ଜାତୀୟ ଦଳର ରାଜ୍ୟ ନେତା ମୂକ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଜାତୀୟ ଦଳର ରାଜ୍ୟ ନେତା ମୂକ ପାଲଟିଛନ୍ତି। ରାଜ୍ୟ ସ୍ବାର୍ଥକୁ ଅଣଦେଖା କରି ଶୀର୍ଷ ନେତାଙ୍କୁ ଖୁସି କରି ମନ୍ତ୍ରୀ କିମ୍ବା କିଛି ବଡ଼ ପଦବୀ ହାସଲ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଛି । ଓଡିଶାର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତାମାନଙ୍କର ଭଏସ୍‌ ନାହିଁ। ଏପରିକି ଜାତୀୟ ସ୍ତରରେ ଥିବା ନେତାଙ୍କ ପାଖରେ ରାଜ୍ୟ ବିଷୟ ଉଠାଇବାକୁ ଇଛା କରୁ ନାହାନ୍ତି। ଶୁକ୍ରବାର ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ଯୁବ ଜନତା ଦଳର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓକନ୍‌ଫରେନ୍ସ ଜରିଆରେ କଂଗ୍ରେସ ଓ ଭାଜପାକୁ ଟାର୍ଗେଟ୍‌ କରି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନ ଜିତିବା, କ୍ଷମତା ହାତେଇବା ଓ କେନ୍ଦ୍ରରେ ସରକାର ଗଢ଼ିବା ଜାତୀୟ ଦଳର ମୂଳ ଲକ୍ଷ୍ୟ । ଇତିହାସ କହୁଛି, ଜାତୀୟ ଦଳର ସବୁବେଳେ ମେନଷ୍ଟ୍ରିମିଂ ଏଜେଣ୍ଡା ରହିଛି । କେବଳ ଏହା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ। ଏଥିପାଇଁ ସେମାନଙ୍କ ନୀତି ହେଉଛି ଗୋଟିଏ ଭାଷା ହିନ୍ଦୀ, ଗୋଟିଏ ସଂସ୍କୃତି, ଗୋଟିଏ ନୀତି, ଯାହା ବଡ଼ ବଡ଼ ରାଜ୍ୟଗୁଡିକ ପାଇଁ ସୁବିଧା ହେବ। ନିର୍ବାଚନ ଜିତିବା ପରେ ରାଜ୍ୟଗୁଡ଼ିକର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି। ଜାତୀୟ ଦଳଗୁଡିକ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟଗୁଡିକର ସ୍ବତନ୍ତ୍ର ଆବଶ୍ୟକତା ସହିତ ସାଲିସ କରିଥାନ୍ତି। ରାଜ୍ୟରେ କଂଗ୍ରେସ ସରକାର
ଜାତୀୟ ଦଳର ରାଜ୍ୟ …
ଥିଲାବେଳେ ସବୁବେଳେ ଦିଲ୍ଲୀରୁ ରିମୋଟ୍‌ କଣ୍ଟ୍ରୋଲ ଦ୍ୱାରା ଚାଲୁଥିଲା। ଭାଜପା ଶାସିତ ରାଜ୍ୟଗୁଡିକ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ମାତ୍ର ବିଜେଡି ଏକ ଆଞ୍ଚଳିକ ଦଳ ଭାବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି। ଦିଲ୍ଲୀରେ ଆମର କେହି ବସ୍‌ ନାହାନ୍ତି। ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍‌। ଆମେ କେବଳ ଓଡ଼ିଶାବାସୀଙ୍କ ପାଇଁ କାମ କରୁଛୁ। ସେମାନଙ୍କର ଅଧିକାର ପାଇଁ କାମ କରୁଛୁ। ମହାନଦୀ ପାଣି, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା, ‘କୋଶଳୀ’ ଏବଂ ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଲଢେଇ କରୁଛି। ଓଡ଼ିଶାର ଖଣିଜ ସମ୍ପଦର ଲାଭ ଯେପରି ଓଡ଼ିଶା ଏବଂ ଓଡ଼ିଶାବାସୀ ପାଇବେ ସେଥିପାଇଁ ଲଢ଼େଇ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜେଡି ଯୁବ କର୍ମକର୍ତ୍ତାଙ୍କ ଜରିଆରେ ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ନବୀନ ମନକଥା କହିଛନ୍ତି। ସେ କହିଛନ୍ତି, ଯୁବଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି। ଜାତୀୟ ଦଳଗୁଡିକ ରାଜ୍ୟ ଯୁବଗୋଷ୍ଠୀଙ୍କୁ ମହାସାଗରରେ ଛୋଟ ଛୋଟ ଜଳ ବିନ୍ଦୁ କରି ହଜାଇ ଦେବେ । ଜାତୀୟ ଦଳରେ ଜଳ ବିନ୍ଦୁ ନ ହୋଇ ଆଞ୍ଚଳିକ ଦଳରେ ମହାସାଗର ହୁଅନ୍ତୁ ବୋଲି ରାଜ୍ୟ ଯୁବଗୋଷ୍ଠୀଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ପାଇଁ ଓଡ଼ିଆ ଭାଷା ସ୍ବତନ୍ତ୍ର। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର। ତାଙ୍କ ପୂଜା, ସଂସ୍କୃତି ହେଉଛି ଆମ ଜୀବନ ଧାରା। ମହାନଦୀ ଆମ ଜୀବନ ରେଖା। ଏହାର ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହି ଚାଲିଛି। ଓଡ଼ିଶା ଖଣିଜ ସମ୍ପଦରେ ଭରପୂର। ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି। ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି। ସ୍ବତନ୍ତ୍ରତା ରକ୍ଷା ପାଇଁ ପୂର୍ବ ପୁରୁଷମାନେ ଅନେକ ତ୍ୟାଗ କରିଛନ୍ତି। ଲଢ଼େଇ କରି ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି।
ଆମ ପାଇଁ ଓଡ଼ିଆ ହିନ୍ଦୀ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର। ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ସଙ୍ଗୀତ । କୋଶଳୀ ଓ ହୋ ଭାଷା ମୁଖ୍ୟ ଭାଷା। ଆଦିବାସୀମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତିି। ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ୱସ୍ତରୀୟ। କିନ୍ତୁ ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ ବୋଲି ନବୀନ କହିଛନ୍ତି।
ପ୍ରାୟ ପ୍ରତିବର୍ଷ ଓଡ଼ିଶା ବଡ଼ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଆମର ସ୍ବତନ୍ତ୍ର ଭୌଗୋଳିକ ଅବସ୍ଥିତି ପାଇଁ ଏହା ଘଟୁଛି। ଉଭୟ ଭାଜପା ଓ କଂଗ୍ରେସ ସେମାନଙ୍କ ଇସ୍ତାହାରରେ ସ୍ବତନ୍ତ୍ର ପାହ୍ୟାକୁ ୧ ନମ୍ବରରେ ରଖିଥିଲେ। କିନ୍ତୁ ନିର୍ବାଚନ ପରେ ଏହି ଦାବିକୁ ଭୁଲିଗଲେ। କିନ୍ତୁ ବିଜେଡି ଏଥିପାଇଁ ଲଢ଼େଇ ଜାରି ରଖିବ। ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ବିଷୟ ସବୁବେଳେ ଉଠାଇବ। ଓଡ଼ିଶାର ସ୍ବତନ୍ତ୍ର ପରିଚୟର ସୁରକ୍ଷା ଏବଂ ସ୍ବାର୍ଥ ପାଇଁ ଲଢ଼େଇ କରିବା ହେଉଛି ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ । ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢ଼େଇ କରେ। ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ସ୍ବତନ୍ତ୍ର ଓଡ଼ିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି। ଏହି ବାର୍ତ୍ତା କେବଳ ବିଜେଡି ଯୁବ କର୍ମକର୍ତ୍ତାଙ୍କ ପାଇଁ ନୁହେଁ, ଏହା ସାରା ଯୁବ ସମାଜ ଲାଗି ଏବଂ ସମଗ୍ର ଓଡ଼ିଶାର ଭବିଷ୍ୟତ ପାଇଁ ବୋଲି ନବୀନ କହିଛନ୍ତି। ଯୁବ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ନବୀନ କହିଛନ୍ତି, କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡ଼ିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଓଡ଼ିଆ ଜାତିର ଅସ୍ମିତା କିପରି ଆଗକୁ ଯିବ ସେଥିପାଇଁ ବିଜୁବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ପୂରଣ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ, ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶାର ଯୁବକମାନେ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସେ କହିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ, ରାଜ୍ୟ ସମ୍ପାଦକ(ଯୁବ ବ୍ୟାପାର) ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଯୁବ ନେତାମାନଙ୍କୁ ଉତ୍ସାହିତ କରିଥିଲେ। ସାଙ୍ଗଠନିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଯୁବନେତାଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା। ଏହି ଅବସରରେ ବିଜୁ ଜନତା ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ, ସାଙ୍ଗଠନିକ ପ୍ରସ୍ତାବ ଏବଂ ସଂକଳ୍ପ ପ୍ରସ୍ତାବଗୁଡିକ ଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ମହାସଚିବ ଏଲିନା ଦାସ, ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମସମ୍ପାଦକ, ସମସ୍ତ ଜୋନ୍‌ର ଜୋନ୍‌ ସଭାପତି ଏବଂ ୩୫ଟି ସାଙ୍ଗଠନିକ ଜିଲା ସଭାପତିମାନେ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ । ବୈଠକ ପୂର୍ବରୁ ଯୁବ କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?