Posted inଫୁରସତ

ମା’ଙ୍କ ସ୍ମୃତିରେ ନିର୍ମାଣ କଲେ ତାଜମହଲ

ଚେନ୍ନାଇ: ଲୋକେ ନିଜ ଭଲ ପାଇବାକୁ ଅମର ରଖିବାକୁ ବହୁତ କିଛି କରିଥା’ନ୍ତି। ଯେପରି ମୋଗଲର ବାଦ୍‌ଶାହା ଶାହାଜାହାନ୍‌ ତାଙ୍କ ପ୍ରିୟ ସ୍ତ୍ରୀ ମମ୍‌ତାଜ୍‌ଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ, ଯାହା ଏବେ ବିଶ୍ୱଦରବାରରେ ପ୍ରସିଦ୍ଧି ଲାଭ କରିଛି। ନିକଟରେ ଜଣେ ବ୍ୟକ୍ତି ତାଜମହଲର ପ୍ରତିକୃତି ନିର୍ମାଣ କରିଛନ୍ତି, ହେଲେ ସେ ଏହା ତାଙ୍କ ମା’ଙ୍କ ପାଇଁ କରିଛନ୍ତି। ଏପରି ଘଟଣା ତାମିଲନାଡୁର ତିରୁଭରୁର୍‌ ଜିଲାରେ ଘଟିଛି। ଅମୃଦିନ୍‌ ଶୈଖ୍‌ ଦଉଡ୍‌ ତାଙ୍କ ମା’ଙ୍କ ସ୍ମୃତିକୁ ଜୀବିତ ରଖିବାକୁ ଏକ ଅବିକଳ ତାଜମହଲ ପ୍ରସ୍ତୁତ କରିଛନ୍ତି। ଏହି ପ୍ରତିକୃତି ତାଜମହଲର ଦୃଶ୍ୟ ଦେଖି ଲୋକେ ଚକିତ ହୋଇଯାଇଛନ୍ତି। ରିପୋର୍ଟ ମୁତାବକ, ଅମୃଦିନ୍‌ଙ୍କ ମା’ ଜେଲାନି ବିବିଙ୍କ ଦେହାନ୍ତ ୨୦୨୦ରେ ହୋଇଥିଲା। ଏହା ପୂର୍ବରୁ ଏକ କାର୍‌ ଦୁର୍ଘଟଣାରେ ୧୯୮୯ରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ତା’ ପରଠାରୁ ମା’ ଜେଲାନିଙ୍କ ପାଇଁ ୫ ପିଲାଙ୍କର ଲାଳନପାଳନ ସହଜ ନ ଥିଲା। ସେତେବେଳେ ସେ ଅନ୍ୟତ୍ର ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିବାରର ସୁରକ୍ଷା ପାଇଁ ତାଙ୍କ ଅବଦାନ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଥିଲା। ସେ ଉଭୟ ମା’-ବାପାଙ୍କ ଦାୟିତ୍ୱ ତୁଲାଉଥିଲେ। ମା’ଙ୍କ ଏପରି ଭଲପାଇବା ଓ କୃତଜ୍ଞତାର ପ୍ରତୀକ ସ୍ବରୂପ ଅମୃଦିନ୍‌ ଏକ ସ୍ମାରକୀ ନିର୍ମାଣ କରିବାକୁ ପରିବାର ସହ ଆଲୋଚନା କଲେ। ମା’ ଜେଲାନିଙ୍କ ମୃତ୍ୟୁ ପରେ ଅମୃଦିନ୍‌ ମା’ଙ୍କୁ କବର ନ ଦେଇ ନିଜ ଜାଗାରେ ପୋତି ଦେଇଥିଲେ। ପରେ ତାଙ୍କ ସ୍ମୃତିରେ ଏକ ସ୍ମାରକୀ ଭାବେ ଡ୍ରିମ୍‌ ବିଲ୍ଡର ସାହାଯ୍ୟରେ ସେ ଏକ ପ୍ରତିକୃତି ତାଜମହଲ ନିର୍ମାଣ କଲେ। ଏଥିସହ ସେ ସ୍ଥାନୀୟ ମୁସଲମାନ୍‌ମାନଙ୍କ ପାଇଁ ନମାଜ ପଢ଼ିବାର ଏକ ସ୍ଥାନ ନିର୍ମାଣ କଲେ। ଖୁବ୍‌ଶୀଘ୍ର ସେ ସେଠାରେ ଏକ ଭୋଜନା ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସବୁ ଧର୍ମ ଓ ବର୍ଗର ଲୋକେ ଏଠାକୁ ଆସିପାରିବେ ବୋଲି ଅମୃଦିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri