ଥାନା ଭିତରେ ବ୍ଲେଡ୍‌ରେ ଆଇଆଇସିଙ୍କ ଗଳା କାଟିଲେ ଚୋରି ଅଭିଯୁକ୍ତ

ବିଶୋଇ,୨୮ା୧୦(ଅମିତ ଦାସ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧିକାରିଣୀ (ଆଇଆଇସି) ମିନି ଭୋଇଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରି ଘଟଣାରେ ପଚରାଉଚରା ପାଇଁ ଆସିଥିବା ଜଣେ ଅଭିଯୁକ୍ତ ଥାନା ମଧ୍ୟରେ ଏଭଳି ଉନ୍ମତ୍ତକାଣ୍ଡ ଘଟାଇବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଥାନାର ଅନ୍ୟ କର୍ମଚାରୀମାନେ ଅଭିଯୁକ୍ତଙ୍କୁ କାବୁ କରିବା ପରେ ଶନିବାର କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ବିଶୋଇ ଅଞ୍ଚଳର ସର୍ବପୁରାତନ ଶୈବପୀଠ ବାବା ଜଳେଶ୍ୱର ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୭ତାରିଖରେ ବିଶୋଇ ଥାନାରେ ଏତଲା ଦିଆଯାଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୧୯୭/୨୩) ରୁଜୁ କରିଥିଲା। ତଦନ୍ତ ପାଇଁ ମନ୍ଦିରରେ ଦୀର୍ଘବର୍ଷ ଧରି ସେବାୟତ ଭାବେ କାର୍ଯ୍ୟରତ ବିଶୋଇଗାଁ  ଗ୍ରାମର ସୁଶାନ୍ତ ଦେଓ(୫୨)ଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକି ଛାଡ଼ି ଦେଇଥିଲେ। ଶୁକ୍ରବାର ସାରେ ଥାନା ଅଧିକାରିଣୀ ପୁଣି ଥରେ ସୁଶାନ୍ତଙ୍କୁ ଥାନାକୁ ଡାକିଥିଲେ। ପଚରାଉଚରା ପରେ ସୁଶାନ୍ତ ହୁଣ୍ଡି ଟଙ୍କା ଚୋରି ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ବୀକାର କରିବା ସହିତ ତାଙ୍କ ସହଯୋଗୀଙ୍କ ନାମ ମଧ୍ୟ କହିଥିଲେ। ପରେ ସୁଶାନ୍ତଙ୍କୁ ଥାନା ମଧ୍ୟରେ ଅଟକ ରଖାଯାଇଥିଲା। ତେବେ ରାତି ପ୍ରାୟ ୮ଟା ସମୟରେ ଅନ୍ୟ ଅନ୍ୟ କର୍ମଚାରୀମାନେ ଥାନା ଗୃହ ବାହାରେ ଥିବା ବେଳେ ଥାନା ଅଧିକାରିଣୀ ଭୋଇ ଥାନା ମଧ୍ୟରେ ଏକାକୀ ବସିଥିଲେ। କେହି ନ ଥିବାର ସୁଯୋଗରେ ସୁଶାନ୍ତ ସାଙ୍ଗରେ ଆଣିଥିବା ଏକ ବ୍ଲେଡ୍‌ରେ ଥାନା ଅଧିକାରିଣୀ ଭୋଇଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲେ। ଥାନା ଅଧିକାରିଣୀ କୌଶଳକ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ଯାଇ ଚିତ୍କାର କରିଥିଲେ। ଥାନା ପରିସରରେ ଥିବା ଅନ୍ୟ କର୍ମଚାରୀମାନେ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ବ୍ଲେଡ ଜବତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri