Posted inଫୁରସତ

ମଞ୍ଚରେ ସୁପର ମଡେଲଙ୍କୁ ପିନ୍ଧାଗଲା ଡ୍ରେସ୍‌

ପ୍ୟାରିସ: ପ୍ରତ୍ୟେକ ଫ୍ୟାଶନ୍‌ ଶୋ’ରେ ସୁନ୍ଦରୀ ତରୁଣୀମାନେ ଭିନ୍ନ ଡିଜାଇନ୍‌ର ଟ୍ରେଣ୍ଡି ପୋଷାକ ପିନ୍ଧି ରାମ୍ପ ଓ୍ବାକ୍‌ର ସ୍ବତନ୍ତ୍ର ଷ୍ଟେଜ୍‌ରେ କ୍ୟାଟ୍‌ ଓ୍ବାକ୍‌ କରନ୍ତି । ଆଉ ଏହି ଷ୍ଟେଜ୍‌କୁ ଘେରି ବସିଥାନ୍ତି ଅନେକ ସେଲିବ୍ରିଟି ଡିଜାଇନର୍‌ ଏବଂ ଦର୍ଶକ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମଡେଲମାନଙ୍କୁ ଡିଜାଇନର୍‌ ଡ୍ରେସ୍‌ ପିନ୍ଧାଯିବା ସାଙ୍ଗକୁ ମେକ୍‌ଅପ୍‌ କରାଯାଏ। ଅନେକ ସମୟରେ ମଡେଲମାନଙ୍କୁ ତାଙ୍କ ପୋଷାକ ପାଇଁ ପ୍ରଶଂସା କରାଯାଏ। ସେହିପରି ଆମେରିକାର ସୁପର ମଡେଲ ବୋଲାଉଥିବା ବେଲା ହାଡିଡି ନିଜ ପୋଷାକ ପାଇଁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ପ୍ୟାରିସ୍‌ରେ ଅନୁଷ୍ଠିତ କୋପର୍ନି ଓମେନ୍ସ ଓ୍ବେର୍‌ ସ୍ପ୍ରିଙ୍ଗ୍‌/ସମର୍‌ ୨୦୨୩ରେ ଫ୍ୟାଶନ୍‌ ଶୋ’ବେଲାଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରକାର ଡାଏ -ଡ୍ରେସ୍‌ ତିଆରି କରାଯାଇଥିଲା, ଯାହାକୁ ସେ ମଞ୍ଚ ଉପରକୁ ଆସି ପିନ୍ଧିଥିଲେ। ବେଲା ହାଇହିଲ୍‌ ପିନ୍ଧି ବକ୍ଷକୁ ହାତରେ ଘୋଡ଼ାଇ ଟପ୍‌ଲେସ୍‌ ହୋଇ ରନ୍‌ଓ୍ବେକୁ ଆସିଥିଲେ। ଏହାପରେ ଦୁଇଜଣ ଆର୍ଟିଷ୍ଟ ତାଙ୍କ ଶରୀରରେ ଓପାକ୍‌ ହ୍ବାଇଟ୍‌ ଲାଟେକ୍ସ ସ୍ପ୍ରେ ଛିଞ୍ଚି ଏକ ହ୍ବାଇଟ୍‌ ସ୍ଲିପ୍‌ ଡ୍ରେସ୍‌ ତିଆରି କରିଥିଲେ। କିଛି କ୍ଷଣ ମଧ୍ୟରେ ଓପାକ୍‌ ହ୍ବାଇଟ୍‌ ଲାଟେକ୍ସରୁ ଏକ ସଲିଡ୍‌, ମିଡ୍‌-ଲେନ୍ଥ ଡ୍ରେସ୍‌ରେ ପରିଣତ ହୋଇଯାଇଥିଲା। ବେଲା ଡ୍ରେସ୍‌ରେ ନିଜକୁ ଆଡ୍‌ଜଷ୍ଟ କରୁଥିବା ଭିଡିଓରେ ଦେଖାଯାଇଥିଲା। ଉକ୍ତ ଡ୍ରେସ୍‌ରେ ବେଲା କ୍ୟାଟ୍‌ଓ୍ବାକ୍‌ କରି ଅନ୍ୟ ମଡେଲଙ୍କ ପରି ମଞ୍ଚରୁ ବିଦାୟ ନେଇଥିଲେ। ତେବେ ବେଲାଙ୍କ ଏହି ଡାଏ ଡ୍ରେସ୍‌ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଭାତଥାଳିରେ ଆଉ ରହିବନି ଭାତ

ଓ୍ବାଶିଂଟନ,୧୭।୩: ଆସନ୍ତା ୩୦ ବର୍ଷ ପରେ ଭାରତୀୟ ଭାତଥାଳିରେ ଆଉ ଭାତ ଦେଖିବାକୁ ମିଳିବ ନାହିଁ। ଭାତଥାଳିରୁ ଏହା ଗାଏବ ହୋଇଯିବ। ଆମେରିକାର ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟ...

ସ୍ବାମୀ ହେବ ତ ଏମିତି, ସ୍ତ୍ରୀଙ୍କ କଥାକୁ ବାସ୍ତବ ରୂପ ଦେବା ପାଇଁ…

କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ଥାଏ। କେଉଁଠି ଶାହାଜାହାନ ମମତାଜଙ୍କ ପାଇଁ ତାଜମହଲ ନିର୍ମାଣ କରିଥିଲେ ତ...

ଏମିତି ଷ୍ଟଣ୍ଟ ଦେଖାଇଲେ କୁନି ବାଳକ, ଥରେ ଭିଡିଓ ଉପରେ ନଜର ପକାଇଲେ ଆଖି ଫେରିବନି

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ ନିଶ୍ଚିତ। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଏମିତି ଥାଏ, ଯାହା ବାରମ୍ବାର ଦେଖିବାକୁ...

ବ୍ରିଟେନ୍‌ରେ ମହିଳାଙ୍କ ହର୍ସ ରେସ୍‌: ବଢିବାକୁ ଲାଗିଛି ଲୋକପ୍ରିୟତା

ହର୍ସ ରେସ୍‌ ବା ଘୋଡା ଦୌଡ ସର୍ବଦା ଏକ ପୁରୁଷ ପ୍ରଧାନ ଖେଳ ଭାବେ ପରିଚିତ ହୋଇଆସିଛି। ହେଲେ ୨୦୧୨ ବ୍ରିଟେନ୍‌ରେ ଆରମ୍ଭ ହୋଇଥିଲା ମହିଳାଙ୍କ...

ମଝି ରାସ୍ତାରେ ଗାଡ଼ି ରଖି ଏମିତି କଲେ ବ୍ୟକ୍ତି, ପ୍ରଶଂସା ନକରି ରହି ହେବନି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ମାଛକୁ ବଞ୍ଚାଇବା ପାଇଁ ଘୁଷୁରି ଛୁଆ କରୁଛନ୍ତି ଏମିତି କାର୍ଯ୍ୟ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରାୟତଃ ସମସ୍ତ ପଶୁଙ୍କଠାରେ ଦୟାଳୁ ମନୋବୃତ୍ତି ଦେଖାଯାଏ। ସୋସିଆଲ ମିଡିଆରେ ସେହିପରି ଅନେକ ଭିଡିଓ ନଜର ଆସିଥିବା ବେଳେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି।...

ପାଦ ଦୁର୍ଗନ୍ଧରେ ବେହୋସ୍‌ ହୁଏ ରୋବୋ ଡଗ୍‌

ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କଠାରେ ପରିଲକ୍ଷିତ ହୁଏ। ଜାପାନରେ ତ ଏହି ସମସ୍ୟା ଅଧିକ ପରିଲକ୍ଷିତ ହୁଏ। ତେଣୁ କାହାରି ଘରକୁ ପ୍ରବେଶ କରିବା ପୂର୍ବରୁ...

କରୋନାରେ ଚାକିରି ଚାଲିଯିବାରୁ ଶ୍ମଶାନକୁ କଲେ ବାସସ୍ଥାନ; ଏହି ବ୍ୟକ୍ତି କରୁଛନ୍ତି ଶହଶହ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର

କରୋନା ମହାମାରୀ ସମୟରେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ଯେଉଁ ଦୃଶ୍ୟ ବହୁତ ଭୟାନକ। ବନ୍ଧୁ ପରିଜନ କିଛି ସମୟ ପାଇଁ...

Advertisement
Archives

Model This Week