ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ ମଧ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଏଥିରେ ଜଣେ ବ୍ୟକ୍ତି ସାଇକେଲ ଚଳାଇ ଯାଉଥିବା ବେଳେ ତାଙ୍କ ଉପରକୁ ବାଘ ଡେଉଁଛି। ପରେ ବାଘଟି ଜଙ୍ଗଲ ଭିତରକୁ ଚାଲିଯାଉଛି। ବ୍ୟକ୍ତି ଜଣଙ୍କ ଭୟରେ ନିଜ ସାଇକେଲ୍ ଉଠାଇ ଦୌଡ଼ୁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
And this…
Escaping from the jaws of death. WA fwd pic.twitter.com/3BKY2slsYd— Susanta Nanda IFS (Retd) (@susantananda3) June 16, 2022

