Posted inଖେଳ

ମାତ୍ର ୨୯ ଦିନରେ ବଦଳିଗଲା ପାକିସ୍ତାନୀ କ୍ରିକେଟର ଶାନ ମସୁଦଙ୍କ ଜୀବନ, ଗୋଟିଏ ପରେ ଗୋଟିଏ…

ଇସଲାମାବାଦ,୧୪।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଘଟିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ବିଶ୍ୱକପ୍‌ ୨୦୨୩ରେ ଖରାପ ପ୍ରଦର୍ଶନ କରେ ବାବର ଆଜମ ଅଧିନାୟକ ପଦ ଛାଡ଼ିଥିଲେ। ଏବେ ଶାନ ମସୁଦ ପାକିସ୍ତାନର ଟେଷ୍ଟ ଫର୍ମାଟର ଅଧିନାୟକ କରାଯାଇଛି। ଦିନଥିଲା ମସୁଦ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ହେଲେ ଏବେ ସେ ପାକିସ୍ତାନର ଅଧିନାୟକ ହେବେ। ବିଶେଷକରି ଡେବ୍ୟୁର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଆଉ ଏକ ଦଳର ଅଧିନାୟକ ଦାୟିତ୍ୱ ମିଳିଛି।

ପର୍ଥରେ ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଫ୍ରାଞ୍ଚାଇଜ୍‌ ଟୁର୍ନାମେଣ୍ଟ, ପାକିସ୍ତାନ ସୁପର ଲିଗ୍‌ର ‘ପ୍ଲେୟର୍ସ ଡ୍ରାଫ୍ଟ’ ଆୟୋଜିତ ହୋଇଥିଲା। ଯେଉଁଭଳି ଭାବେ ଆଇପିଏଲ୍‌ରେ ଖେଳାଳିଙ୍କ ଅକ୍ସନ ହୋଇଥାଏ, ସେହିଭଳି ପିଏସ୍‌ଏଲ୍‌ରେ ଖେଳାଳି ଚୟନକୁ ନେଇ ଡ୍ରାଫ୍ଟ ସିଷ୍ଟମ୍‌ ଆପଣାଯାଇଥାଏ। ଏହି କାର୍ଯ୍ୟକ୍ରମର ଠିକ ପୂର୍ବରୁ ପିଏସ୍‌ଏଲ୍‌ର ପୂର୍ବ ଚାମ୍ପିୟାନ କରାଚି କିଙ୍ଗ୍ସ ପାକିସ୍ତାନର ଟେଷ୍ଟ ଅଧିନାୟକ ମସୁଦଙ୍କୁ ଫ୍ରାଞ୍ଚାଇଜ୍‌ର ମଧ୍ୟ ଅଧିନାୟକ ନିଯୁକ୍ତ କରାଯାଇଛି।

କହିବାକୁ ଗଲେ ଗତ ୧ ମାସ ମସୁଦଙ୍କ ପାଇଁ ଭଲ ରହିଥିଲା। ନଭେମ୍ବର ୧୫ରେ ବାବର ଇସ୍ତଫା ଦେବା ପରେ ପାକିସ୍ତାନ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। ଏବେ ସେ ନେତୃତ୍ୱ ନେବାକୁ ଯାଉଥିବାରୁ ଦଳରୁ ବାଦ୍‌ ପଡ଼ିବା ଆଶଙ୍କା ଶୂନ। ତାଙ୍କ ପାଉଣା ମଧ୍ୟ ବଢ଼ିଛି। ପ୍ରଥମେ ସେ ‘ଡି’ କାଟାଗୋରୀରେ ଥିବା ବେଳେ ଏବେ ‘ବି’ରେ ରଖାଯାଇଛି। ଏହାଛଡ଼ା ପ୍ରଥମ ଥର ଲାଗି ପିଏସ୍‌ଏଲ୍‌ରେ ଅଧିନାୟକ ଭାବେ ସୁଯୋଗ ମିଳିଛି। ଏସବୁ ଦେଖିଲେ ସେ ଗତ ୨୯ ଦିନକୁ କେବେ ବି ଭୁଲିବେ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri