ରାଜଧାନୀରେ ଡ୍ରାଇଭରଙ୍କ ଦଣ୍ଡବତ ଯାତ୍ରା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ୯ ଦଫା ଦାବି ନେଇ ଏକାଧିକ ଥର ଆନ୍ଦୋଳନ ପରେ ପ୍ରତିଶ୍ରୁତି ପୂରଣ କରା ନ ଯିବାରୁ ଶେଷରେ ରାଜ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି। ମହାସଂଘ ପକ୍ଷରୁ ମଙ୍ଗଳବାର ଦଣ୍ଡବତ ଯାତ୍ରା କରାଯିବା ସହ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି।
ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ଗତ ଅକ୍ଟୋବର ୧୮ରେ ସମ୍ବଲପୁରର ଆରାଧ୍ୟା ଠାକୁରାଣୀ ମା’ ସମଲେଶ୍ୱରୀଙ୍କୁ ଦଣ୍ଡବତ କରି ଯାତ୍ରା ଆରମ୍ଭ କରିଥିଲେ। ସେମାନେ ଦଣ୍ଡବତ ଯାତ୍ରା କରି ନବୀନ ନିବାସ ଅଭିମୁଖେ ଆସୁଥିବାବେଳେ ଏଥିରେ ବିଭିନ୍ନ ଜିଲାର ଡ୍ରାଇଭର ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱର ପଳାଶୁଣୀଠାରେ ବିଭିନ୍ନ ସ୍ଥାନରୁ ୫୦୦ରୁ ଊର୍ଦ୍ଧ୍ୱ ଡ୍ରାଇଭର ଏକାଠି ହୋଇ ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କର ଦାବିଗୁଡ଼ିକ ହେଲା ଦୁର୍ଘଟଣାରେ ଜୀବନ ଗଲେ ୨୦ ଲକ୍ଷ ଟଙ୍କାର ବୀମା ରାଶି ଦେବା, ଅକର୍ମଣ୍ୟଙ୍କୁ ୧୦ ଲକ୍ଷ ଓ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଦେବା, ୫୫ ବର୍ଷ ପରେ ପେନ୍‌ସନ, ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା। ସେହିପରି ୧୦୦ କି.ମି ବ୍ୟବଧାନରେ ପାର୍କିଂ ଓ ବିଶ୍ରାମସ୍ଥଳ ସହ ଶୌଚାଳୟ ନିର୍ମାଣ, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ, ପିଲାଙ୍କ ଲାଗି ଉଚ୍ଚଶିକ୍ଷା ବ୍ୟବସ୍ଥା, ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା। ରାସ୍ତାରେ ପ୍ରଶାସନ ପକ୍ଷରୁ ଡ୍ରାଇଭରଙ୍କୁ ହଇରାଣ ନ କରାଯିବା ପ୍ରଭୃତି ଦାବି ରହିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ କିଛି ସ୍ଥାନରେ ଟ୍ରାଫିକ ଜାମ୍‌ ହୋଇଥିଲା। ସେମାନେ ଅପରାହ୍ନ ୨ଟା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ନବୀନ ନିବାସ ଅଭିମୁଖେ ଯିବାବେଳେ ପୋଲିସ ଅଟକାଇଥିଲା। ତେଣୁ ମହାସଂଘର କର୍ମକର୍ତ୍ତାମାନେ ଲୋୟର ପିଏମ୍‌ଜିରେ ଧାରଣାରେ ବସି ନାରାବାଜି ଦେଇଥିଲେ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୋଲି କହିଛନ୍ତି, ୮ଜଣ କର୍ମକର୍ତ୍ତା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିଥିଲେ ମଧ୍ୟ ଆଲୋଚନା ଅସମ୍ପୂର୍ଣ୍ଣ ରହିଛି। ବୁଧବାର ସମ୍ପୂର୍ଣ୍ଣ ଆଲୋଚନା ହେବ। ସୂଚନାଯୋଗ୍ୟ, ଏପ୍ରିଲ ୧୮ରେ ମହାସଂଘର ୫୦ ହଜାର ସଦସ୍ୟ ରାଜଧାନୀରେ ଆନ୍ଦୋଳନ କରିଥିଲେ। ଫଳରେ ଟ୍ରାଫିକ ଜାମ୍‌ ହେବା ସହ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନ ନେଇ ଗୋଇନ୍ଦା ଫେଲ୍‌ ହୋଇଥିବାରୁ କମିଶନରେଟ ପୋଲିସକୁ ଦୃଢ଼ ସମାଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri