ସୁପ୍ରିମକୋର୍ଟ ଯିବ ଓଡ଼ିଶା

ଭୁବନେଶ୍ୱର,୯।୨(ବ୍ୟୁରୋ): କୋରାପୁଟ ଜିଲା ସୀମାନ୍ତବର୍ତ୍ତୀ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମୁହଁାମୁହଁି ହୋଇଛନ୍ତି। କୋଟିଆ ପଞ୍ଚାୟତର ୩ଟି ଗାଁକୁ ନେଇ ଦୁଇରାଜ୍ୟ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ଆନ୍ଧ୍ର ସରକାର କୋଟିଆ ସମେତ ଗଜପତି ଜିଲାର ସୀମାନ୍ତବର୍ତ୍ତୀ ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଫଳରେ ଓଡ଼ିଶା ସରକାର ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।
କୋଟିଆ ବିବାଦରୁ ରାଜ୍ୟ ସରକାର ପଛକୁ ହଟିବେ ନାହିଁ। ରାଜ୍ୟର ସୀମା ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଏହାର ସୁରକ୍ଷା ପାଇଁ ସରକାର ସଂଗ୍ରାମ ଜାରି ରଖିବେ। ଏପରି କି ସୁପ୍ରିମକୋର୍ଟକୁ ଯିବାକୁ ମଧ୍ୟ ଯୋଜନା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କ ଓକିଲ ସୋମବାର କଟକରେ ଆଡ୍‌ଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କୁ ସାକ୍ଷାତ କରି ବିବାଦର ଆଇନଗତ ଦିଗଗୁଡିକୁ ନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ପ୍ରାଥମିକତା ଭିତ୍ତିରେ ସେଠାରେ ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବାକୁ ଖୁବ୍‌ଶୀଘ୍ର ସରକାର ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି। ଆନ୍ତଃରାଜ୍ୟ ସୀମା ବିବାଦ କେବଳ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇ ପାରିବ। ଆଇନଜୀବୀଙ୍କ ମତରେ ଯଦି କୌଣସି ରାଜ୍ୟ ସୀମାକୁ ନେଇ ଆପତ୍ତି ଉଠାଇବେ ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରି ପାର୍ଲାମେଣ୍ଟରେ ପ୍ରସଙ୍ଗ ଉଠାଇ ଏହାର ସମାଧାନ କରିପାରିବ।
ଅନ୍ୟପକ୍ଷରେ ଓଡ଼ିିଶା ଗସ୍ତରେ ଆସିଥିବା ଆନ୍ଧ୍ର ବିଧାନ ପରିଷଦର ୭ ଜଣିଆ ଗୃହ କମିଟି ନିକଟରେ ମଧ୍ୟ ସୀମା ବିବାଦ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ପ୍ରତିବାଦ ଜଣାଇଛନ୍ତି। ବୈଠକରେ ସ୍କୁଲ ଓ ଗଣଶିକ୍ଷା
ସୁପ୍ରିମକୋର୍ଟ ଯିବ…
ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧୀନରେ ଥିବା କୋଟିଆ ପଞ୍ଚାୟତର ଲୋକମାନେ ଦଶନ୍ଧି ଦଶନ୍ଧି ଧରି ନିଜର ପରିଚୟ ହରାଇ ବସିଛନ୍ତି। ଏଭଳି ସମ୍ବେଦନଶୀଳ ମାମଲାର ତୁରନ୍ତ ସମାଧାନ କରିବାକୁ ଆନ୍ଧ୍ର ସରକାର ଏକ ପ୍ରତିନିଧି ଦଳ ପଠାନ୍ତୁ ବୋଲି ସମୀର କହିଛନ୍ତି। ତେବେ ଏହି ବିବାଦକୁ ଉଭୟ ରାଜ୍ୟ ଆଲୋଚନା ମାଧ୍ୟମରେ ସମାଧାନ କରିବେ ବୋଲି ଗୃହ କମିଟି ସଦସ୍ୟଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଆନ୍ଧ୍ର ବିଧାନ ପରିଷଦ ଅଧ୍ୟକ୍ଷ ମହମ୍ମଦ ଅହମ୍ମଦ ଶରିଫ ସୂଚନା ଦେଇଛନ୍ତି। ଏହାଛଡା ସୀମାବର୍ତ୍ତୀ ଜିଲା ରାୟଗଡ଼ା, ମାଲକାନଗିରି, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ
ଗଞ୍ଜାମ ଜିଲାରେ ଭାଷାଭିତ୍ତିକ ଶିକ୍ଷାଦାନ ଉପରେ ଉଭୟ ରାଜ୍ୟର ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସବୁ ଜିଲାରେ ପ୍ରାୟ ୮୦ ଲକ୍ଷ ତେଲୁଗୁ ଲୋକ ବସବାସ କରୁଛନ୍ତି। ଏହି ସବୁ ଜିଲାଗୁଡିକରେ ଶିକ୍ଷକ ତାଲିମ ଅନୁଷ୍ଠାନ ରହିଥିଲେ ହେଁ କିଛି ବୈଷୟିକ ସମସ୍ୟା ଯୋଗୁ ଭାଷାଭିତ୍ତିକ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇପାରୁ ନାହିଁ। ସେହିପରି ବହୁ ଓଡ଼ିଆ ଲୋକ ବିଜୟନଗରମ୍‌, ଶ୍ରୀକାକୁଲମ ଏବଂ ବିଶାଖାପାଟଣାରେ ରହିଛନ୍ତି। ପ୍ରାୟ ୪ ହଜାର ପିଲା ପଡୋଶୀ ଆନ୍ଧ୍ରପ୍ରଦେଶରେ ପାଠ ପଢୁଛନ୍ତି। ସେମାନେ ସେଠାରେ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆନ୍ଧ୍ରରେ ୧୨୦ ଓଡ଼ିଆ ସ୍କୁଲ ରହିଛି। ସେଠାରେ ୧୩୦ ଜଣ ଓଡ଼ିଆ ଶିକ୍ଷକ ପଦବୀ ଖାଲି ରହିଛି। ସେଗୁଡିକୁ ତୁରନ୍ତ ପୂରଣ କରନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ କମିଟିର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆନ୍ଧ୍ରରେ ଓଡ଼ିଆ ପିଲାମାନଙ୍କର ଯେପରି କୌଣସି ସମସ୍ୟା ନ ହେବ ସେ ନେଇ ଶରିଫ ସମୀରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ରାଜ୍ୟର ସମସ୍ତ ସମସ୍ୟା ସମାଧାନ ହେବ ବୋଲି ଶରିଫ ସୂଚନା ଦେଇଛନ୍ତି। ବୈଠକ ପରେ ଆନ୍ଧ୍ର କ୍ଷେତ୍ର ସ୍ତରରେ ଛାତ୍ରୀଛାତ୍ରମାନଙ୍କ ସମସ୍ୟାର ସମୀକ୍ଷା କରିବାକୁ ପ୍ରତିନିଧି ଦଳ ବିଭିନ୍ନ ଜିଲା ଗସ୍ତ କରିଛିି। ତେଲୁଗୁ ପିଲାମାନେ ପାଠ୍ୟ ପୁସ୍ତକ ପାଉ ନ ଥିବା କମିଟି ସଦସ୍ୟମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୯-୨୦ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ ୧୪୧୫୦ ଖଣ୍ଡ ତେଲୁଗୁ ପାଠ୍ୟପୁସ୍ତକ ଆବଶ୍ୟକ ଥିବା ବେଳେ ୧୩୧୦୫, ୨୦୨୦-୨୧ରେ ୧୧୮୪୧ ପାଠ୍ୟ ପୁସ୍ତକରୁ କୌଣସି ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇ ନ ଥିବା କମିଟି ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟରେ ତେଲୁଗୁ ଛାତ୍ରୀଛାତ୍ରମାନଙ୍କର ଶିକ୍ଷାଗତ ଦକ୍ଷତା ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଥିଲେ। ୧୩୯ ଜଣ ତେଲୁଗୁ ଶିକ୍ଷା ସହାୟକ କାର୍ଯ୍ୟରତ ଥିବା ବେଳେ ୧୭୮ ଜଣ ତେଲୁଗୁ ଜାଣିଥିବା ଶିକ୍ଷକ ୪୧ଟି ସ୍କୁଲରେ ଶିକ୍ଷାଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?