ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଅଧିକାର ଓ ଦାବିକୁ ନେଇ ଶିକ୍ଷୟିତ୍ରୀ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନ ଛାଡ଼ି ରାଜଧାନୀ ରାସ୍ତାରେ ବସି ରହିଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ବାନରେ ୫ଦିନ ହେବ ହଜାର ହଜାର ଶିକ୍ଷକ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଚଳାଇଛନ୍ତି। ସେହିପରି ୨ଦଫା ଦାବି ନେଇ ଓଡ଼ିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ନୂତନ ପେନ୍‌ସନ ଯୋଜନାଭୁକ୍ତ(ଏନ୍‌ପିଏସ୍‌) ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଅନ୍ୟପଟେ ଓଡିଶାର ସମସ୍ତ ବେସରକାରୀ ଅନୁଦାନ ଓ ଅଣ-ଅନୁଦାନ (ଯୁକ୍ତ୨ ଓ ଯୁକ୍ତ୩) ମହାବିଦ୍ୟାଳୟ ତଥା ସଂସ୍କୃତ ଶିକ୍ଷାନୁଷ୍ଠାନଗୁଡିକର ପରିଚାଳନା କମିଟି ଦ୍ୱାରା ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଦୁଇମାସରୁ ଅଧିକ ସମୟ ଧରି ଧାରଣାରେ ବସିଛନ୍ତି। ଫଳରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଥିବାବେଳେ ଶୈକ୍ଷିକ ପରିବେଶ ମଧ୍ୟ ଭୁଶୁଡି ପଡିଛି। ଆଲୋଚନା ଫଳପ୍ରଦ ହେଉ ନ ଥିବାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସଙ୍କଟଜନକ ସ୍ଥିତି ଉପୁଜିଛି। ଆନ୍ଦୋଳନକାରୀ ଓ ରାଜ୍ୟ ସରକାର ନିଜ ନିଜ ଜିଦ୍‌ରେ ଅଟଳ ଥିବାବେଳେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏପରିସ୍ଥିତିରେ ବିଭିନ୍ନ ସଂଘ ପକ୍ଷରୁ ଶନିବାର ଗାନ୍ଧୀମାର୍ଗରେ ମହାସମାବେଶ ଡାକରା ଦିଆଯାଇଛି।
ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ମହାସମାବେଶରେ ଆହୁରି ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରାଜଧାନୀରେ ପହଞ୍ଚତ୍ ମହାସମାବେଶରେ ଯୋଗଦେବେ। ଏଥିସହ ଏହି ସମାବେଶରେ ବହୁ ପୁରାତନ ଛାତ୍ର, ଅଭିଭାବକ, ପରିଚାଳନା କମିଟି ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି, ସରକାର ଶିକ୍ଷକଙ୍କ ଦାବି ପୂରଣ ନ କରିବା ଚିନ୍ତାର ବିଷୟ। ଅଧିକାଂଶ ବିଦ୍ୟାଳୟକୁ ଅନୁଦାନ ନାହିଁ, ଶିକ୍ଷକଙ୍କ ପେନସନ୍‌ ନାହିଁ କି ଚାକିରି ସର୍ତ୍ତାବଳୀ ନାହିଁ। ସପ୍ତମ ବେତନ କମିଶନ ପାଇବା ଯେଉଁମାନଙ୍କର ହକ୍‌ ସେମାନଙ୍କୁ ଦେଉନାହାନ୍ତି। ପୁଣି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାର ସରକାରୀକରଣ କଲେ ନାହିଁ। ଫଳରେ ଏହିସବୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ୨୦୧୩ ମସିହା ପରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ସମସ୍ତ ସୁବିଧା ଦେଲେ। ମାତ୍ର ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତିପ୍ରାପ୍ତ ଶିକ୍ଷକଙ୍କୁ ବରିଷ୍ଠତା ପ୍ରଦାନ କରିବା ଏବଂ ବାର୍ଷିକ ଇନ୍‌କ୍ରିମେଣ୍ଟ ନ ଦେବା ଆଇନର ପରିପନ୍ଥୀ ବୋଲି କହି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଏନ୍‌ପିଏସ୍‌ ଶିକ୍ଷକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚ କହିଛନ୍ତି, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କର ୬ବର୍ଷ ନିଯୁକ୍ତି ଅବଧିକୁ ମୂଳ ଚାକିରିରେ ଯୋଗ ସହ ୬ଟି ନୋଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ଏବଂ ପୁରୁଣା ପେନ୍‌ସନ ନିୟମ ଲାଗୁ କରିବା ଦାବିରେ ଆନ୍ଦୋଳନ ଚାଲିଛି। ଗୁରୁବାର ସଂଘ ପ୍ରତିନିଧି ଦଳ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କୁ ଭେଟିଥିବାବେଳେ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭେଟି ଆଲୋଚନା କରିଥିଲେ। ଶିକ୍ଷକଙ୍କ ଦାବି ସମ୍ପର୍କରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା ହୋଇପାରି ନ ଥିବାରୁ କୌଣସି ନିଷ୍କର୍ସ ବାହରି ପାରୁନାହିଁ। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ୨ହଜାରରୁ ଅଧିକ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ଏକମାତ୍ର ଦାବି ସରକାରୀ ଅନୁଦାନ ନୀତି (ଜିଆଇଏ) ଲାଗୁ କରିବା ପାଇଁ ବେସରକାରୀ ଅନୁଦାନ ଓ ଅଣ-ଅନୁଦାନ (ଯୁକ୍ତ୨ ଓ ଯୁକ୍ତ୩) ମହାବିଦ୍ୟାଳୟ ଅଧ୍ୟାପିକା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଛି। ୩୫୦୦ ଅଧ୍ୟାପିକା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଅହୋରାତ୍ର ଧାରଣା ଦେଇଛନ୍ତି। ୩ଥର ମହାସମାବେଶ କରି ଓ ବିଭିନ୍ନ ଉପାୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ଦାବି ପୂରଣ ହେଉ ନାହିଁ। ତେଣୁ ଶନିବାର ମହାସମାବେଶ କରିବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସଭାପତି ଡ. ଦେବ ବିଜୟ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?