ରାଜ୍ୟର ପ୍ରଥମ କମର୍ସିଆଲ କୋର୍ଟ ଉଦ୍‌ଘାଟିତ

ସମ୍ବଲପୁର, (ବ୍ୟୁରୋ)/କଟକ ଅଫିସ,୧।୫: ସମ୍ବଲପୁର ଜିଲାରେ ରାଜ୍ୟର ପ୍ରଥମ କମର୍ସିଆଲ କୋର୍ଟ ଶୁକ୍ରବାର ଉଦ୍‌ଘାଟିତ ହେବା ସହ ଦ୍ୱିତୀୟ ସିନିୟର ସିଭିଲ କୋର୍ଟ (ଜମି ଅଧିଗ୍ରହଣ ସମ୍ବନ୍ଧୀୟ) ଓ ଡିଜିଟାଲ ରେକର୍ଡ ରୁମ୍‌ ଲୋକାର୍ପଣ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଭର୍ଚୁଆଲ ମୋଡ୍‌ରେ ଏହାକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଆବଶ୍ୟକ ଭିତ୍ତିଭୂମି, ଆଧୁନିକୀକରଣ, ଡିଜିଟାଲାଇଜେଶନ, ଆନୁଷଙ୍ଗିକ ବ୍ୟବସ୍ଥା କରାଗଲେ ଲୋକେ ସୁବିଧାରେ ନ୍ୟାୟ ପାଇପାରିବେ। ସମ୍ବଲପୁର ଜିଲା ଜଜ୍‌ ବିରଞ୍ଚତ୍ ନାରାୟଣ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ହାଇକୋର୍ଟ ଜଜ୍‌ ବି.ଆର୍‌. ଷଡ଼ଙ୍ଗୀ ଓ ଜିଲା ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥ ନିଜ ମତ ରଖିଥିଲେ। ଏଠାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣିଜି୍ୟକ ସମ୍ବନ୍ଧୀୟ ଠକେଇ ମାମଲାର ବିଚାର କରାଯିବ। ଅନ୍ୟପଟେ ଦ୍ୱିତୀୟ ସିନିୟର ସିଭିଲ କୋର୍ଟ ଆରମ୍ଭ ହୋଇଥିବାରୁ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲାର ବିଚାର ହୋଇପାରିବ।
ସେହିପରି କଟକ, ଗଞ୍ଜାମ, ବାଲେଶ୍ୱର ଜିଲାରେ ଜିଲା କୋର୍ଟ ଡିଜିଟାଇଜେଶନ ସେଣ୍ଟର ଶୁକ୍ରବାର ଉଦ୍‌ଘାଟିତ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ସେଣ୍ଟର ମାଧ୍ୟମରେ ଶେଷ ହୋଇଥିବା ମାମଲାଗୁଡିକର ସମସ୍ତ ରେକର୍ଡ ସ୍କାନିଂ ଓ ଡିଜିଟାଇଜେଶନ କରାଯିବ। ଗତ ୪ ମାସରେ ବିଭିନ୍ନ କୋର୍ଟରେ ୯୩ ହଜାର ୬୫ ମାମଲା ସମ୍ପର୍କିତ ୭୧ ଲକ୍ଷ ୯୮ ହଜାର ୨୩ ପୃଷ୍ଠାର ରେକର୍ଡ ସ୍କାନ କରାଯାଇଛି। ସେହିପରି ହାଇକୋର୍ଟର ୨ ଲକ୍ଷ ୮୯ ହଜାର ୨୭୨ ମାମଲା ସମ୍ପର୍କିତ ୨ କୋଟି ୨୪ ଲକ୍ଷ ୮୬ ହଜାର ୭୧୭ ପୃଷ୍ଠାର ରେକର୍ଡ ସ୍କାନ କରାଯାଇଛି। ହାଇକୋର୍ଟ କମ୍ପ୍ୟୁଟର କମିଟି ଅଧ୍ୟକ୍ଷ ତଥା ବିଚାରପତି ଶତ୍ରୁଘ୍ନ ପୂଜାହାରୀ ଓ ଓସିଏସିର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେପୁର ଉପନିର୍ବାଚନରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ, ଲୋକମତ ସଂଗ୍ରହ କରିବୁ: ନିରଞ୍ଜନ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏଥିରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ। କେବଳ ଲୋକମତ ସଂଗ୍ରହ କରିବୁ। ନିରାଡ଼ମ୍ବରରେ ନାମାଙ୍କନ ଦାଖଲ କରିବୁ। ବିଜେଡି...

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଭାଜପା: ବାପାଙ୍କ ପରେ ପୁଅକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଓ ଜଗତ୍‌ସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି।...

‘ଭାଜପାର ପରାଜୟ ଏକ ରହସ୍ୟ’

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ପୂର୍ବାପେକ୍ଷା ଭାଜପା ଭଲ ପ୍ରଦର୍ଶନ କରି ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଦଳ ଆସନ ହାସଲ କରିଛି। ସେହିପରି...

ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନା (କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ ଦୀର୍ଘ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ କିଛି...

ଓଡ଼ିଶା ଭିତରେ ଆନ୍ଧ୍ର ଦାଦାଗିରି

ପାରଳାଖେମୁଣ୍ଡି,୧୮।୨: ଆନ୍ଧ୍ର ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ କେବେ ସରକାରୀ କଳ ତ ଆଉ କେବେ ନିର୍ବାଚିତ...

ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ତୁଷାରପାତ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି, ୧୩ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲାରେ ହାଡଭଙ୍ଗା ଶୀତ। ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ...

ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ବାଲେଶ୍ୱର ଅଫିସ,୭ା୯: ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ...

ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୧(ବ୍ୟୁରୋ):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣାକୁ ଆଉ କିଛିଦିନ ବାକି ରହିଥିବା ବେଳେ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟଙ୍କ...

Advertisement
Archives

Model This Week