Posted inଖେଳ

ସିଡ୍‌ନୀ ସିକ୍ସର୍ସକୁ ୨୫ହଜାର ଡଲାର ଜରିମାନା

ସିଡ୍‌ନୀ, ୨୩ା୧୧ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ରବିବାର ମହିଳା ବିଗ୍‌ ବାଶ୍‌‌ ଟିମ୍‌ ସିଡ୍‌ନୀ ସିକ୍ସର୍ସକୁ ୨୫,୦୦୦ ଆମେରିକୀୟ ଡଲାର ଜରିମାନା କରିଛି। ଏହି ଟିମ୍‌ ଟୁର୍ନାମେଣ୍ଟ ନିୟମ ଉଲ୍ଲଂଘନ କରି ଏହାର ଅଫିସିଆଲ ତାଲିକାଭୁକ୍ତ ନ ଥିବା ଜଣେ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଥିଲା। ସିଡ୍‌ନୀ ସିକ୍ସର୍ସ ଶନିବାର ମେଲବୋର୍ନ ରେନିଗେଡ୍ସ ବିପକ୍ଷ ସେମାନଙ୍କ ମ୍ୟାଚରେ ଫାଷ୍ଟ ବୋଲର ହେଲି ସିଲ୍‌ଭର ହୋମ୍ସଙ୍କୁ ଖେଳାଇଥିଲା। ଏହି ଖେଳାଳି ନିକଟରେ ପାଦ ଇଞ୍ଜୁରିରୁ ଆରୋଗ୍ୟ ଲାଭ କରିଥିଲେ। ସେ ଦଳକୁ ଫେରିଥିଲେ ମଧ୍ୟ ବିଗ୍‌ବାଶ୍‌ ଟେକ୍‌ନିକାଲ କମିଟି ଦ୍ୱାରା ଅନୁମୋଦନ ଲାଭ କରି ନ ଥିଲେ। ବିନା ଅନୁମୋଦନରେ ସିଲ୍‌ଭର ହୋମ୍ସ ବୈଷୟିକ ଦୃଷ୍ଟିକୋଣରୁ ସିଲେକ୍ସନ ପାଇଁ ଅଯୋଗ୍ୟ। ସିକ୍ସର୍ସ ଇନିଂସରେ ସିଲ୍‌ଭର ହୋମ୍ସ ବ୍ୟାଟିଂ କରିବାକୁ ଆସି ନ ଥିଲେ। ମାତ୍ର ଦ୍ୱିତୀୟ ଇିନଂସରେ ଫିଲ୍‌ଡକୁ ଯିବା ବେଳେ ତ୍ରୁଟି ନଜରକୁ ଆସିଥିଲା। ସିକ୍ସର୍ସ ଏହାର ତ୍ରୁଟି ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ଦଳକୁ ଦଣ୍ଡବିଧାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ସୁପର ଓଭରରେ ଜିତିଲା ଭାରତ

ଓ୍ବେଲିଂଟନ,୩୧।୧- ସିରିଜ୍‌ର ତୃତୀୟ ମ୍ୟାଚ୍‌ ଭଳି ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌କୁ ସୁପର ଓଭରରେ ଭାରତ ଜିତି ନେଇଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ ପକ୍ଷରୁ...

ମରକ୍କୋ ଦଳକୁ ଭବ୍ୟ ସ୍ବାଗତ

ରାବାଟ,୨୨ା୧୨(ପି.ଟି): କାତାର ଫିଫା ବିଶ୍ୱକପ୍‌-୨୦୨୨ରେ ୪ର୍ଥ ସ୍ଥାନ ହାସଲ ସହ ଇତିହାସ ସୃଷ୍ଟି କରି ଫେରିଥିବା ମରକ୍କୋ ଦଳକୁ ମିଳିଛି ଭବ୍ୟ ସ୍ବାଗତ। ବିଶ୍ୱକପ୍‌ର ହିରୋମାନେ...

ମହିଳା ରେସ୍‌ଲିଂ କୋଚ୍‌ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ, ୨୧ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଲକ୍ଷ୍ନୌ ଓ ସୋନେପତ୍‌ଠାରେ ଚାଲିଥିବା ଜାତୀୟ କ୍ୟାମ୍ପ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରିଦେବା ଲାଗି ଜାତୀୟ ମହାସଂଘ ନିଷ୍ପତ୍ତି...

ଚେନ୍ନାଇକୁ ଲାଗିଲା ବଡ଼ ଝଟ୍‌କା

ଦୁବାଇ,୧୪।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ୟୁଏଇ ମାଟିରେ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ...

ନୀରଜ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏମିତି ପ୍ରଶ୍ନ ପଚାରିଲେ ଉପସ୍ଥାପକ, ଲାଜରେ ସରି କହିବାକୁ ବାଧ୍ୟ ହେଲେ ଗୋଲଡେନ୍‌ ବୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିବା ଜାଭେଲିନ୍‌ ଥ୍ରୋଓର ନୀରଜ ଚୋପ୍ରା ଏବେ ଅଜବ ପ୍ରଶ୍ନସବୁର ସାମ୍ନା କରୁଛନ୍ତି। ଭାରତ ଫେରିବା ପରେ ନୀରଜଙ୍କ...

ଯୌନ, ଭାବନାତ୍ମକ ଶୋଷଣ ଅଭିଯୋଗରେ ସାଲାଜାର ଆଜୀବନ ବାସନ୍ଦ

ଟୋକିଓ,୨୮।୭(ଏପି): ଟ୍ରାକ୍‌ କୋଚ୍‌ ଆଲବେର୍ଟୋ ସାଲାଜାର ଯୌନ ଓ ଭାବନାତ୍ମକ ଶୋଷଣ ଅଭିଯୋଗରେ ଆଜୀବନ ବାସନ୍ଦ ହୋଇଛନ୍ତି। ୟୁଏସ୍‌ ସେଣ୍ଟର ଫର୍‌ ସେଫ୍‌ସ୍ପୋର୍ଟ ଦ୍ୱାରା ସେ...

କଳିଙ୍ଗ ରନର୍ସର ଜାତୀୟସ୍ତରୀୟ ମାରାଥନ ୨୬ରେ

ଭୁବନେଶ୍ୱର,୧୨ା୨: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟ ସ୍ତରୀୟ ମାରାଥନ ଆସନ୍ତା ୨୬ ତାରିଖରେ ହେବ। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି...

ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌: ବାଲେଶ୍ବର ଚାମ୍ପିୟନ

ଭୁବନେଶ୍ୱର,୧୨ା୧୨(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା...

Advertisement
Archives

Model This Week