ଟୋକନ ଆସିଲା, ଧାନ ଉଠିଲାନି

ବଲାଙ୍ଗୀର,୭ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଡିସେମ୍ବର ୨ ତାରିଖରୁ ଧାନକିଣା ଆରମ୍ଭ ହେବ ବୋଲି ଜିଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ କୌଣସି ମଣ୍ଡିରେ ଚାଷୀଙ୍କ ଧାନ କିଣାଯାଇ ନ ଥିବା ଜଣାପଡିଛି। ମଣ୍ଡି ଗୁଡିକ ସହ ରାଇସ୍‌ ମିଲର୍ସଙ୍କ ଟ୍ୟାଗିଂ ହୋଇପାରି ନ ଥିବାରୁ ଧାନ କିଣାରେ ବିଳମ୍ବ ହେଉଥିବା କୁହାଯାଉଛି। ଧାନକିଣା ବିଳମ୍ବ ହେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲା ପ୍ରଶାସନ କୌଣସି ପ୍ରସ୍ତୁତି ନ କରି କିଭଳି ଭାବେ ଧାନକିଣା ତାରିଖ ଘୋଷଣା କଲେ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ଏହାସହିତ ଚାଷୀମାନେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଗତ ୨ ତାରିଖରେ ମଣ୍ଡିରେ କୌଣସି ସୁବ୍ୟବସ୍ଥା ନ ହେବା ସତ୍ତ୍ୱେ ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ବେଲପଡା ବ୍ଲକ ମଣ୍ଡଳ ଗାଁସ୍ଥିତ ମଣ୍ଡିରେ ଧାନକିଣା ଆରମ୍ଭ ହେଲା ବୋଲି କହିଥିଲେ। ସେତେବେଳେ ଯାଏ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିନଥିଲା। ଏହାପରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ୪ ତାରିଖ ଦିନ ଧାନକିଣା ଆରମ୍ଭ ହେବ ବୋଲି କୁହାଯାଇଥିଲା। ହେଲେ ଆଜି ଯାଏ ଧାନକିଣା ଆରମ୍ଭ ହୋଇ ନ ଥିବା ଜଣାପଡିଛି। ବଲାଙ୍ଗୀର ସହର ଉପକଣ୍ଠ ସଦର ବ୍ଲକର ସଦାଇପାଲି ମଣ୍ଡିରେ ଶୁକ୍ରବାର ଜଣେ ବି ଚାଷୀଙ୍କ ଠାରୁ ଧାନକିଣା ହୋଇନଥିବା ଜଣାପଡିଥିଲା। ମଣ୍ଡିକୁ ମିଲର୍ସଙ୍କ ସହ ଟ୍ୟାଗିଂ କରାଯାଇ ନ ଥିବାରୁ ଧାନକିଣା ଆରମ୍ଭ ହୋଇନାହିଁ ବୋଲି ମଣ୍ଡି ସଭାପତି ସନାତନ ସାଏ ସୂଚନା ଦେଇଛନ୍ତି। ସଦାଇପାଲି ମଣ୍ଡିରେ ଗୋଟିଏ ବି ଚାଷୀ ଧାନ ଆଣିନଥିଲେ। ଏନେଇ ଜିଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କୁ ପଚରାଯିବାରୁ, ଜିଲାର ଅନେକ ଅଞ୍ଚଳର ଚାଷୀଙ୍କୁ ଟୋକନ ଦିଆସରିଛି। ମିଲର୍ସ ଟ୍ୟାଗିଂ ମଧ୍ୟ ସରିଛି। ଶନିବାରଠାରୁ ଧାନକିଣା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଚଳିତ ଖରିଫ ଋତୁରେ ବଲାଙ୍ଗୀର ଜିଲାର ୯୫,୦୮୭ ପଞ୍ଜୀକୃତ ଚାଷୀଙ୍କଠାରୁ ୧୭୬ଟି ମଣ୍ଡି (୧୫୮ ପେକ୍ସ ଏବଂ ୧୮ ଏସଏଚଜି ) ଜରିଆରେ ୩୪ ଲକ୍ଷ ୯ ହଜାର ୭୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆରମ୍ଭରୁ ଧାନକିଣା ଅବ୍ୟବସ୍ଥା ଦେଖାଦେଇଥିବାରୁ ଚାଷୀ ମହଲରେ ଚିନ୍ତା ପ୍ରକଟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋ ସମ୍ପ୍ରଦାୟର ମକରରେ ନିଆରା ହେସାରାଘା ପର୍ବ: ନୃତ୍ୟ ଗୀତର ତାଳେତାଳେ ନାଚିଲେ…

ପାଟଣା,୧୮।୧(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗ୍ରାମରେ ଶୁକ୍ରବାର ସାରେରେ ହୋ ସମ୍ପ୍ରଦାୟର ହେଶା ରେଗା ମାର୍ଶାଲ ଯୁବକ ସଂଘ ପକ୍ଷରୁ ମକର...

ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ…

ପାଟଣା,୧୮।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଶନିବାର ଠାରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ରେଞ୍ଜର ଖିରେଇଟାଙ୍ଗିରି ସେକ୍ସନର ବଡ଼ବନ୍ଧ ଏବଂ ରାଜନଗର ନିକଟ ବୈତରଣୀ...

ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପହଞ୍ଚିଗଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପରେ…

ଜି.ଉଦୟଗିରି,୧୮ା୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ...

ଦୀଘା ମୁହାଣରେ ବୁଡ଼ିଲା ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ...

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri