Posted inଫୁରସତ

କାହିଁକି ପିନ୍ଧାଯାଏ ଝୁଣ୍ଟିଆ

ଝୁଣ୍ଟିଆ ପିନ୍ଧିବା ପରମ୍ପରା ଏବେକାର ନୁହେଁ, ବହୁ ପୁରୁଣା ଏହାର ଇତିହାସ। କୁହାଯାଏ ଲଙ୍କାର ରାଜା ରାବଣ ଯେବେ ମାତା ସୀତାଙ୍କୁ ଅପହରଣ କରି ନେଇଯାଉଥିଲେ, ମାତା ସୀତା ନିଜର ଝୁଣ୍ଟିଆ ଖୋଲି ପକାଇ ଦେଇଥିଲେ। ଯେମିତିକି ତାଙ୍କୁ ଖୋଜିବା ରାମଚନ୍ଦ୍ରଙ୍କ ପାଇଁ ସହଜ ହେବ। ଏଣୁ କୁହାଯାଇପାରେ ହିନ୍ଦୁଧର୍ମରେ କାହିଁ କେବେଠୁ ଝୁଣ୍ଟିଆ ବିବାହିତାନାରୀଙ୍କ ଶୃଙ୍ଗାରର ମୁଖ୍ୟ ଅଂଶ ହୋଇ ରହି ଆସିଛି। ପାଦର ଦ୍ୱିତୀୟ ଆଙ୍ଗୁଳିରେ ଏହାକୁ ପିନ୍ଧାଯାଏ। ଆଉ ଖାସ୍‌କରି ବିବାହ ପରେ ରୂପା ଝୁଣ୍ଟିଆ ପାଦର ବଡ ଆଙ୍ଗୁଳି ପରେ ଥିବା ଦୁଇଟି ଆଙ୍ଗୁଳିରେ ପିନ୍ଧାଯାଏ। ଏହାଦ୍ୱାରା ବୈବାହିକ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି। ତା’ସହ ଏହାବି ଧରାଯାଏ ଯେ, ଝୁଣ୍ଟିଆ ମା’ ଲକ୍ଷ୍ମୀଙ୍କୁ ଆକର୍ଷିତ କରେ। ତେଣୁ ବିବାହ ପରେ ଏହାକୁ ପିନ୍ଧିବା ଅନିବାର୍ଯ୍ୟ ବୋଲି ହିନ୍ଦୁଧର୍ମରେ ମାନ୍ୟତା ରହିଛି। ଏହି ଝୁଣ୍ଟିଆ ସହ ସ୍ବାସ୍ଥ୍ୟ ଓ ବିଜ୍ଞାନ ବି ଜଡିତ ଅଛି। ଆୟୁର୍ବେଦ ଅନୁସାରେ ହୃତ୍‌ପିଣ୍ଡ ଓ ଗର୍ଭାଶୟ ସହ ପାଦର ଦ୍ୱିତୀୟ ଅଙ୍ଗୁଳିର ଶିରାର ସଂଯୋଗ ରହିଛି। ତେଣୁ ଯେବେ ଝୁଣ୍ଟିଆ ପିନ୍ଧାଯାଏ ତାହାଦ୍ୱାରା ପାଦ ଆଙ୍ଗୁଳି ଚାପି ହେବା ସହ ସେହି ଶିରାରେ ବି ଚାପ ପଡେ। ଯାହାକି ଆକ୍ୟୁପ୍ରେସର୍‌ର କାମ କରିଥାଏ। ଫଳରେ ମହିଳାଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହେ। ତା’ସହ ରକ୍ତର ପ୍ରବାହ ଭଲଭାବେ ହୁଏ। ଋତୁସ୍ରାବ ନିୟମିତ ଭାବେ ହୁଏ। ଆଉ ଗର୍ଭାଶୟ ବି ସୁସ୍ଥ ରହେ। ଏହାବାଦ ଝୁଣ୍ଟିଆ ଏମିତି କିଛି ଶିରା ଉପରେ ବି ଚାପ ପକାଏ ଯାହା ମହିଳାଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ। ତେବେ କେବଳ ରୂପା ଝୁଣ୍ଟିଆ ପିନ୍ଧିବା ପଛରେ ବି ଅନେକ କାରଣ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରୂପା ଆମ ଶରୀରରୁ ନକରାତ୍ମକ ଉର୍ଜାକୁ ଅବଶୋଷିତ କରିନିଏ ଓ ସକରାତ୍ମକ ଉର୍ଜାକୁ ବଢାଇଥାଏ। ଏହା ଶରୀରକୁ ଶୀତଳତା ବି ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?