ଜାତୀୟ ଦଳର ରାଜ୍ୟ ନେତା ମୂକ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଜାତୀୟ ଦଳର ରାଜ୍ୟ ନେତା ମୂକ ପାଲଟିଛନ୍ତି। ରାଜ୍ୟ ସ୍ବାର୍ଥକୁ ଅଣଦେଖା କରି ଶୀର୍ଷ ନେତାଙ୍କୁ ଖୁସି କରି ମନ୍ତ୍ରୀ କିମ୍ବା କିଛି ବଡ଼ ପଦବୀ ହାସଲ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଛି । ଓଡିଶାର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତାମାନଙ୍କର ଭଏସ୍‌ ନାହିଁ। ଏପରିକି ଜାତୀୟ ସ୍ତରରେ ଥିବା ନେତାଙ୍କ ପାଖରେ ରାଜ୍ୟ ବିଷୟ ଉଠାଇବାକୁ ଇଛା କରୁ ନାହାନ୍ତି। ଶୁକ୍ରବାର ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ଯୁବ ଜନତା ଦଳର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓକନ୍‌ଫରେନ୍ସ ଜରିଆରେ କଂଗ୍ରେସ ଓ ଭାଜପାକୁ ଟାର୍ଗେଟ୍‌ କରି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନ ଜିତିବା, କ୍ଷମତା ହାତେଇବା ଓ କେନ୍ଦ୍ରରେ ସରକାର ଗଢ଼ିବା ଜାତୀୟ ଦଳର ମୂଳ ଲକ୍ଷ୍ୟ । ଇତିହାସ କହୁଛି, ଜାତୀୟ ଦଳର ସବୁବେଳେ ମେନଷ୍ଟ୍ରିମିଂ ଏଜେଣ୍ଡା ରହିଛି । କେବଳ ଏହା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ। ଏଥିପାଇଁ ସେମାନଙ୍କ ନୀତି ହେଉଛି ଗୋଟିଏ ଭାଷା ହିନ୍ଦୀ, ଗୋଟିଏ ସଂସ୍କୃତି, ଗୋଟିଏ ନୀତି, ଯାହା ବଡ଼ ବଡ଼ ରାଜ୍ୟଗୁଡିକ ପାଇଁ ସୁବିଧା ହେବ। ନିର୍ବାଚନ ଜିତିବା ପରେ ରାଜ୍ୟଗୁଡ଼ିକର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି। ଜାତୀୟ ଦଳଗୁଡିକ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟଗୁଡିକର ସ୍ବତନ୍ତ୍ର ଆବଶ୍ୟକତା ସହିତ ସାଲିସ କରିଥାନ୍ତି। ରାଜ୍ୟରେ କଂଗ୍ରେସ ସରକାର
ଜାତୀୟ ଦଳର ରାଜ୍ୟ …
ଥିଲାବେଳେ ସବୁବେଳେ ଦିଲ୍ଲୀରୁ ରିମୋଟ୍‌ କଣ୍ଟ୍ରୋଲ ଦ୍ୱାରା ଚାଲୁଥିଲା। ଭାଜପା ଶାସିତ ରାଜ୍ୟଗୁଡିକ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ମାତ୍ର ବିଜେଡି ଏକ ଆଞ୍ଚଳିକ ଦଳ ଭାବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି। ଦିଲ୍ଲୀରେ ଆମର କେହି ବସ୍‌ ନାହାନ୍ତି। ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍‌। ଆମେ କେବଳ ଓଡ଼ିଶାବାସୀଙ୍କ ପାଇଁ କାମ କରୁଛୁ। ସେମାନଙ୍କର ଅଧିକାର ପାଇଁ କାମ କରୁଛୁ। ମହାନଦୀ ପାଣି, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା, ‘କୋଶଳୀ’ ଏବଂ ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଲଢେଇ କରୁଛି। ଓଡ଼ିଶାର ଖଣିଜ ସମ୍ପଦର ଲାଭ ଯେପରି ଓଡ଼ିଶା ଏବଂ ଓଡ଼ିଶାବାସୀ ପାଇବେ ସେଥିପାଇଁ ଲଢ଼େଇ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜେଡି ଯୁବ କର୍ମକର୍ତ୍ତାଙ୍କ ଜରିଆରେ ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ନବୀନ ମନକଥା କହିଛନ୍ତି। ସେ କହିଛନ୍ତି, ଯୁବଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି। ଜାତୀୟ ଦଳଗୁଡିକ ରାଜ୍ୟ ଯୁବଗୋଷ୍ଠୀଙ୍କୁ ମହାସାଗରରେ ଛୋଟ ଛୋଟ ଜଳ ବିନ୍ଦୁ କରି ହଜାଇ ଦେବେ । ଜାତୀୟ ଦଳରେ ଜଳ ବିନ୍ଦୁ ନ ହୋଇ ଆଞ୍ଚଳିକ ଦଳରେ ମହାସାଗର ହୁଅନ୍ତୁ ବୋଲି ରାଜ୍ୟ ଯୁବଗୋଷ୍ଠୀଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ପାଇଁ ଓଡ଼ିଆ ଭାଷା ସ୍ବତନ୍ତ୍ର। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର। ତାଙ୍କ ପୂଜା, ସଂସ୍କୃତି ହେଉଛି ଆମ ଜୀବନ ଧାରା। ମହାନଦୀ ଆମ ଜୀବନ ରେଖା। ଏହାର ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହି ଚାଲିଛି। ଓଡ଼ିଶା ଖଣିଜ ସମ୍ପଦରେ ଭରପୂର। ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି। ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି। ସ୍ବତନ୍ତ୍ରତା ରକ୍ଷା ପାଇଁ ପୂର୍ବ ପୁରୁଷମାନେ ଅନେକ ତ୍ୟାଗ କରିଛନ୍ତି। ଲଢ଼େଇ କରି ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି।
ଆମ ପାଇଁ ଓଡ଼ିଆ ହିନ୍ଦୀ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର। ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ସଙ୍ଗୀତ । କୋଶଳୀ ଓ ହୋ ଭାଷା ମୁଖ୍ୟ ଭାଷା। ଆଦିବାସୀମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତିି। ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ୱସ୍ତରୀୟ। କିନ୍ତୁ ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ ବୋଲି ନବୀନ କହିଛନ୍ତି।
ପ୍ରାୟ ପ୍ରତିବର୍ଷ ଓଡ଼ିଶା ବଡ଼ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଆମର ସ୍ବତନ୍ତ୍ର ଭୌଗୋଳିକ ଅବସ୍ଥିତି ପାଇଁ ଏହା ଘଟୁଛି। ଉଭୟ ଭାଜପା ଓ କଂଗ୍ରେସ ସେମାନଙ୍କ ଇସ୍ତାହାରରେ ସ୍ବତନ୍ତ୍ର ପାହ୍ୟାକୁ ୧ ନମ୍ବରରେ ରଖିଥିଲେ। କିନ୍ତୁ ନିର୍ବାଚନ ପରେ ଏହି ଦାବିକୁ ଭୁଲିଗଲେ। କିନ୍ତୁ ବିଜେଡି ଏଥିପାଇଁ ଲଢ଼େଇ ଜାରି ରଖିବ। ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ବିଷୟ ସବୁବେଳେ ଉଠାଇବ। ଓଡ଼ିଶାର ସ୍ବତନ୍ତ୍ର ପରିଚୟର ସୁରକ୍ଷା ଏବଂ ସ୍ବାର୍ଥ ପାଇଁ ଲଢ଼େଇ କରିବା ହେଉଛି ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ । ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢ଼େଇ କରେ। ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ସ୍ବତନ୍ତ୍ର ଓଡ଼ିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି। ଏହି ବାର୍ତ୍ତା କେବଳ ବିଜେଡି ଯୁବ କର୍ମକର୍ତ୍ତାଙ୍କ ପାଇଁ ନୁହେଁ, ଏହା ସାରା ଯୁବ ସମାଜ ଲାଗି ଏବଂ ସମଗ୍ର ଓଡ଼ିଶାର ଭବିଷ୍ୟତ ପାଇଁ ବୋଲି ନବୀନ କହିଛନ୍ତି। ଯୁବ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ନବୀନ କହିଛନ୍ତି, କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡ଼ିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଓଡ଼ିଆ ଜାତିର ଅସ୍ମିତା କିପରି ଆଗକୁ ଯିବ ସେଥିପାଇଁ ବିଜୁବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ପୂରଣ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ, ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶାର ଯୁବକମାନେ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସେ କହିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ, ରାଜ୍ୟ ସମ୍ପାଦକ(ଯୁବ ବ୍ୟାପାର) ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଯୁବ ନେତାମାନଙ୍କୁ ଉତ୍ସାହିତ କରିଥିଲେ। ସାଙ୍ଗଠନିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଯୁବନେତାଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା। ଏହି ଅବସରରେ ବିଜୁ ଜନତା ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ, ସାଙ୍ଗଠନିକ ପ୍ରସ୍ତାବ ଏବଂ ସଂକଳ୍ପ ପ୍ରସ୍ତାବଗୁଡିକ ଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ମହାସଚିବ ଏଲିନା ଦାସ, ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମସମ୍ପାଦକ, ସମସ୍ତ ଜୋନ୍‌ର ଜୋନ୍‌ ସଭାପତି ଏବଂ ୩୫ଟି ସାଙ୍ଗଠନିକ ଜିଲା ସଭାପତିମାନେ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ । ବୈଠକ ପୂର୍ବରୁ ଯୁବ କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri