ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଠକେଇ ମାମଲାରେ ସମ୍ପୃକ୍ତ ଥାଇ ଫେରାର ୩ ଅଭିଯୁକ୍ତଙ୍କୁ ଓ୍ବାଣ୍ଟେଡ ଘୋଷଣା କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଏମାନଙ୍କ ସମ୍ବନ୍ଧରେ ସୂଚନା ଦେବା ପାଇଁ ଇଓଡବ୍ଲ୍ୟୁ ଫୋନ୍ ନମ୍ବର ଜାରି କରିଛି। ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ଏଥିସହ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି କୁହାଯାଇଛି। ସମ୍ପୃକ୍ତ ୩ ୱାଣ୍ଟେଡ ହେଲେ ଚିଟ୍ଫଣ୍ଡ ସଂସ୍ଥା ଷ୍ଟାର୍ କନ୍ସଲ୍ଟାନ୍ସି ସର୍ଭିସ୍ ପ୍ରାଇଭେଟ ଲିଃ. ନିର୍ଦ୍ଦେଶକ ଭଦ୍ରକ ଜିଲା ଧୁଷୁରୀ ଥାନା ଅଞ୍ଚଳର ତ୍ରିବେଣୀ କୁମାର ମହାନ୍ତି ଓରଫ ଟିନୁ, ସିଷ୍ଟେମାଟିକ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିଃ.ର ନିର୍ଦ୍ଦେଶକ ଆଦିତ୍ୟ ଦାସ ଏବଂ ଜ୍ୟୋତି ଟ୍ରେଡିଙ୍ଗ୍ ଏଣ୍ଡ୍ କୋ. ର ମାଲିକ କଟକ ଜିଲା ଚୌଦ୍ୱାର ଥାନା ଅଞ୍ଚଳର ଜ୍ୟୋତି ରଞ୍ଜନ ବେହେରା ଓରଫ୍ ଗୋଲ୍ଡେନ୍ ବାବା। ଏମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୩ଟି ପୃଥକ ନମ୍ବର ଜାରି କରାଯାଇଛି। ଏହି ନମ୍ବର ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ସୂଚନା ଗ୍ରହଣ କରାଯିବ ନାହିଁ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଷ୍ଟାର୍ କନ୍ସୁଲଟାନ୍ସି ସର୍ଭିସ୍ ପ୍ରାଇଭେଟ ଲିଃ. ନିର୍ଦ୍ଦେଶକ ତ୍ରିବେଣୀଙ୍କ ଶେଷ ଠିକଣା ଥିଲା ଭୁବନେଶ୍ୱର ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଙ୍ଗ ବୋର୍ଡ କଲୋନୀ। ସେ ଏହି ସଂସ୍ଥା ଦ୍ୱାରା ୧୩ କୋଟି ଟଙ୍କା ଟଙ୍କା ଠକେଇ କରିଥିଲେ। ତାଙ୍କ ନାମରେ ଏକ କେସ୍ (ନଂ. ୨୫/୨୦୧୨) ରହିଛି। ମାମଲା ରୁଜୁ ପରଠାରୁ ସେ ଫେରାର ଅଛନ୍ତି। ତ୍ରିବେଣୀଙ୍କ ସମ୍ବନ୍ଧରେ ସୂଚନା ପାଇଁ ୭୦୦୮୧୬୦୧୧୪ ମୋବାଇଲ ନମ୍ବର ଜାରି କରାଯାଇଛି।
ସେହିପରି ସିଷ୍ଟେମାଟିକ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିଃ. ନିର୍ଦ୍ଦେଶକ ଆଦିତ୍ୟ ପୁରୀ ଜିଲା ସମୁଦ୍ରକୂଳ ଥାନା ଅଧୀନ ବାଲିସାହିରେ ଶେଷଥର ପାଇଁ ରହିଥିଲେ। ସେ ଟିଟ୍ଫଣ୍ଡ ସଂସ୍ଥା ଦ୍ୱାରା ୨୦କୋଟି ଟଙ୍କା ଠକି ନେଇଛନ୍ତି। ତାଙ୍କ ନାମରେ ଏକ ମାମଲା (ନଂ. ୨୨/୨୦୧୩) ରହିଛି। ଆଦିତ୍ୟଙ୍କ ସମ୍ବନ୍ଧରେ ସୂଚନା ପାଇଁ ୯୪୩୭୦୯୭୬୬୨ ନମ୍ବର ଜାରି ହୋଇଛି। ସେହିପରି ଜ୍ୟୋତି ଟ୍ରେଡିଙ୍ଗ୍ ଏଣ୍ଡ୍ କୋ. ମାଲିକ ଜ୍ୟୋତି ରଞ୍ଜନ ଓରଫ୍ ଗୋଲ୍ଡେନ୍ ବାବା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାରରେ ଶେଷଥର ପାଇଁ ରହିଥିଲେ। ସେ ଲୁହାପଥର କାରବାରରେ ୪କୋଟି ଟଙ୍କା ଠକେଇ କରିଥିଲେ। ତାଙ୍କ ନାମରେ (ନଂ.୨/୨୦୧୯) ମାମଲା ରୁଜୁ ହୋଇଛି। ଗୋଲ୍ଡେନ୍ ବାବାଙ୍କ ସମ୍ପର୍କରେ ସୂଚନା ପାଇଁ ୯୪୩୮୧୨୯୬୧୨ ନମ୍ବର ଜାରି କରାଯାଇଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

