ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସୁପ୍ରିମକୋର୍ଟ ୩ଟି କୃଷି ଆଇନ ବାବଦରେ ଯେଉଁ ରାୟ ଦେଇଛନ୍ତି ତାହା କେନ୍ଦ୍ରରେ ଥିବା ଏକ ଅଗଣତାନ୍ତ୍ରିକ ସରକାର ପାଇଁ ସତର୍କଘଣ୍ଟି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେଭଳି ସଂଖ୍ୟା ଦୃଷ୍ଟିକୋଣରୁ କେନ୍ଦ୍ରର ସରକାର ଭାରତବର୍ଷର ୧୪ କୋଟି କୃଷକଙ୍କ ଦାବିକୁ ନ ଶୁଣି ଚାଲିଛି, ଏହା ଏକ ଘୋର ବିଡ଼ମ୍ବନା ବୋଲି ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। କାହିଁକି ତାରିଖ ପରେ ତାରିଖ ଦିଆଚାଲିଛି ତାହା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନରତ କୃଷକ ନେତାଙ୍କ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସୁପ୍ରିମକୋର୍ଟର ରାୟ ପରେ ମିଳିପାରି ନାହିଁ। ତାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଗକୁ ଏହି ଆନ୍ଦୋଳନର କାର୍ଯ୍ୟପନ୍ଥା ସ୍ଥିର ହେବ ଏବଂ ଆନ୍ଦୋଳନ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ। କିନ୍ତୁ ଉଚ୍ଚତମ ନ୍ୟାୟାଳୟର ସିଧା ନିର୍ଦ୍ଦେଶ ହେଉଛି ଏ କୃଷି ଆଇନକୁ ସ୍ଥଗିତ ରଖାଯାଉ। ତେଣୁ ମୋଦି ସରକାର ଏଥିରୁ ବୁଝିନେବା ଦରକାର ଯେ, ତରବରିଆ ଭାବେ ଏହାର କାର୍ଯ୍ୟକାରିତା ଦରକାର ନାହିଁ ବୋଲି ନିରଞ୍ଜନ କହିଛନ୍ତି।

ଖାଁ ଖାଁ ଶ୍ରୀମନ୍ଦିର: ଏକା ଏକା ବସିଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗକୁ ଅଣ୍ଟୁନି ତୁଳସୀ, ଫୁଲ
ପୁରୀ ଅଫିସ,୨୨।୩: ଶ୍ରୀଜଗନ୍ନାଥ ଭକ୍ତ ବତ୍ସଳ ପୁଣି ଭାବର ଠାକୁର। ହେଲେ ଆଜି ଭକ୍ତ ନାହାନ୍ତି, ଏକା ଏକା ରତ୍ନସିଂହାନରେ ବସିଛନ୍ତି ମହାପ୍ରଭୁ। ନୀତିକାନ୍ତି ଚାଲିଛି,...

ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି
କଟକ ଅଫିସ,୧୬।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରୀଜନ ଛାନ୍ଦ ଡ୍ୟାନ୍ସ ଗ୍ରୁପର ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି ଓ...

ବଢୁଛି ପୋଲିସର ଅତ୍ୟାଚାର:ଓଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ପରିବାର
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଗଞ୍ଜାମ ଜିଲା ସଲପତଇଲା ଗ୍ରାମରେ ରହୁଥିବା କେତେକ ଆଦିବାସୀ ପରିବାର ଉପରେ ପୋଲିସର ନିର୍ଯାତନା ବଢିବାରେ ଲାଗିଛି। ତାରସିଂ ଥାନା ପୋଲିସ ମିଥ୍ୟା ମାମଲାରେ ଲୋକଙ୍କୁ...

ମାଟ୍ରିକ ରେଜଲ୍ଟ ଖରାପ ହେବାରୁ ଜୀବନ ହାରିଲେ ଛାତ୍ରୀ
ଏରସମା,୨୯ା୭(ସ୍ବ.ପ୍ର.):ମାଟ୍ରିକ ପରୀକ୍ଷା ରେଜଲ୍ଟ ଖରାପ ହେବାରୁ ଜଗତ୍ସିଂହପୁର ଜିଲାର ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଏରସମା ଥାନା ଅନ୍ତର୍ଗତ ଜାନକାଦେଈପୁର ପଞ୍ଚାୟତସ୍ଥିତ...

ବୃଦ୍ଧାଙ୍କଠାରୁ ୪ ଲକ୍ଷ ଠକେଇ: ସମ୍ପର୍କୀୟ ଗିରଫ
କଟକ ଅଫିସ,୪ା୭: ବୃଦ୍ଧାଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ମର୍କତନଗର ପୋଲିସ ବୁଧବାର ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ...

ରିମାଣ୍ଡରେ ଆସିବେ ପୁରୀ ଗଣବଳାତ୍କାର ଅଭିଯୁକ୍ତ, ପୀଡ଼ିତାଙ୍କୁ ମିଳିବ ୫ଲକ୍ଷ ଟଙ୍କାର ସହାୟତା: ଏସ୍ପି
ପୁରୀ ଅଫିସ,୪।୧୨: ପୁରୀ ଗଣବଳାତ୍କାର ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ। ଜେଲରେ ଥିବା ୨ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡ ପାଇଁ ଆବେଦନ...

୧୦ ଦିନ ତଳୁ ଆସିଛି ବଦଳି ଚିଠି, ଛୁଟି ଦିନରେ ପ୍ରଘଟ:ବଦଳିବେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ
ଅନୁଗୋଳ ଅଫିସ, ୩।୯ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ବଦଳି ହୋଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି...

CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ଭୁବନେଶ୍ୱର,୧୪।୬(ବ୍ୟୁରୋ): କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଗଞ୍ଜାମ ଜିଲାର ୫୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ଜିଲାରେ କରୋନା ଜନିତ...