ମନ୍ଦିର ପରିସର ସାପମୟ

ଭୁବନେଶ୍ୱର, ୧୯।୯(ଅସମାପିକା ସାହୁ):ନୀଳାଦ୍ରିବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପରିସର ସୋମବାର ସାପମୟ ହୋଇଯାଇଥିଲା। ମନ୍ଦିରର ଜଣେ ପୂଜକ ସଞ୍ଜୟ କୁମାର ଦାସ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯାଉଥିବାବେଳେ ତାଙ୍କ ସାମ୍ନାରେ ବଉଳ ଗଛରୁ କିଛି ଗୋଟେ ପଦାର୍ଥ ପଡ଼ିବା ଦେଖିବାକୁ ପାଇଲେ। ଜିନିଷଟି କ’ଣ ଦେଖୁ ଦେଖୁ ତା’ଭିତରୁ ଏକ ସବୁଜ ରଙ୍ଗର ସାପ ବାହାରି ଧିରେ ଧିରେ ଚାଲିବାକୁ ଲାଗିଲା। ତା’ପରେ ଗୋଟିକ ପରେ ଗୋଟିଏ ସେହିଭଳି ଜିନିଷ ଗଛରୁ ପଡ଼ିଲା ଏବଂ ଅଳ୍ପ କିଛି ସେକେଣ୍ଡରେ ସବୁଜ ରଙ୍ଗର ସାପ ଛୁଆ ମୁଣ୍ଡ ହଲେଇ ବାହାରି ଚାଲିଲେ। ମନ୍ଦିରରେ ଭକ୍ତଙ୍କ ଗହଳି ମଧ୍ୟ ଅଧିକ ଥିଲା। ସାପ କଥା ଶୁଣୁ ଭକ୍ତମାନେ ଭୟଭୀତ ହୋଇପଡିଥିଲେ। ତେଣୁ ମନ୍ଦିର କମିଟି ସମ୍ପାଦକ ଉକ୍ତ ବଉଳ ଗଛ ଚାରିପଟେ ବାଉଁଶ ବାରିକେଡ୍‌ କରିବା ସହିତ ସାପଗୁଡିକ ବାହାରକୁ ଆସିତବା ରାସ୍ତାକୁ ବନ୍ଦ କରି ଦେଇଥିଲେ। ମନ୍ଦିର କମିଟି ଚେୟାରମ୍ୟାନଙ୍କଠାରୁ ଖବର ପାଇ ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ସେତେବେଳକୁ ମନ୍ଦିର କର୍ମଚାରୀମାନେ ୭ଟି ସବୁଜ ରଙ୍ଗର ସାପ ଛୁଆଙ୍କୁ ବାଡ଼ିରେ ଟେକି ଏକ ପ୍ଲାଷ୍ଟିକ ଟବ୍‌ ଭିତରେ ସୁରକ୍ଷିତ ରଖି ସାରିଥିଲେ। ତେବେ ଆଉ ୪-୫ଟି ଛୁଆ ଚାରିଆଡୁ ଚାଲି ପଳାଇଥିଲେ। ଏଗୁଡିକ ଲାଉଡଙ୍କିଆ ସାପ ଛୁଆ ଥିଲା ଓ ସେସବୁକୁ ମନ୍ଦିର ପାଖରୁ ଅନତିଦୂରରେ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦିଆଯାଇଥିବା ଶୁଭେନ୍ଦୁ କହିଛନ୍ତି। ସେ କୁହନ୍ତି, କିଛି ସାପ ଅଣ୍ଡା ଦେଇଥାନ୍ତି ଓ ପ୍ରାୟ ଦୁଇ ମାସ ପରେ ସେଇ ଅଣ୍ଡାରୁ ଛୁଆ ଫୁଟିଥାଏ। କିଛି ସାପ ସିଧାସଳଖ ଛୁଆ ଜନ୍ମ କରିଥାନ୍ତି। ଏହି ଲାଉଡଙ୍କିଆ ସାପଙ୍କ ଛୁଆମାନେ ଏକ ପାରଦର୍ଶୀ ଝିଲ୍ଲି ଆବରଣ ଯୁକ୍ତ ଖୋଳ ଭିତରେ ବଢ଼ି ଥାଆନ୍ତି। ମାଆ ପେଟରୁ ବାହାରି ଗଛରୁ ତଳେ ପଡ଼ିବାବେଳେ ସେ ଝିଲି ଫାଟି ଯାଇଥାଏ ଓ ଛୁଆମାନେ ବାହାରକୁ ଆସିଥାଆନ୍ତି। ଝିଲି ଭିତରେ ଥିବା ତରଳ ପଦାର୍ଥ ଯୋଗୁ ସାପ ଛୁଆଙ୍କର ଗଛରୁ ତଳେ ପଡ଼ିବା ଦ୍ୱାରା କିଛି କ୍ଷତି ହୋଇ ନ ଥାଏ ବୋଲି ଶୁଭେନ୍ଦୁ କହିଛନ୍ତି। ଏଥିରେ ମନ୍ଦିର ପରିସରରେ ମା’ ସାପ ରହିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri