ଅଭିଯୁକ୍ତଙ୍କୁ କରୋନା ଶୁଣି ସ୍ପେଶାଲ ସ୍କ୍ବାଡ୍‌ରେ ଛନକା

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଅଳଙ୍କାର ଲୁଟ୍‌ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଖାରବେଳନଗର ଥାନା ଅଞ୍ଚଳରେ ଗତ ୨୬ ତାରିଖରେ ଘଟିଥିବା ଏହି ହାଇପ୍ରୋଫାଇଲ୍‌ ଲୁଟ୍‌ ପରେ କମିଶନରେଟ ପୋଲିସର ନିଦ ହଜିଥିଲା। ଗୁରୁବାର ରାତିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଧରି ତନାଘନା ଚଳାଇଥିଲା ସ୍ପେଶାଲ ସ୍କ୍ବାଡ୍‌। ସେମାନଙ୍କଠାରୁ ଲୁଟ୍‌ ୩ଟି ସୁନା ଚେନ୍‌ ସହ ଲୁଟ୍‌ରେ ବ୍ୟବହୃତ ବନ୍ଧୁକ, ୩ଟି ଗୁଳି, କଟୁରି ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରି ଆଶ୍ୱସ୍ତ ହୋଇଥିଲା ପୋଲିସ। ହେଲେ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ କରୋନା ହୋଇଥିବା ଶୁଣିବା ପରେ ପୁଣି ନିଦ ହଜିଛି। ତଦନ୍ତରେ ସମ୍ପୃକ୍ତ ସ୍ପେଶାଲ ସ୍କ୍ବାଡ୍‌ର ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ମଧ୍ୟରେ ଛନକା ପଶିଛି। କାରଣ ଅଭିଯୁକ୍ତଙ୍କୁ ଧରି ସ୍ପେଶାଲ ସ୍କ୍ବାଡ୍‌ ସମ୍ପୃକ୍ତ ୩ଦିନ ହେବ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବାକୁ ଚେଷ୍ଟା ଚଳାଇଥିଲା। ତେବେ ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଉକ୍ତ ଅଭିଯୁକ୍ତଙ୍କ ରିପୋର୍ଟ ଯେପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ସେନେଇ କିଛି ବି କହି ହେବ ନାହିଁ । ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିବା ପରେ ପଦକ୍ଷେପ ନିଆଯିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି। ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ଅଭିଯୁକ୍ତମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ତେବେ ଉପରୁ ନିର୍ଦ୍ଦେଶ ଆସିବା ପରେ ତଦନ୍ତରେ ସାମିଲ୍‌ ଥିବା ଟିମ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।
ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ବ୍ରହ୍ମପୁର ଗାନ୍ଧୀ ନଗର ଲେନ୍‌-୧ର ଅଶୋକ ବେହେରା (୩୨), ପୁରୀ ପିପିଲିର ଦେବରାଜ ଜେନା (୩୨) ଓ ବିଜୟ କୁମାର ସାମନ୍ତରାୟ (୩୨)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନାମରେ ଆଇପିସି ଦଫା ୩୯୪, ୩୪ ଓ ଆମର୍‌ସ ଆକ୍ଟ ଲଗାଯାଇଛି। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ସେମାନଙ୍କୁ ଜେଲ୍‌ର ସ୍ବତନ୍ତ୍ର କୋଠରିରେ ରଖାଯାଇଛି। ଯାହାର ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗ୍‌ ଜୁଲାଇ ୧୩ରେ ଖଣ୍ଡଗିରି ଥାନାଞ୍ଚଳରେ ଘଟିଥିବା ଏକ ଲୁଟ୍‌ ଘଟଣା ସହ ପୁରୀ, ଭୁବନେଶ୍ୱର ଓ ଉପକଣ୍ଠରେ ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଛି। ଦୀର୍ଘଦିନ ହେବ ଅପରାଧ ଘଟାଇ ଚ୍ୟାଲେଞ୍ଜ କରୁଥିଲେ ମଧ୍ୟ ଭିଜିଲାନ୍ସ ଡିଏସ୍‌ପି ଲୁଟ୍‌ର ଶିକାର ହେବା ପରେ କମିଶନରେଟ ପୋଲିସର ଚେତା ପଶିଥିଲା। ଦକ୍ଷ ଅଫିସରଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପୁରୁଣା ରେକର୍ଡଥିବା ଲୁଟେରାଙ୍କର ତାଲିକା ପ୍ରସ୍ତୁତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ସମୟରେ ଅଶୋକଙ୍କ ନାଁ ପଦାକୁ ଆସିଥିଲା ଓ ତାଙ୍କ ଫୋନ୍‌ ଲୋକେଶନରୁ ସେ ହିଁ ଉକ୍ତ ଲୁଟ୍‌ରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ତାଙ୍କୁ ପିପିଲିରୁ ଗିରଫ କରିବା ପରେ ଅନ୍ୟ ଦୁଇ ଲୁଟେରାଙ୍କୁ ଧରିଥିଲା। ଏହି ଗ୍ୟାଙ୍ଗ୍‌ ଭୋର୍‌ ସମୟରେ ପିପିଲିରୁ ଭୁବନେଶ୍ୱର ଆସି ମହିଳାଙ୍କୁ ଟାର୍ଗେଟ କରି ଲୁଟ୍‌ପାଟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?