Posted inଜାତୀୟ

କୁଳପତି ନିଯୁକ୍ତ କରିବେ ରାଜ୍ୟ ସରକାର

ଚେନ୍ନାଇ,୨୬ା୪:ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ ଏବେ ରାଜ୍ୟପାଳଙ୍କ ପରିବର୍ତ୍ତେ ରାଜ୍ୟ ସରକାର କରିବେ। ଏନେଇ ତାମିଲନାଡୁ ସରକାର ସୋମବାର ବିଧାନସଭାରେ ଦୁଇଟି ବିଲ୍‌ ଗୃହୀତ କରାଇଛନ୍ତିି। ରାଜ୍ୟପାଳଙ୍କ କୁଳପତି ନିଯୁକ୍ତି କ୍ଷମତା ଉଚ୍ଛେଦ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ରାଜ୍ୟପାଳ ଆର୍‌.ଏନ୍‌. ରବି କେବଳ ରାଜ୍ୟ, କେନ୍ଦ୍ରୀୟ ଏବଂ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କର ଦୁଇଟି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଲାଗି ଏଭଳି ବିଲ୍‌ ଅଣାଯାଇଛି। ଏଆଇଏଡିଏମ୍‌କେ ପ୍ରଥମେ ବିଲ୍‌କୁ ବିରୋଧ କରିଥିବାବେଳେ ଭାଜପା କକ୍ଷତ୍ୟାଗ କରିଥିଲା। ତାମିଲନାଡୁ ୟୁନିଭର୍ସିଟି ଲ (ସଂଶୋଧନ) ବିଲ୍‌ ଏବଂ ଚେନ୍ନାଇ ୟୁନିଭର୍ସିଟି ଆକ୍ଟ ଧ୍ୱନି ମତରେ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି, ପୂର୍ବରୁ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ରାଜ୍ୟପାଳ କୁଳପତିମାନଙ୍କୁ ନିଯୁକ୍ତି ଦେଉଥିଲେ। ହେଲେ ନିକଟ ଅତୀତରେ ରାଜ୍ୟପାଳ ଏକତରଫା ଭାବେ କୁଳପତି ନିଯୁକ୍ତ କରୁଛନ୍ତି।
ନିର୍ବାଚିତ ସରକାର ସେମାନଙ୍କୁ ନିଯୁକ୍ତି ଦେଇପାରୁ ନାହିଁ। ଏହା ଗଣତାନ୍ତ୍ରିକ ନୀତିର ବିରୋଧ। କୁଳପତି ନିଯୁକ୍ତି କ୍ଷମତା ରାଜ୍ୟପାଳଙ୍କୁ ଦିଆଯିବା ଉଚିତ ନୁହେଁ ବୋଲି ଆନ୍ତଃରାଜ୍ୟ ସମ୍ପର୍କ ଉପରେ ଗଠିତ ପୁଞ୍ଛି କମିଶନ ସୁପାରିସ କରିଥିଲେ। କମିଶନଙ୍କ ମତାମତ ଉପରେ ୧୯ଟି ରାଜ୍ୟ ସହମତ ଥିଲେ। ଏପରିକି ଇ.କେ. ପଲାନିସ୍ବାମୀଙ୍କ ନେତୃତ୍ୱାଧୀନ ଏଆଇଏଡିଏମ୍‌କେ ସରକାର ମଧ୍ୟ ରାଜ୍ୟପାଳଙ୍କ ହାତରେ କୁଳପତି ନିଯୁକ୍ତି କ୍ଷମତା ରହିବା ଉଚିତ ନୁହେଁ ବୋଲି ସେତେବେଳେ ମତ ଦେଇଥିଲା ବୋଲି ଷ୍ଟାଲିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?