Posted inଖେଳ

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୬ ଉଇକେଟ ହରାଇ ୧୬୭ ରନ କରିଥିବାବେଳେ ହାଇଦ୍ରାବାଦ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୪୭ ରନ କରି ପାରିଥିଲା। କ୍ରମାଗତ ୨ ପରାଜୟ ପରେ ଚେନ୍ନାଇର ଏହା ପ୍ରଥମ ଏବଂ ମୋଟ ଉପରେ ୮ ମ୍ୟାଚରୁ ୩ୟ ବିଜୟ। ଅନ୍ୟପକ୍ଷରେ ସନ୍‌ରାଇଜର୍ସର ଏହା ୮ ମ୍ୟାଚରୁ ୫ମ ପରାଜୟ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ଇନ୍‌ଫର୍ମ ଓପନର ଫାଫ୍‌ ଡୁପ୍ଲେସିଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଡୁପ୍ଲେସି ଖାତା ଖୋଲିବା ପୂର୍ବରୁ ଉଇକେଟକିପର ଜନି ବେୟାରଷ୍ଟୋଙ୍କୁ କ୍ୟାଚ୍‌ ଦେଇ ଦ୍ରୁତ ବୋଲର ସନ୍ଦୀପ ଶର୍ମାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଡୁପ୍ଲେସି ଅଫ୍‌ ଷ୍ଟମ୍ପ୍‌ ବାହାରର ଏକ ଇନ୍‌ସୁଇଙ୍ଗରକୁ ଖେଳିବାକୁ ଯାଇଥିଲେ ଓ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା। ଫଳରେ ବଲ୍‌ ବେୟାରଷ୍ଟୋଙ୍କ ହାତକୁ ଯାଇଥିଲା। ଡୁପ୍ଲେସିଙ୍କ ସହ ଇନିଂସ ଓପନ କରିବାକୁ ଆସିଥିବା ସାମ କୁରାନ ୨୧ ବଲରୁ ୩ ଚୌକା ଓ ୨ ଛକା ସହ ଦ୍ରୁତ ୩୧ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ବୋଲ୍ଡ ହେବା ସହ ସନ୍ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତୃତୀୟ ଉଇକେଟରେ ଅମ୍ବାତି ରାୟୁଡୁ ଓ ଶେନ୍‌ ଓ୍ବାଟସନ ୬୪ ବଲରୁ ଦ୍ରୁତ ୮୧ ରନକରି ସ୍ଥିତି ସମ୍ଭାଳିଥିଲେ। ରାୟୁଡୁ ୩୪ ବଲରୁ ୩ ଚୌକା, ୨ ଛକା ସହ ୪୧ ରନକରି ଲଙ୍ଗ୍‌ଅଫ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କୁ ସିଧାସଳଖ କ୍ୟାଚ୍‌ ଦେଇ ଖଲିଲ ଅହମ୍ମଦଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରାୟୁଡ଼ୁଙ୍କ ଆଉଟକରି ଖଲିଲ୍‌ ଦଳକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଓ୍ବାଟସନ ୩୮ ବଲରୁ ୧ ଚୌକା ଓ ୩ ଛକା ସହ ୪୨ ରନ କରି ଲଙ୍ଗ୍‌ଅଫ୍‌ରେ ମନୀଷ ପାଣ୍ଡେଙ୍କୁ କ୍ୟାଚ୍‌ ଦେଇ ଟି. ନଟରାଜନଙ୍କ ଶିକାର ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୧୩ ବଲରୁ ୨ ଚୌକା ୧ ଛକା ସହ ୨୧ ରନ କରି ଏକ୍ସଟ୍ରା କଭରରେ କେନ୍‌ ଓ୍ବଲିୟମସନଙ୍କୁ କ୍ୟାଚ୍‌ ଦେଇ ନଟରାଜନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବିସ୍ଫୋରକ ଡ୍ବେନ ବ୍ରାଭୋ ବ୍ୟାଟିଂ କରିବାକୁ ଆସି ପ୍ରଥମ ବଲ୍‌ରେ ହିଁ ଖଲିଲ ଅହମ୍ମଦଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଶେଷରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଧୂଆଁଧାର ପ୍ରଦର୍ଶନ କରି ମାତ୍ର ୧୦ଟି ବଲରୁ ୩ ଚୌକା ଓ ୧ ଛକା ସହ ୨୫ ରନ ସଂଗ୍ରହ କରି ଅପରାଜିତ ରହିଥିଲେ। ଦୀପକ ଚହର ୨ ରନ କରି ଅପରାଜିତ ରହିଥିଲେ। ପଞ୍ଚମ ଉଇକେଟରେ ଧୋନୀ ଓ ଜାଡେଜା ୧୬ ବଲରୁ ଦ୍ରୁତ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ସନ୍ଦୀପ, ଖଲିଲ ଓ ନଟରାଜନ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସନ୍‌ରାଇଜର୍ସ ମାତ୍ର ୨୭ ରନରେ ଅଧିନାୟକ ଡେଭିଡ ଓ୍ବାର୍ନର (୯) ଓ ମନୀଷ ପାଣ୍ଡେ(୪)ଙ୍କ ଉଇକେଟ ହରାଇଥିଲା। ଫଳରେ କେନ୍‌ ଓ୍ବିଲିୟମସନଙ୍କ ଉପରେ ଚାପ ବଢ଼ିଥିଲା। ତେବେ ସେ ନିଜ ଅଭିଜ୍ଞତାର ଉପଯୋଗ କରି ଜନି ବେୟାରଷ୍ଟୋଙ୍କ ସହ ୩ୟ ଉଇକେଟ ଯୋଡ଼ିରେ ୩୨ ଓ ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗଙ୍କ ସହ ୪ର୍ଥ ଉଇକେଟରେ ୪୦ ରନର ଭାଗୀଦାରି ଗଢ଼ି ଇନିଂସକୁ ଆଗେଇ ନେଇଥିଲେ। ବେୟାରଷ୍ଟୋ ୨୪ ବଲ୍‌ରୁ ୨୩ ଓ ଗର୍ଗ ୧୮ ବଲ୍‌ରୁ ୧୬ ରନ କରିଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ୧୨ ରନ କରି ପାରିଥିଲେ। ଆବଶ୍ୟକ ରନହାର ବଢ଼ୁଥିବାରୁ ବଡ଼ ଶଟ୍‌ ଖେଳିବା ଲକ୍ଷ୍ୟରେ ଓ୍ବିଲିୟମସନ ୧୮ତମ ଓଭରରେ ଆଉଟ ହୋଇ ଯାଇଥିଲେ। କର୍ନ ଶର୍ମାଙ୍କ ବଲ୍‌ରେ ସ୍ଲଗ୍‌ ସୁଇପ୍‌ ଖେଳିବାକୁ ଯାଇ ସେ ଲଙ୍ଗ୍‌ଅନ୍‌ରେ ଶାର୍ଦ୍ଦୁଳ ଠାକୁରଙ୍କୁ କ୍ୟାଚ ଦେଇଥିଲେ। ୩୯ଟି ବଲ୍‌ ଖେଳିଥିବା ଓ୍ବିଲିୟମସନ ୭ ଚୌକା ସହ ସର୍ବାଧିକ ୫୭ ରନ ସ୍କୋର କରିଥିଲେ। ଏହି ଓଭରରେ କର୍ନ ଶର୍ମା ୧୯ ରନ ବ୍ୟୟ କରିବାରୁ ସନ୍‌ରାଇଜର୍ସ ଆଶା ଉଜ୍ଜୀବିତ ହୋଇଥିଲା। ମାତ୍ର ଶାଦ୍ଦୁଳ ଠାକୁର ୧୯ତମ ଓଭରରେ ମାତ୍ର ୫ ରନ ଦେଇ ରଶିଦ ଖାଁଙ୍କ ଉଇକେଟ ନେବାରୁ ଚେନ୍ନାଇ ବିଜୟ ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ଚେନ୍ନାଇ ବୋଲରଙ୍କ ମଧ୍ୟରେ କର୍ନ ଶର୍ମା ଓ ଡ୍ବେନ ବ୍ରାଭୋ ୨ଟି ଲେଖାଏ ଏବଂ ସାମ୍‌ କୁରାନ, ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୬୭/୬ (ଓ୍ବାଟସନ- ୪୨, ରାୟୁଡୁ- ୪୧, କୁରାନ- ୩୧, ଜାଡେଜା- ୨୫*, ଧୋନୀ- ୨୧, ସନ୍ଦୀପ- ୨/୧୯, ଖଲିଲ- ୨/୪୫, ନଟରାଜନ- ୨/୪୧)। ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୪୭/୮ (ଓ୍ବିଲିୟମସନ-୫୭, ବେୟାରଷ୍ଟୋ-୨୩, କର୍ନ-୨/୩୭, ବ୍ରାଭୋ-୨/୨୫, ଶାର୍ଦ୍ଦୁଳ-୧/୧୦, ସାମ୍‌ କୁରାନ-୧/୧୮, ଜାଡେଜା-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri