ବୈଦିକ ସଂସ୍କୃତିର ସୌରଭ

ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ। ଏହା ପରମାତ୍ମାଙ୍କ ଅମୃତ ବାଣୀ। ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର। ଏଥିରେ ଥିବା ଈଶ୍ୱର ପ୍ରଦତ୍ତ ଦିବ୍ୟଜ୍ଞାନ ପୃଥିବୀର ଅନ୍ୟ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ବେଦର ଶିକ୍ଷା, ବେଦର ଆଦର୍ଶ ଅତୀବ ମହାନ୍‌, ଦୈନନ୍ଦିନ ଜୀବନରେ ପାଳନ ସାପେକ୍ଷ। ଏହି ଶିକ୍ଷାକୁ ଯଦି କିଞ୍ଚତ୍ତ ପରିମାଣରେ ଜନ ସମକ୍ଷରେ ପହଞ୍ଚାଇ ହୁଏ ତାହା ଜନ ସମାଜ ପାଇଁ ଅଶେଷ ମଙ୍ଗଳଦାୟକ ହେବ। ଏହା ଏକ ଆଧ୍ୟାତ୍ମିକ ସେବା ଭାବେ ପରିଣତ ହେବ। ଏହି ଅବଲମ୍ୱନରେ ଅନେକ ଭାରତୀୟ ନିଜ ଜୀବନକୁ ଶୁଦ୍ଧ, ପବିତ୍ର ଓ ଶାସ୍ତ୍ରୀୟ କରି ପ୍ରଭୂତ ଉପକାର ଲାଭ କରିଛନ୍ତି। ଏହା ସର୍ୱକାଳୀନ ହୋଇଥିବାରୁ ବର୍ତ୍ତମାନ ମଧ୍ୟ ଏହାର ଅବଲମ୍ୱନରେ ଜଣେ ମହାନ୍‌ ଗୁଣର ଅଧିକାରୀ ହୋଇପାରିବ। ଏହି ଜ୍ଞାନ ପରିବାର କ୍ଷେତ୍ରରେ ଉପଯୋଗ କରି ଯେଉଁମାନେ ମହାନ୍‌ ହୋଇପାରିଥିଲେ ତନ୍ମଧ୍ୟରୁ ଅଗାଧ ଓ ଅସୀମ ପ୍ରତିଭାର ଅଧିକାରୀ, ତାଙ୍କ ସମୟର ସର୍ୱୋଚ୍ଚ ଶିକ୍ଷାବିତ୍‌ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ୱପଲ୍ଲୀ ରାଧାକ୍ରିଷ୍ଣନ, ଭାରତରେ ତଥା ବହୁ ବିଦେଶରେ ନିଜ ପାଣ୍ଡିତ୍ୟର ପରିଚୟ ଦେଇ ଆମ ଦେଶ ସଂସ୍କୃତି ଓ ଭାରତୀୟ ଜ୍ଞାନର ଉପଯୁକ୍ତ ପରିଚୟ ନିଜ କର୍ମ ମାଧ୍ୟମରେ ପ୍ରଦାନ କରିପାରିଥିଲେ। ତାଙ୍କ ବାଲ୍ୟକାଳରୁ ନିଜ ପରିବାରରୁ ସେ ବୈଦିକ ଜ୍ଞାନର ଅଧିକାରୀ ହୋଇଥିଲେ। ତାଙ୍କ ମାତା ପିତା ଏ ବାବଦରେ ତାଙ୍କ ଆଦର୍ଶ ଥିଲେ। ସେ ସମଗ୍ର ପୃଥିବୀବାସୀଙ୍କ ଉଦ୍ଦେଶ୍ୟରେ କହୁଥିଲେ – ‘ତୁମେ କେତେ ଜ୍ଞାନର ଅଧିକାରୀ ତାହାର ଏକ ମୁକୁଟ କରି ମଥାରେ ପିନ୍ଧି ବୁଲିଲେ ତାହା ଜ୍ଞାନର ଠିକ ପ୍ରଚାର ହୋଇପାରିବ ନାହିଁ, ତୁମର ଆଚରଣ ଓ ବ୍ୟବହାର ହିଁ ତୁମ ଜ୍ଞାନର ପ୍ରକୃତ ପରିଚୟ।’
ଏହି ଲେଖା ପ୍ରସ୍ତୁତ କରିବା ପୂର୍ୱରୁ ବେଦ ପୃଷ୍ଠା ଓଲଟାଇଲାବେଳେ ସେହି କଥା ବେଦରୁ ମଧ୍ୟ ଦେଖିବାକୁ ମିଳିଲା। ଡକ୍ଟର ରାଧାକ୍ରିଷ୍ଣନ ବାଲ୍ୟ କାଳୁ ତାଙ୍କ ପରିବାରରୁ ବୈଦିକ ସଂସ୍କାର ପାଇଥିଲେ, ଯେଉଁଥିରେ ତାଙ୍କ ଶୁଦ୍ଧ ଆଚରଣ ଓ ବ୍ୟବହାରରେ ଅତୀବ ସନ୍ତୁଷ୍ଟ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କୁ ଡାକି ଆଣି ଦେଶର ସୁନାମ ବଢ଼ାଇବା ଲକ୍ଷ୍ୟରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ କରାଇଥିଲେ। ସେ ନିଜର ବିଦ୍ୟା ଓ ଗୁଣର ପରିଚୟ ଦେଇ ପ୍ରଥମେ ଉପରାଷ୍ଟ୍ରପତି ଓ ପରେ ରାଷ୍ଟ୍ରପତି ପଦ ଅଳଂକୃତ କରିପାରିଥିଲେ। ସେହି ବେଦଜ୍ଞାନରୁ କିଛି ସର୍ୱସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ କରିବାର ସୁଯୋଗକୁ ସଦ୍‌ ବ୍ୟବହାର କରାଯାଉଛି।
ବେଦ କହନ୍ତି – ‘ଯଥା ନଃ ଇଜ୍ଜନୋଽନମୀବଃ।’ – ଯଜୁ ୩୩/୮୨ ଅର୍ଥ – ଆମେ ପରସ୍ପର ସହିତ ସୌଜନ୍ୟପୂର୍ଣ୍ଣ ବ୍ୟବହାର କରିବା। ସଜ୍ଜନମାନଙ୍କର ବ୍ୟବହାର, ଉଦାରତା, ସହାୟତା ଏବଂ ସ୍ନେହପୂର୍ଣ୍ଣ ହୋଇଥାଏ। ‘ଓଁ ଦେବାନାମପି ପନ୍ଥାମନ୍ଥ’ – ଅଥର୍ୱ ୧୧/୫୯/୩, ଅର୍ଥ – ଯେଉଁ ପଥରେ ସଜ୍ଜନମାନେ ଯାଆନ୍ତି ସେହି ମାର୍ଗରେ ଚାଲ। ଉଦ୍ଦଣ୍ଡ ଓ ଅନୀତି ପଥରେ ଗଲେ ଦୁଃଖ ମିଳେ। ‘ଦ୍ୟସତ୍‌ କୃଣୋଷ୍ୟଧ୍ୱରମ୍‌’ – ଋଗ୍‌ ୧/୭୪/୪, ଅର୍ଥ – ସଜ୍ଜନମାନେ ସତ୍‌ କର୍ମରେ ସାହାଯ୍ୟ କରିଥାନ୍ତି। ସତ୍‌ କର୍ମରେ ସାହାଯ୍ୟ କରିବା ସଜ୍ଜନମାନଙ୍କର ଆବଶ୍ୟକ କର୍ତ୍ତବ୍ୟ । ‘ମଧୁମତୀଃ ମଧୁ ମତୀଭିଃ ସଂପୃଚ୍ୟନ୍ତାଂ’ – ଯଜୁ ୧/୨୧, ଅର୍ଥ – ମଧୁର ବାଣୀ କହ, ମିଷ୍ଟଭାଷୀଙ୍କ ସହିତ ରହ। ଯେଉଁମାନେ ମଧୁର ବ୍ୟବହାର କରନ୍ତି ତାଙ୍କ ପାଇଁ ସମସ୍ତେ ଆପଣାର ହୋଇଯାଆନ୍ତି। ‘ମିତ୍ରସ୍ୟାହଂ ଚକ୍ଷୁସା ସର୍ୱାଣି ଭୂତାନି ସମୀକ୍ଷେ’ – ଯଜୁ ୩୬/୧୮, ଅର୍ଥ – ସବୁ ପ୍ରାଣୀମାନଙ୍କୁ ମିତ୍ର ଦୃଷ୍ଟିରେ ଦେଖିବା ଆବଶ୍ୟକ। କୌଣସି ପ୍ରାଣୀକୁ ନୁହେଁ ବରଂ ତାହାର କୁକର୍ମକୁ ଘୃଣା କର। ‘ଜ୍ୱିହା ମେ ମଧୁମମା’ – ତୈତରୀୟ ୧/୪, ଅର୍ଥ – ମୋ ଜିହ୍ୱା ମିଷ୍ଟ ବଚନ କହୁ। କଟୁ କର୍କଶ ଓ କୁବଚନ କହି ବାଣୀକୁ ଦୂଷିତ କରନାହିଁ। ‘
ବୈଦିକ ନୀତି ଅନୁଯାୟୀ ଜୀବନଯାପନ କଲେ ସର୍ୱଶ୍ରେଷ୍ଠ ଫଳ ଲାଭ ହେବ, କାରଣ ବୈଦିକ ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ଭାରତର ପୂର୍ୱ ଐତିହ୍ୟ, ଭାରତୀୟ ସଂସ୍କୃତିର ମୂଳାଧାର ବେଦ ଭଗବାନଙ୍କ ଦ୍ୱାରା ଋଷିମାନଙ୍କ ଜରିଆରେ ସମଗ୍ର ମାନବ ଜାତିର ଉଦ୍ଧାରଣ ପାଇଁ ପ୍ରଦତ୍ତ। ତାହାର ପୁନରୁଦ୍ଧାର କରିବା ପାଇଁ ଭଗବାନ ବାବା ଯେଉଁ ସଂକଳ୍ପ କରିଥିଲେ, ଯାହାକୁ ଅଗ୍ରଗତି ଦେଇ ସମ୍ପୂର୍ଣ୍ଣ ଅଜ୍ଞ ଓ ଅଚେତନ ମାନବକୁ ବୈଦିକ ମନ୍ତ୍ରର ସ୍ପର୍ଶ ଦେଇ ସଚେତନ କରିଥିଲେ, ତାହାକୁ ଆଗକୁ ଆଗକୁ ନେବା ପାଇଁ ଆମ୍ଭମାନଙ୍କୁ ଦାୟିତ୍ୱ ଦେଇଥିଲେ, ତାହା ସମ୍ଭବ ହୋଇପାରିବ, ଆମେ ବୈଦିକ ଜ୍ଞାନ ଓ ଉପଦେଶର ପ୍ରସାର ଓ ବ୍ୟବହାର କରାଇପାରିଲେ। ଭଗବାନଙ୍କ ତୃପ୍ତି ଓ ଆମ ଜୀବନର ଅଗ୍ରଗତି ଲକ୍ଷ୍ୟରେ ଧୀରେ ଧୀରେ ଅଗ୍ରସର ହେବା ବିଜ୍ଞତାର ପରିଚୟ ହେବ।
ଅଲିଶା ବଜାର, କଟକ
ମୋ : ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?