ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ପୁଣି ଦୁର୍ଗନ୍ଧ

ଭୁବନେଶ୍ୱର,୧୮ା୧୧(ଅନିଲ ଦାସ): ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ସରକାର ବଦଳିଛି ହେଲେ ସହରର ବର୍ଜ୍ୟ ପରିଚାଳନାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ବାହାରୁଥିବା ଦୁର୍ଗନ୍ଧ ପୁଣି ସାରା ସହରକୁ ଅସ୍ତବ୍ୟସ୍ତ କରିଛି । ପଚାଶଢ଼ା ଗନ୍ଧରେ ନାକ ଫାଟିପଡୁଛି। ଅଦୂରଦର୍ଶୀ ବର୍ଜ୍ୟବସ୍ତୁ ପରିଚାଳନାର ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ। ରାତି ହେବା ମାତ୍ରେ ଏହି ଗନ୍ଧ ଏତେ ଉତ୍କଟ ହେଉଛି ଯେ ଘରେ ରହିବା ମଧ୍ୟ ଅସମ୍ଭବ ହେଲାଣି। ସହରରୁ ଦୈନିକ ବାହାରୁଥିବା ଶହ ଶହ ଟନ୍‌ ପଚାଶଢ଼ା ଆବର୍ଜନା ସହରର ମଧ୍ୟସ୍ଥଳ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପାହାଡ଼ ଭଳି ଗଦାହୋଇ ରହୁଛି। ସକାଳ ହେବା ମାତ୍ରେ ଡମ୍ପିଂୟାର୍ଡରେ ଶହ ଶହ ଅଳିଆବୁହା ଗାଡ଼ି ଲାଗିଯାଉଛି। ତେବେ ଏହାର ସ୍ଥାୟୀ ସମାଧାନକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ପୌର ପ୍ରଶାସନ ଏକ ପ୍ରକାର ବାଟବଣା ହୋଇଛନ୍ତି। ଦିନକୁ ଦିନ ବର୍ଜ୍ୟ ଗନ୍ଧ ଉତ୍କଟ ହେବାରେ ଲାଗିଛି।
ରାଜଧାନୀର କଳେବର ବୃଦ୍ଧିକୁ ଦେଖି ୧୯୪୯ ଅଗଷ୍ଟ ୧୯ରୁ କଟକରୁ ଭୁବନେଶ୍ୱର ରାଜଧାନୀ ସ୍ଥାନାନ୍ତର କରାଯାଇଥିଲା। ଏହି ସହରକୁ ଅତ୍ୟାଧୁନିକ ଓ ସୁନ୍ଦର, ସ୍ବାସ୍ଥ୍ୟକର ସହର ପରିକଳ୍ପନା କରି ୧୯୪୬ରେ ଜର୍ମାନ ଆକ୍ଟ ଟେକ୍ସ ଓଟୋ କୋନିସବର୍ଗ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ। ଇତିହାସ କହେ ୩ ହଜାର ବର୍ଷ ତଳେ ଏହା ମନ୍ଦିରମାଳିନି କଳିଙ୍ଗ ସାମ୍ରାଜ୍ୟ ଭାବେ ପରିଚିତ ଥିଲା। ଭୁବନେଶ୍ୱର ମ୍ୟୁନିସିପାଲିଟିରୁ ଏହା ୧୯୯୪ରେ ମହାନଗର ନିଗମରେ ପରିଣତ ହୋଇଛି। ୪୫ ଓ୍ବାର୍ଡରୁ ୬୭ ଓ୍ବାର୍ଡକୁ ବୃଦ୍ଧି ପାଇଛି। ଜନସଂଖ୍ୟା ମଧ୍ୟ ୧ ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି ପାଇଛି। ବିଭିନ୍ନ ଦିଗକୁ ସହରର କଳେବର ବିସ୍ତାରିତ ହେବାରେ ଲାଗିଛି। ସହରରୁ ବାହାରୁଥିବା ୩୦୦ ଟନ୍‌ ଆବର୍ଜନା ଏବେ ୮୦୦ ଟନ୍‌କୁ ବୃଦ୍ଧି ପାଇଲାଣି। ୨୦୨୩ ମେ ୧୫ ତାରିଖରୁ ଭୁଆସୁଣି ଡମ୍ପିଂୟାର୍ଡ ବନ୍ଦ ହେବା ପରେ ସୈନିକ ସ୍କୁଲ ଡମ୍ପିଂୟାର୍ଡ ଏକମାତ୍ର ଭରସା। ସହରରୁ ଦୈନିକ ୮୦୦ ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ଏହି ଡମ୍ପିଂୟାର୍ଡରେ ଗଦା ହେଉଛି। ଗତ କିଛି ମାସ ମଧ୍ୟରେ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପ୍ରାୟ ଦେଢ଼ ଲକ୍ଷ ଟନ୍‌ ବର୍ଜ୍ୟବସ୍ତୁ ଗଦା ହେଲାଣି। ଅଳିଆ ଚାପ କମାଇବାକୁ ସହରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍‌ସିସି) କରାଯାଇଛି। ସେଥିରୁ ଅଧିକାଂଶ ଅଚଳ ହୋଇପଡିଛି। ହେଲେ ବର୍ଜ୍ୟବସ୍ତୁର ସୁପରିଚାଳନାକୁ ନେଇ କୌଣସି ଦୀର୍ଘମିଆଦୀ ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଅଭାବ ଯୋଗୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛିି। ବିଏମ୍‌ସିକୁ ପରିଚାଳନା କରିବାକୁ ଆସୁଥିବା କମିଶନର ମାତ୍ର ବର୍ଷେ କି ୨ ବର୍ଷରେ ବଦଳି ହୋଇ ଚାଲିଯାଉଛନ୍ତି। ୨୦୧୪ରୁ ୨୦୨୪ ମଧ୍ୟରେ ୮ ଜଣ କମିଶନର ଓ ପ୍ରଶାସକ ବିଏମ୍‌ସିରୁ ବଦଳି ହେଲେଣି । ମାତ୍ର ସହରର ମୁଖ୍ୟ ସମସ୍ୟା ବର୍ଜ୍ୟବସ୍ତୁ ପରିଚାଳନା ଅପରିବର୍ତ୍ତିତ ରହିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏ ସମ୍ପର୍କରେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଟେଲିଫୋନ୍‌ ନମ୍ବର ୯୪୩୭୫୭୪୮୯୨ରେ ଯୋଗାଯୋଗ କରାଯାଇଥିତ୍ଲେ ମଧ୍ୟ ତାଙ୍କ ମତ ମିଳିବା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri