ନୂଆ ରୂପ ପାଇବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଭର୍ଚୁଆଲ୍‌ ସଂଗ୍ରହାଳୟ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସଂଗ୍ରହାଳୟର ୬୩ତମ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତ୍ନତତ୍ତ୍ୱ ବିଭାଗ ଗ୍ୟାଲେରିରୁ ଏହି ଭର୍ଚୁଆଲ୍‌ ସଂଗ୍ରହାଳୟର ଶୁଭାରମ୍ଭ କରିଛନ୍ତି। ପ୍ରତ୍ନତତ୍ତ୍ୱ ଗ୍ୟାଲେରୀର ୩ଟି କୋଠରୀ ସହ ବ୍ରୋଞ୍ଜ ଗ୍ୟାଲେରୀ ମଧ୍ୟ ଏଥିରେ ସାମିଲ ହୋଇଛି। ତେବେ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଏହି ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀ ଏବଂ ନୂଆ କରି ନିର୍ମାଣ ହେଉଥିବା ଗ୍ୟାଲେରୀର ମଧ୍ୟ ଭର୍ଚୁଆଲ୍‌ ଟୁର୍‌ ଆରମ୍ଭ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
କଟକ ଆନନ୍ଦ ଭବନ ସମେତ ରାଜ୍ୟର ବିଭିନ୍ନ ସଂଗ୍ରହାଳୟକୁ ଭର୍ଚୁଆଲ୍‌ ସଂଗ୍ରହାଳୟରେ ପରିଣତ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେଠୀ କହିଥିଲେ, କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧରେ ଖୁବ୍‌ଶୀଘ୍ର ଜିଲା ସଂଗ୍ରହାଳୟ ଖୋଲାଯିବ। ନିର୍ଦ୍ଦେଶକ ଦାସ ରାଜ୍ୟ ସଂଗ୍ରହାଳୟରେ ବାହ୍ୟ ଆଲୋକୀକରଣ କରାଯାଉଥିବା ସୂଚନା ଦେଇଥିଲେ। ଆଗକୁ ବିଭିନ୍ନ ଦିବସ ଏବଂ ଉତ୍ସବରେ ସଂଗ୍ରହାଳୟକୁ ନୂଆ ରୂପରେ ସଜାଯିବ। ଖୁବ୍‌ଶୀଘ୍ର ଆହୁରି ୫ଟି ନୂଆ ଗ୍ୟାଲେରି ଖୋଲିବ। ସେଥିରେ ସମସାମୟିକ କଳା ଗ୍ୟାଲେରି, ମ୍ୟାନ୍‌କାଇଣ୍ଡ୍‌ ଅଫ୍‌ ଏଜେସ୍‌ ରିଭୋଲ୍ୟୁଶନ୍‌, ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରୀ, ମହାତ୍ମାଗାନ୍ଧୀ ଗ୍ୟାଲେରୀ ଓ ପଟ୍ଟଚିତ୍ର ଗ୍ୟାଲେରୀ ରହିବ। ଏଥିସହିତ କାଫେଟେରିଆ ଏବଂ ସୋଭେନିୟର ଶପ୍‌ ନିର୍ମାଣ ହେବ। ସଂଗ୍ରହାଳୟ ମୁଖ୍ୟ ପ୍ରବେଶ ପଥ ନିକଟରେ ଏକ ଲିଲି ପଣ୍ଡ୍‌ ପ୍ରସ୍ତୁତ ହେବ। ଶିଶୁଙ୍କ ପାଇଁ କଣ୍ଢେଇ ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକ ସଂଗ୍ରହାଳୟ ମୁକ୍ତ ଉଦ୍ୟାନରେ ରୁଦ୍ରାକ୍ଷ ବୃକ୍ଷ ରୋପଣ କରିଥିଲେ। ପରେ ମନ୍ତ୍ରୀଙ୍କ ଦ୍ବାରା ସଂଗ୍ରହାଳୟ ଲୋଗୋରେ ସ୍ଥାନିତ ଅଶୋକସ୍ତମ୍ଭ ଭଗ୍ନାବଶେଷ, ଖ୍ରୀଷ୍ଟାବ୍ଦ ପ୍ରଥମ/ଦ୍ବିତୀୟରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀନ ସ୍ବର୍ଣ୍ଣମୁଦ୍ରାର ପ୍ରଦର୍ଶନୀ, ସଂଗ୍ରହାଳୟ କୋଠା ଏବଂ ଏହାର ପରିସର ଆଲୋକୀକରଣ, ଫାଉଣ୍ଟେନ୍‌ ଓ ଭର୍ଚୁଆଲ୍‌ ସଂଗ୍ରହାଳୟ ଉଦ୍‌ଘାଟିତ ହୋଇଥିଲା। ଏହାସହ ଅତିଥିଙ୍କ ଦ୍ୱାରା ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ନାଲ୍‌’ ଏବଂ ‘ଇନ୍‌ସ୍କ୍ରିପ୍‌ସନ୍ସ ଅଫ୍‌ ଗଙ୍ଗସ୍‌ ଅଫ୍‌ ସ୍ବେତକ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଔରଙ୍ଗାବାଦ ସର୍କଲ୍‌ର ଏଏସ୍‌ଆଇ ସୁପରିଣ୍ଟେଣ୍ଡିଙ୍ଗ ଆର୍କୋଲୋଜିଷ୍ଟ ଡ. ମିଲନ୍‌ ଚାୱଲା ବୌଦ୍ଧଧର୍ମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ସ୍ବାଗତ ଭାଷଣ ଦେଇଥିଲେ। ସଂଗ୍ରହାଳୟର ମାଳି ଏବଂ ୨ଜଣ କର୍ମଚାରୀଙ୍କୁ କାର୍ଯ୍ୟ ଦକ୍ଷତା ଲାଗି ସମ୍ବର୍ର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଜୁମ୍‌ ମାଧ୍ୟମରେ ୱେବିନାର୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?