ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଗୟଳକୁ ଦେଖିବାକୁ ମିଳୁଛି। ଗୟଳକୁ ଦେଖି ଜଙ୍ଗଲ ମଧ୍ୟରେ ବାଘ ଦୌଡ଼ୁଛି। ପରେ ଗୟଳ ମଧ୍ୟ ବାଘ ପଛରେ ଦୌଡ଼ୁଛି। ବାଘଟି ଲୁଚି ଯାଇଥିବା ବେଳେ ଗୟଳ ତାକୁ ଦେଖିନେଇ ଗୋଡ଼ାଉଛି। ପରେ ବାଘଟି ତା’ଠାରୁ ବଞ୍ଚିଯାଇ ଦୌଡ଼ୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
The strange time we live in 🤨 pic.twitter.com/ZydEMGstLC
— Susanta Nanda IFS (@susantananda3) September 4, 2021