Advertisement
Posted inଫୁରସତ

ଛୁଟି ନେବା ପାଇଁ ଏମିତି ଅପହରଣ ନାଟକ ରଚିଲେ କର୍ମଚାରୀ, ଶେଷରେ ହରାଇବାକୁ ପଡ଼ିଲା ଚାକିରି

ଅଫିସରୁ ଛୁଟି ନେବା ପାଇଁ ଲୋକେ ବିଭିନ୍ନ ପ୍ରକାର ବାହାନା ଖୋଜନ୍ତି। ଯେମିତି ଚାହିଁଥାନ୍ତି ବସ୍‌ ତାଙ୍କୁ ଆରାମରେ ଛୁଟି ମଞ୍ଜୁର କରିଦିଅନ୍ତୁ। ସେହିପରି ଆମେରିକାର ଏରିଜୋନାରେ ରହୁଥିବା ୧୯ ବର୍ଷୀୟ ଜଣେ କର୍ମଚାରୀ ଛୁଟି ନେବା ପାଇଁ ଏମିତି ଏକ ନାଟକ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏହି ଯୁବକ ଜଣକ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେ ଛୁଟି ନେବାକୁ ଚାହୁଁଥିଲେ। ଖାସ୍‌ ଏଥିପାଇଁ ନିଜର ଅପହରଣ ନାଟକ ନିଜେ ରଚିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ସହରର ଓ୍ବାଟର ଟାଓ୍ବାର ନିକଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ୧୯ ବର୍ଷୀୟ ବ୍ରେଣ୍ଡେନ ସୁଲ୍‌ସ ନିଜର ଅପହରଣ ନାଟକ କରିଥିଲେ। ଯେତେବେଳେ କମ୍ପାନୀ ବ୍ୟକ୍ତିଗତ ଗୁପ୍ତଚରଙ୍କ ମାଧ୍ୟମରେ ଏହି ମାମଲାର ଅନୁସନ୍ଧାନ କରାଇଲା ସେମାନେ କୌଣସି ପ୍ରମାଣ ପାଇଲେ ନାହିଁ ସୁଲ୍‌ସ ଅପରହଣ ହୋଇଥିଲେ କି ନାହିଁ।

କମ୍ପାନୀ ଏହାର ସତ୍ୟତା ଜାଣିବା ପାଇଁ ପୋଲିସରେ ଜଣାଇଥିଲା। ପୋଲିସ ଯାଞ୍ଚ କରି ସୁଲ୍‌ସ ଫ୍ୟାକ୍ଟ୍ରିଠାରୁ କିଛି ଦୂରରେ ହାତଗୋଡ଼ ବନ୍ଧା ହୋଇପଡ଼ିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲା। ଏନେଇ ସୁଲ୍‌ସଙ୍କୁ ପୋଲିସ ପଚାରିବାରୁ ସେ ନିଜେ ଏପରି ଅପହରଣ ନାଟକ କରିଥିବା ସ୍ବୀକାର କରିଥିଲେ।

କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଅପହରଣ ଯୋଜନା କରିଥିବା ସୁଲ୍‌ସ ନିଜେ ପାଟିରେ କିଛି ରଖିଥିଲେ। ବେଲ୍ଟରେ ହାତଗୋଡ଼ି ସେ ନିଜେ ବାନ୍ଧିଥିଲେ। ଏହା ପରେ ରାସ୍ତା ପାର୍ଶ୍ୱରେ ଶୋଇପଡ଼ିଲେ। ଯେମିତି କି ଲୋକମାନେ ତାଙ୍କୁ ଦେଖି ପାରିବେ। ଆଉ ଅପହରଣ କରାଯାଇଥିବା ବିଶ୍ୱାସ କରିବେ। ମାତ୍ର ପୋଲିସ କବଳରୁ ସେ ଖସି ପାରି ନ ଥିଲେ। ନିଜେ ଏପରି ଅପହରଣ ନାଟକ କରିଥିବାରୁ ସବୁଦିନ ପାଇଁ ଚାକିରି ହରାଇବା ସହ ଜେଲ୍‌ ବି ଯିବାକୁ ପଡ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସୁଛି ୫ ମହଲା ବିଶିଷ୍ଟ ହୋଟେଲ, ଭିଡିଓ ଭାଇରାଲ

ଚାଇନାର ୟାଙ୍ଗ୍‌ଜି ନଦୀରେ ୫ମହଲା ବିଶିଷ୍ଟ ହୋଟେଲ ଭାସୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଲାଗିବ ଯେମିତି ବଢ଼ିପାଣିରେ...

ବିଶ୍ୱର ୫ ଅଜବ ଦଣ୍ଡ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିଯୁକ୍ତଙ୍କୁ ଶାସ୍ତି ସ୍ବରୂପ ଦଣ୍ଡ ମିଳିଥାଏ। ତେବେ ତାହା ବଡ଼ ଦଣ୍ଡ ହେଉ ଅବା ଛୋଟ। ଏଠାରେ ଜାଣିବା କିଛି ଭିନ୍ନ ପ୍ରକାରର ଦଣ୍ଡ ବିଷୟରେ,...

ବୋହୂଙ୍କ ପାଦ ଧୋଇ ପୂଜା କରୁଛନ୍ତି ଶାଶୁ, କାରଣ ଜାଣିଲେ କରିବେ ପ୍ରଶଂସା

ସାଧାରଣତଃ ଶାଶୁ-ବୋହୂ ସମ୍ପର୍କକୁ ନେଇ ବହୁବାର ନକାରାତ୍ମକ କଥା ଶୁଣିବାକୁ ମିଳିଥାଏ। ମାତ୍ର ମହାରାଷ୍ଟ୍ରର ଓ୍ବାଶିମରେ ଏମିତି ଜଣେ ଶାଶୁ ଅଛନ୍ତି, ଯେ କି ନିଜ...

ହସ୍ପିଟାଲରୁ ୪ କରୋନା ପୀଡ଼ିତ ଭୁଲରେ ଡିସ୍‌ଚାର୍ଜ: ଖୋଜୁଛି ପୋଲିସ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍‌ରେ ଡିସ୍‌ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ...

ନନ୍ଦିନୀ: ଏକ ସଂକଳ୍ପର ନାଁ

ନନ୍ଦିନୀ ଶତପଥୀ ଥିଲେ ବାସ୍ତବରେ ଏକ ସଂକଳ୍ପ, ଏକ ସ୍ବାଭିମାନ। ଉଭୟ ରାଜନୀତିରେ, ମାନବ ସେବାରେ, ସାହିତ୍ୟ ରଚନାରେ। ୧୯୩୧ ମସିହା ଆଜିର ଦିନରେ କଟକରେ...

‘ନିଜ ସ୍ବାମୀଙ୍କୁ କେମିତି ହତ୍ୟା କରିବେ’ପୁସ୍ତକ ଲେଖିଥିବା ମହିଳା ଶେଷରେ ସ୍ବାମୀଙ୍କୁ କଲେ ହତ୍ୟା

ନ୍ୟୁୟର୍କ,୨୬।୫: ଦାମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ସାଧାରଣ ଘଟଣା। ବେଳେବେଳେ ଏହି ଝଗଡା ଉଗ୍ର ରୂପ ଧାରଣ କରେ। ଝଗଡାର ପରିଣାମ ହତ୍ୟାକାଣ୍ଡର ରୂପ...

ବିବାହ ଭୋଜିରେ ଛେପ ଲଗାଇ ରୁଟି ବେଲୁଥିଲେ ଏହି ଯୁବକ, ଜଣାପଡ଼ିବା ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଏକ ବିବାହ ସମାରୋହରେ ଛେପ ଲଗାଇ ରୁଟି ବେଲୁଛନ୍ତି। ଭିଡିଓଟି...

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ...

Advertisement
Archives

Model This Week