Posted inଖେଳ

ସନ୍‌ରାଇଜର୍ସ ଆଶା ଉଜ୍ଜୀବିତ

ଦୁବାଇ, ୨୩।୧୦-
ଜାସନ ହୋଲ୍ଡରଙ୍କ ପ୍ରଭାବୀ ବୋଲିଂ ପରେ ମନୀଷ ପାଣ୍ଡେ ଓ ବିଜୟ ଶଙ୍କରଙ୍କ ଦ୍ରୁତ ଶତକୀୟ ଭାଗୀଦାରି ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୫୫ ରନ ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ଦଳ ୧୮.୧ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରି ନେଇଥିଲା। ଏଠାରେ ବିଜୟ ସହ ସନ୍‌ରାଇଜର୍ସ ଏହାର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଏହି ଦଳ ୧୦ ମ୍ୟାଚରୁ ୪ ବିଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରାଜସ୍ଥାନ ୧୧ ମ୍ୟାଚରୁ ୭ମ ପରାଜୟ ବରଣ କରି ୭ମ ସ୍ଥାନକୁ ଖସିଛି। ଫଳରେ ଏହି ଦଳର ପ୍ଲେ-ଅଫ୍‌ ଯୋଗ୍ୟତା ଆଶଙ୍କା ବଢ଼ି ଯାଇଛି। ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ପ୍ରଥମ ଭେଟ୍‌ରେ ରୟାଲ୍ସ ୫ ଉଇକେଟରେ ବିଜୟୀ ହୋଇଥିଲା। ତେଣୁ ଏଠାରେ ରିଟର୍ନ ମ୍ୟାଚରେ ପରାସ୍ତ କରି ପରାଜୟର ମଧୁର ପ୍ରତିଶୋଧ ନେଇଛି ଡେଭିଡ ଓ୍ବାର୍ନରଙ୍କ ଦଳ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦ ଅଧିନାୟକ ଓ୍ବାର୍ନର। ରାଜସ୍ଥାନ ପକ୍ଷରୁ ଭଲ ଆରମ୍ଭ କରିଥିଲେ ରବିନ ଉଥପ୍ପା ଓ ବେନ୍‌ ଷ୍ଟୋକ୍ସ। ଉଥପ୍ପା ଆକ୍ରମଣାତ୍ମକ ଖେଳିଥିଲେ ହେଁ ୧୩ ବଲ୍‌ରୁ ୧୯ (୨ ଚୌକା, ୧ ଛକା) ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ୨୧ ବଲ୍‌ରୁ ୩୦ ରନ ହେବାପରେ ପ୍ରଥମ ଉଇକେଟ ପତନ ଘଟିଥିଲା। ଷ୍ଟୋକ୍ସ ଓ ସଞ୍ଜୁ ସାମ୍‌ସନ୍‌ ସତର୍କତାର ସହିତ ଖେଳି ଇନିଂସକୁ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟରେ ୫୬ ରନର ଭାଗୀଦାରି ପରେ ଯୋଡ଼ି ଭାଙ୍ଗିଥିଲା। ସାମ୍‌ସନ୍‌ ୨୬ ବଲ୍‌ରୁ ୩ ଚୌକା ଓ ୧ ଛକା ସହିତ ୩୬ ରନ କରିଥିବାବେଳେ ଜାସନ ହୋଲ୍ଡରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ପରେ ଷ୍ଟୋକ୍ସ ମଧ୍ୟ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୩୦ ରନ କରି ରଶିଦ୍‌ ଖାଁଙ୍କଦ୍ୱାରା ବୋଲ୍ଡ ହୋଇ ଯାଇଥିଲେ। ମିଡିଲ ଅର୍ଡରରେ ଫର୍ମରେଥିବା ଜୋସ୍‌ ବଟଲର ମାତ୍ର ୯ ରନ କରି ପ୍ୟାଭିଲିୟନ ଫେରିବାରୁ ଦଳର ବଡ଼ ସ୍କୋର ଆଶା ମଉଳିଥିଲା। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ୧୫ ବଲ୍‌ରୁ ୧୯(୨ ଚୌକା) ରନ କରି ପାରିଥିବାବେଳେ ଯୁବ ଖେଳାଳି ରିୟାନ ପରାଗ ୧୨ ବଲ୍‌ରୁ ଦ୍ରୁତ ୨୦(୨ ଚୌକା, ୧ ଛକା) ରନର ଯୋଗଦାନ ଦେଇଥିଲେ। ବିଳମ୍ବରେ ସୁଯୋଗ ପାଇଥିବା ରାହୁଲ ଟଓ୍ବୋଟିଆ ମାତ୍ର ୩ଟି ବଲ୍‌ ଖେଳି ୨ ଓ ଜୋଫ୍ରା ଆର୍ଚର ୭ ବଲ୍‌ରୁ ଗୋଟିଏ ଲେଖାଏ ଚୌକା ଓ ଛକା ଜରିଆରେ ୧୬ ରନ କରି ଅପରାଜିତ ରହିଥିଲେ। ରୟାଲ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ ରନ କରି ପାରିଥିଲା। ସନ୍‌ରାଇଜର୍ସ ପକ୍ଷରୁ ଚଳିତ ସିଜନରେ ପ୍ରଥମଥରପାଇଁ ସୁଯୋଗ ପାଇଥିବା ଜାସନ ହୋଲ୍ଡର ୩ଟି ଏବଂ ବିଜୟ ଶଙ୍କର ଓ ରଶିଦ ଖାଁ ଗୋଟିଏ ଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ସନ୍‌ରାଇଜର୍ସ ୧୬ ରନ ମଧ୍ୟରେ ଦୁଇ ଅଭିଜ୍ଞ ଓପନରଙ୍କ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଇନିଂସର ପ୍ରଥମ ଓଭରରେ ଓ୍ବାର୍ନର(୪)ଙ୍କୁ ପ୍ୟାଭିଲିୟନ ଫେରାଇ ରାଜସ୍ଥାନ ଶିବିରରେ ଉତ୍ସାହ ଭରିଥିଲେ ଜୋଫ୍ରା ଆର୍ଚର। କେବଳ ସେତିକି ନୁହେଁ ସେ ନିଜ ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ଜନି ବେୟାରଷ୍ଟୋ(୧୦ ରନ, ୭ ବଲ, ୧ ଚୌକା, ୧ ଛକା)ଙ୍କୁ ବୋଲ୍ଡ କରି ପ୍ରତିପକ୍ଷ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ମାତ୍ର ଚାପର ବଶବର୍ତ୍ତୀ ହୋଇ ନ ଥିଲେ ଭାରତୀୟ ଖେଳାଳି ମନୀଷ ପାଣ୍ଡେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଅଲରାଉଣ୍ଡର ବିଜୟ ଶଙ୍କର। ଉଭୟ ଖେଳାଳି ସତର୍କତା ଅବଲମ୍ବନ କରିଥିଲେ ହେଁ ସୁଯୋଗ ପାଇବାମାତ୍ରେ ଷ୍ଟ୍ରୋକମାନ ମାରି ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଅସମାପ୍ତ ତୃତୀୟ ଉଇକେଟରେ ଦୁହେଁ ୧୪୦ ରନର ଭାଗୀଦାରି ଗଢ଼ି ଦଳର ବିଜୟକୁ ସହଜ କରି ଦେଇଥିଲେ। ଆକ୍ରମଣର ନେତୃତ୍ୱ ନେଇଥିଲେ ମନୀଷ। ସେ ପଡ଼ିଆର ଚତୁର୍ଦ୍ଦିଗକୁ ଶଟ୍‌ମାନ ମାରି ପ୍ରତିପକ୍ଷ ବୋଲରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ୧୧ଟି ବଲ୍‌ ବାକିଥାଇ ହାଇଦ୍ରାବାଦ ବିଜୟ ହାସଲ କରିଥିଲା। ୪୭ଟି ବଲ୍‌ ଖେଳିଥିବା ମନୀଷ ୪ ଚୌକା ଓ ୮ ଛକା ସହାୟତାରେ ୮୩ ଏବଂ ବିଜୟ ଶଙ୍କର ୫୧ ବଲ୍‌ରୁ ୫୨(୬ ଚୌକା) ରନ କରି ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ କେବଳ ଆର୍ଚର ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୫୪/୬(ସାମସନ-୩୬, ଷ୍ଟୋକ୍ସ-୩୦, ପରାଗ-୨୦, ହୋଲ୍ଡର-୩/୩୩, ବିଜୟ ଶଙ୍କର-୧/୧୫, ରଶିଦ-୧/୨୦)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୮.୧ ଓଭରରେ ୧୫୬/୨(ମନୀଷ-୮୩*, ବିଜୟ ଶଙ୍କର-୫୨*, ଆର୍ଚର-୨/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri