ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୨୭।୪: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ନୟାଗଡ଼ରୁ ୨ଟି ପର୍ଯ୍ୟାୟରେ ରଥ କାଠ ପୁରୀରେ ପହଞ୍ଚତ୍ଥିବା ବେଳେ ସୋମବାର ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି। ଏଥିରେ ସମୁଦାୟ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି। ୧୭ ଖଣ୍ଡ କାଠ ମଧ୍ୟରେ ୨୦ଫୁଟିଆ ଅସନ ୧୦ଟି, ୨୦ଫୁଟିଆ ଧଉରା ୬ଟି ଏବଂ ୧୨ ଫୁଟିଆ ଧଉରା କାଠ ଗୋଟିଏ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷରୁ ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକ। ତେବେ ୭୯୬ ଖଣ୍ଡରୁ ଏ ପର୍ଯ୍ୟନ୍ତ ୭୯ଖଣ୍ଡ କାଠ ପହଞ୍ଚତ୍ଥିବା ବେଳେ ବଳକା ୭୧୭ଖଣ୍ଡ କାଠ ପର୍ଯ୍ୟାୟକ୍ରମେ ଆସି ପହଞ୍ଚତ୍ବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ ସୂଚନା ଦେଇଛନ୍ତି। ରଥ ସଂହିତା ଅନୁଯାୟୀ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ତିଥିରେ ରଥକାଠ ପୂଜା ଅନୁକୂଳ ହୋଇଥିଲା। ସେହିପରି ରାମ ନବମୀଠାରୁ କଟକସ୍ଥିତ ସ’ ମିଲିରେ ରଥ କାଠ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ଅକ୍ଷୟତୃତୀୟା ତିଥିରେ ରଥ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରକାଳୀନ କର୍ଫ୍ୟୁରେ ହେବନି କୋହଳ: ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ବଳବତ୍ତର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଜୁନ୍‌...

ଟିଟିଲାଗଡ଼ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସପ୍ତାହାନ୍ତ ଶଟ୍‌ ଡାଉନ

ଟିଟିଲାଗଡ଼, ୨୮।୮ (ଡି.ଏନ.ଏ.)-ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଟିଟିଲାଗଡ଼ ଉପଜିଲାପାଳ ସୌମେଶ ଉପାଧ୍ୟାୟ ପୁଣି...

ବାଲିଯାତ୍ରାରେ ସାହିତ୍ୟ, ସଂସ୍କୃତି, ବିଜ୍ଞାନକୁ ନେଇ ଚର୍ଚ୍ଚା

କଟକ ଅଫିସ, ୧୯ା୧୧: ଐତିହାସିକ ବାଲିଯାତ୍ରାର ସୋମବାର ଥିଲା ସପ୍ତମ ଦିବସ। ବାଲିଯାତ୍ରା ସରି ଆସୁଥିବାବେଳେ ଲୋକଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟାରେ...

ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି

ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବାତ୍ୟା ମୁକାବିଲା ପାଇଁ ୨ ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ...

ବୈଷ୍ଣବ ପୋଖରୀ ପୁନରୁଦ୍ଧାର ମାମଲାର ରାୟ: ‘ଏପ୍ରିଲ ସୁଦ୍ଧା ମାଟି ଉଠା କାର୍ଯ୍ୟ ସାର’

ଢେଙ୍କାନାଳ ଅଫିସ, ୨୭।୯-ଐତିହ୍ୟସମ୍ପନ୍ନ ବୈଷ୍ଣବ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଦାଲତ। ୨୦୨୦ ଏପ୍ରିଲ ସୁଦ୍ଧା ମାଟିଉଠା କାର୍ଯ୍ୟ ଶେଷ...

ଭିମସାରରେ ଚିକିତ୍ସା ଅବହେଳା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ, ୧୦।୭: କରୋନାର ଦ୍ୱିତୀୟ ଲହର ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ...

Advertisement


Archives

Model This Week