ଓଜେଇଇ ପାଇଁ ଏସ୍‌ଓପି ଜାରି

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ୩ଟି ସିଫ୍ଟରେ ହେବ। ତେବେ କରୋନା ମହାମାରୀ ସମୟରେ ପରୀକ୍ଷାର ସୁପରିଚାଳନା ପାଇଁ ଏସ୍‌ଓପି ଜାରି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାର୍ଥୀଙ୍କର ସ୍ବାସ୍ଥ୍ୟ ସୁବିଧା ସୁନିଶ୍ଚିତ କରିବା ସହ ସାମାଜିକ ଦୂରତା ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋଟ ସିଟ୍‌ର ମାତ୍ର ୫୦% ବ୍ୟବହାର କରାଯିବ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ବଜାୟ ରହିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ଅଧିକ କିମ୍ବା ଅନ୍ୟ କୌଣସି କରୋନା ଲକ୍ଷଣ ଥିବା ପରି ଦେଖାଯାଏ, ତାଙ୍କୁ ଏକ ସ୍ବତନ୍ତ୍ର ଭାବେ ନିର୍ମିତ ହଲ୍‌ରେ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ। ପ୍ରତି ସିଫ୍ଟ ଆରମ୍ଭ ପୂର୍ବରୁ ପରୀକ୍ଷା ହଲ୍‌, କବାଟ ହ୍ୟାଣ୍ଡଲ୍‌, ଲିଫ୍ଟ ସୁଇଚ୍‌, ରେଲିଂ, ପରୀକ୍ଷାର୍ଥୀଙ୍କ ବସିବା ସ୍ଥାନ, ଚେୟାର, ଡେସ୍କ, କମ୍ପ୍ୟୁଟର ମନିଟର, କିବୋର୍ଡ, ମାଉସ୍‌ ଆଦି ଭଲ ଭାବେ ବିଶୋଧନ କରାଯିବ। ସମସ୍ତ ପରୀକ୍ଷାର୍ଥୀ ୩ ପ୍ଲାଏ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ସେହିପରି ସମସ୍ତ ଇନଭିଜିଲେଟର୍‌ ଓ କର୍ମଚାରୀଙ୍କୁ ମାସ୍କ, ଗ୍ଲୋଭସ୍‌ ଆଦି ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସାବୁନ ଓ ସାନିଟାଇଜର୍‌ ଦ୍ୱାରା ହାତ ସଫା କରିବେ। ପରୀକ୍ଷାର୍ଥୀ ଓ କର୍ମଚାରୀଙ୍କ ବ୍ୟବହାର ପାଇଁ ପ୍ରବେଶ ସ୍ଥାନ ସମେତ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ୍‌ ସାନିଟାଇଜର ଉପଲବ୍ଧ ହେବ। ଦାୟିତ୍ୱରେ ରହୁଥିବା କର୍ମଚାରୀମାନେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡକୁ ସ୍ପର୍ଶ ନ କରି ବାରକୋଡ୍‌ ରିଡର୍‌ ବ୍ୟବହାର କରି ଯାଞ୍ଚ କରିବେ। ଭିଡ଼ ନ କରିବା ପାଇଁ ସିଟ୍‌ ଆବଣ୍ଟନ ସଂକ୍ରାନ୍ତରେ କୌଣସି ଡିସ୍‌ପ୍ଲେ ବୋର୍ଡ ବ୍ୟବହାର କରାଯିବ ନାହିଁ। ପ୍ରବେଶ ସମୟରେ ଲାବ୍‌ ନମ୍ବର ସଂକ୍ରାନ୍ତରେ ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ସୂଚନା ଦିଆଯିବ। ପରୀକ୍ଷା ଆରମ୍ଭ ପୂର୍ବରୁ ୫ଟି ଖାଲି ସିଟ୍‌ର କାଗଜ ପ୍ରତି ପରୀକ୍ଷାର୍ଥୀଙ୍କ ଡେସ୍କରେ ରଖାଯିବ। ପରୀକ୍ଷା କେନ୍ଦ୍ର ଓ ବାହାରକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ କର୍ମଚାରୀମାନେ ଉପଯୁକ୍ତ ସ୍ଥାନରେ ନିୟୋଜିତ ହେବେ ବୋଲି ଉକ୍ତ ଏସ୍‌ଓପିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗାନ୍ଧୀ ସର୍କିଟ’କୁ ଭୁଲିଗଲେ ସରକାର

ଭୁବନେଶ୍ୱର,୬ା୭(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ ଉଜ୍ଜୀବିତ କରି ରଖିବା ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀ ସର୍କିଟ୍‌ର ପରିକଳ୍ପନା କରାଯାଇଥିଲା।...

ସବୁ ଏସ୍‌ପି ଅଫିସ ଘେରିଲା ଭାଜପା

ଭୁବନେଶ୍ୱର,୭ା୫(ବ୍ୟୁରୋ): ବିଜେଡି ଶାସନରେ ଦୁଇଟି ଆଇନ। ଶାସକ ବିଜେଡି ସଭାପତିଙ୍କ ଇଙ୍ଗିତରେ ଆଇନ କାର୍ଯ୍ୟକାରୀ ହେଉଛି। ବିଜେଡି ସପକ୍ଷବାଦୀଙ୍କ ପାଇଁ ଗୋଟେ ପ୍ରକାର ଏବଂ ବିପକ୍ଷବାଦୀଙ୍କ...

କୋଭିଡ୍‌ ପରିଚାଳନା:ଓଡ଼ିଶାକୁ ଡବ୍ଲ୍ୟୁଏଚ୍‌ଓର ପ୍ରଶଂସା

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):କୋଭିଡ୍‌ ପରିଚାଳନାରେ ଭଲ ପ୍ରଦର୍ଶନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଓଡ଼ିଶାକୁ ପ୍ରଶଂସା କରିଛି। ଡବ୍ଲ୍ୟୁଏଚ୍‌ଓ କହିଛି, ଓଡ଼ିଶା ଠିକ୍‌ ଭାବେ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବରଗଡ଼ରେ ହେବ କ୍ୟାନ୍‌ସର ହସ୍ପିଟାଲ

ବରଗଡ ଅଫିସ,୨୧।୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଗସ୍ତରେ ଆସି ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା,...

ଏମାର ମଠର କଥା: ଶ୍ରୀରାମାନୁଜଙ୍କୁ ନେଇ ଘଟିଥିଲା ବିସ୍ମୟକର ଘଟଣା

ପୁରୀ ଅଫିସ,୧ା୯: ଦ୍ୱାଦଶ ଶତାବ୍ଦୀର ଏମାର ମଠ ଭଙ୍ଗାଯାଉଛି। ଆଉ ଅଳ୍ପ ଦିନ ପରେ ଏହାର ନଁା ରହିବ ସିନା ହେଲେ ଚେହେରା ସମ୍ପୂର୍ଣ୍ଣ ବଦଳିଯିବ।...

ମୌସୁମୀ ଅଧିବେଶନ: ୨୯ରୁ ହେବ କୋଭିଡ ପରୀକ୍ଷା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ତେବେ ମୌସୁମୀ ଅଧିବେଶନ ପୂର୍ବରୁ ଏଥର ବି କୋଭିଡ କଟକଣା ରହିବ। ଏଥିପାଇଁ...

ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା। ମୃତକ ଜଣଙ୍କ ହେଲେ କଳାହାଣ୍ଡି ଜିଲାର ୩ ମହିଳା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

ନିରାଶ ହୋଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ତରବୋଡ/ନୂଆପଡ଼ା ଅଫିସ/ଖଡ଼ିଆଳ,୨୦।୨: ଟୋକନ ଲାପ୍ସ ଓ ବିଦ୍ୟୁତ୍‌ ସଂଯୋଗ କାଟିବାରୁ ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ନୂଆପଡା ଜିଲା ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗ୍ରାମର ଚାଷୀ...

Advertisement
Archives

Model This Week