୩୫ କୋଟି ଗୁଣ୍ଡ, ୪ କୋଟି ବଡ଼ ଯାଆଁଳ ବିକ୍ରି ଲକ୍ଷ୍ୟ

ଭଞ୍ଜନଗର,୨୩ା୬(ଡି.ଏନ.ଏ.):  ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ଚଳିତ ଆର୍ଥିକ ବର୍ଷରେ ୩୫ କୋଟି ଗୁଣ୍ଡ ଯାଆଁଳ ଏବଂ ୪ କୋଟି ୧୦ ଲକ୍ଷ ବଡ ଜାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଛି। ତେଣୁ ଚଳିତବର୍ଷର ପ୍ରଥମ ମାଛ ଯାଆଁଳ (ସ୍ପନ, ଫ୍ରାଏ ଏବଂ ଫିଙ୍ଗରଲିଙ୍ଗ) ସାଇଜର ଯାଅଁାଳ ବୁଧବାର ବିକ୍ରି ଆରମ୍ଭ ହୋଇଛି। ଏଥିସହ ଗୁଣ୍ଡ ଯାଆଁଳ ମଧ୍ୟ ରାଜ୍ୟର ବିଭିନ୍ନ ଜଳଭଣ୍ଡାର ଓ ବଡ ଚାଷୀଙ୍କୁ ବିକ୍ରି କରାଯାଇଛି। ଚଳିତବର୍ଷ ନିର୍ଦ୍ଧାରିତ ସମୟରେ ମୌସୁମୀ ବର୍ଷା ଆସିଥିବା ଯୋଗୁ ଯାଆଁଳ ବିକ୍ରି ଲକ୍ଷ୍ୟ ପୂରଣ ହେବା ଆଶା କରାଯାଉଛି। ତେଣୁ ବିଭାଗ ପକ୍ଷରୁ ଉନ୍ନତ ଯାଆଁଳ ପ୍ରସ୍ତୁତ ହୋଇଛି। ଆଗ୍ରହୀ ଚାଷୀ ଯାଅଁାଳ ଉତ୍ପାଦନ କେନ୍ଦ୍ରକୁ ଆସି ସୁଲଭ ଦରରେ ନେଇପାରିବେ ବୋଲି ବ୍ଲକ ଏଏଫଓ ସୁଧାଂଶୁ ଶେଖର ସାହୁ କହିିଛନ୍ତି।
ଗତବର୍ଷ ମୌସୁମୀ ବର୍ଷା ଠିକ ଭାବେ ହୋଇ ନ ଥିଲା। ତେଣୁ ଲକ୍ଷ୍ୟ ପୂରଣ ହୋଇପାରି ନ ଥିଲା। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକ ଦୁବରେ ମଧ୍ୟ ହୋଇଥିବା ରାଜ୍ୟର ପ୍ରମୁଖ ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଆଁଳ ପଠାଯାଉଛି। ରାଜ୍ୟରେ ମାଛ ଚାହିଦା ମେଣ୍ଟାଇବା ପାଇଁ ସରକାର ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ତେଣୁ ରାଜ୍ୟରେ ପୂର୍ବ ଅପେକ୍ଷା ମାଛ ଉତ୍ପାଦନ ବଢିଛି। ଏଥିସହ ସରକାର ବିଭିନ୍ନ ଯାଆଁଳ ଉତ୍ପାଦନ କେନ୍ଦ୍ରଗୁଡିକରେ ୧୨ ମାସ ଯାଆଁଳ ବିକ୍ରି ଲାଗି ଯୋଜନା କରିଛନ୍ତି। ତେଣୁ ଏଥର ଭଞ୍ଜନଗର କେନ୍ଦ୍ରରେ ୧୨ ମାସ ଯାଆଁଳ ବିକ୍ରି ଆରମ୍ଭ ହୋଇଛି। ଭଞ୍ଜନଗର କେନ୍ଦ୍ର ଲାଭରେ ଚାଲୁଥିଲେ ମଧ୍ୟ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି। ଯାଆଁଳ ଉତ୍ପାଦନ କେନ୍ଦ୍ରର ଅଧିକାଂଶ କର୍ମଚାରୀ ବହୁ ବର୍ଷ ହେବ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ। ବିଭିନ୍ନ ସମୟରେ ଉକ୍ତ କେନ୍ଦ୍ର ପରିଦର୍ଶନ କରିବାକୁ ଆସୁଥିବା ଅଧିକାରୀମାନେ କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କର୍ମଚାରୀଙ୍କ କଥାକୁ ବିଚାରକୁ ନିଆଯାଉନାହିଁ। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲାଭରେ ଚାଲୁଥିବା ସଂସ୍ଥାର କର୍ମଚାରୀଙ୍କ କଥା ବିଚାରକୁ ନେବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

ଛତ୍ରପୁରରେ ଓଡିଶା ମାନବାଧିକାର କମିଶନଙ୍କ କ୍ୟାମ୍ପ କୋର୍ଟ : ୨୨ ମାମଲାର ତତ୍କାଳ ସମାଧାନ, ୭ଟିର ତଦନ୍ତ ରିପୋର୍ଟ ତଲବ

ଛତ୍ରପୁର,୨୨ା୫(ଦିଲୀପ ସାମଲ): ଓଡିଶା ମାନବାଧିକାର କମିଶନ ତରଫରୁ ଶୁକ୍ରବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳଙ୍କ…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…

ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…

ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍‌ଘାଟନ କଲେ ସାଂସଦ-ବିଧାୟକ

ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ…

ଖଣ୍ଡଦେଉଳୀରେ ପିଏମଶ୍ରୀ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୨।୫(ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri