ଅଫିସ୍‌ ସ୍ମୋକିଂ ଜୋନ୍‌ର କାହାଣୀ କହିଲା ‘ଧୂମ୍ରପାନ’

ଭୁବନେଶ୍ୱର,୧୯ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଏକ କର୍ପୋରେଟ ବିଲ୍ଡିଂରେ ଧୂମପାନ କରିବା ପାଇଁ ଥିବା ଏକ ସ୍ଥାନରୁ ଗତିଶୀଳ ହୁଏ ନାଟକ ‘ଧୂମ୍ରପାନ’। ଯେଉଁଠାରେ ଅଫିସ କର୍ମଚାରୀମାନେ ସିଗାରେଟ ଟାଣିବା ପାଇଁ ଏକତ୍ରିତ ହୁଅନ୍ତି। ଚାକିରିରେ ଥିବା ଚାପ, ଭୟ ଏବଂ ଅସୁରକ୍ଷିତତା ସହିତ ପ୍ରତି ମୁହୂର୍ତ୍ତରେ ମୁକାବିଲା, ତର୍ଜମା, ଅଫିସ୍‌ ରାଜନୀତି ଓ ପାରସ୍ପରିକ ସମ୍ପର୍କ ବିଷୟରେ ଆଲୋଚନା ଚାଲିଥାଏ। ସବୁଠୁ ବେଶି ଚର୍ଚ୍ଚାରେ ଥା’ନ୍ତି ଅଫିସ୍‌ ମୁଖ୍ୟ ବା ବସ୍‌। ଏପରି ଜଣେ ରାଗୀ ବସ୍‌ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସନ୍ତି ବିଶିଷ୍ଟ ଅଭିନେତା କୁମୁଦ ମିଶ୍ରା। ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ସ୍ମୋକିଂ ଜୋନ୍‌ରେ ଜଣକ ପରେ ଜଣେ ଆସି ଖଟି ଜମାନ୍ତି। ସେମାନଙ୍କ ମଧ୍ୟରେ ଅଫିସରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା ଚାଲେ, ପରସ୍ପର ମଧ୍ୟରେ ସମ୍ପର୍କ ଗଢ଼ିଉଠେ। ଘଟଣାକ୍ରମେ ଅଫିସ୍‌ର ଜଣେ ସିନିୟର କର୍ମଚାରୀ ଏକନାଥ୍‌ଙ୍କ ଚାକିରି ଯାଏ। ଏପରିସ୍ଥିତିରେ ମାଲିକଙ୍କଠୁ ନେଇ ସମସ୍ତ କର୍ମଚାରୀଙ୍କ ହାତରେ ଦେଖିବାକୁ ମିଳେ ସିଗାରେଟ୍‌। ଯେମିତି ସିଗାରେଟ ସମସ୍ତଙ୍କୁ ବିଭିନ୍ନ ସମସ୍ୟା, ଚାପରୁ ମୁକ୍ତ କରି ଶାନ୍ତି ଦେଉଛି। ସିଗାରେଟ୍‌ ଉପରେ ବଡ଼ ବଡ଼ ଅକ୍ଷରରେ ଦେହ ପାଇଁ କ୍ଷତିକାରକ ଲେଖା ହେଲା ପରେ କେବଳ ଯୁବପିଢ଼ି ନୁହନ୍ତି, କାମ ଚାପରେ କିଭଳି ସିଗାରେଟ୍‌କୁ ସମସ୍ତେ ଆପଣେଇ ନିଅନ୍ତି ତାହାକୁ ନେଇ ନାଟକ ‘ଧୂମ୍ରପାନ’ ଶୁକ୍ରବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଛି। ନାଟକରେ ଅଭିନେତା ମିଶ୍ରାଙ୍କ ବ୍ୟତୀତ ଜଣାଶୁଣା କଳାକାର ତାରୁକ୍‌ ରାଇନା, ଶୁଭ୍ରଜ୍ୟୋତି ବରାତ୍‌, ଘନଶ୍ୟାମ ଲାଲ୍‌ଶା, ସିଦ୍ଧାର୍ଥ କୁମାର, ସାର୍ଥକ କାକ୍‌ର, ଅସ୍ମିତା ମେଘ୍ରାଜାନି ପ୍ରମୁଖ ଅଭିନୟ କରିଛନ୍ତି। ଜେନ୍‌ ଫାଉଣ୍ଡେଶନ ପକ୍ଷରୁ ଏହି ନାଟକ ମଞ୍ଚସ୍ଥ ହୋଇଯାଇଛି। ଫାଉଣ୍ଡେଶନର ମ୍ୟାନେଜିଂ ଟ୍ରଷ୍ଟି ଗାର୍ଗୀ ଭଟ୍ଟାଚାର୍ଯ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ମିଡିଆ ପାର୍ଟନର୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri