କନ୍ଧମାଳର ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ ଅଫିସ,୨୩ା୬: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବିଦାୟୀ ଜିଲାପାଳ ଡା.ବୃନ୍ଦା ଡିଙ୍କଠାରୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପୂର୍ବରୁ ପାଟିଲ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୌଜନ୍ୟମୂଳକ ପରିଦର୍ଶନରେ ଯାଇଥିଲେ ା ସେଠାରୁ ଆସି ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପାଟିଲଙ୍କ ଜନ୍ମସ୍ଥାନ ମହାରାଷ୍ଟ୍ରରେ ା ନିଜର କର୍ମସ୍ଥଳୀ ଓଡିଶାକୁ ଦ୍ୱିତୀୟ ଘର ବୋଲି ସେ କହିଛନ୍ତି। ଓଡିଶାର ସଂସ୍କୃତି ପରମ୍ପରା ତାଙ୍କୁ ବେଶ ଆକୃଷ୍ଟ କରିଛି ା ଜିଲାବାସୀଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର, ଜିଲାର ସର୍ବାଙ୍ଗୀନ ଉନ୍ନତି ଏବଂ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେବେ ବୋଲି ପାଟିଲ ଏହି ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri