନିରୀକ୍ଷା ପରେ ଜଣେ ଯୁବ ବିଜ୍ଞାନୀ ବିଜ୍ଞାନ ଓ କାରିଗରି କୌଶଳରେ ଦକ୍ଷତା ପାଇଁ...

ଆତ୍ମହତ୍ୟା, ହେଲେ କାହିଁକି???

ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା ଜନୀତ ମୃତ୍ୟୁ ସଂଖ୍ୟା। ବିଶେଷ କରି ଏଭଳି ମୃତ୍ୟୁ ଘଟଣାରେ ଯୁବ ବୟସ୍କଙ୍କ ସଂଖ୍ୟା ଅଧିକ ଥିବା ଅତ୍ୟନ୍ତ...

Advertisement
Archives

Model This Week