Posted inଫୁରସତ

ସବୁଠୁ ଛୋଟ ନଦୀ ‘ରୋଏ’

ୱାଶିଂଟନ: ଭାରତରେ ଅନେକ ନଦୀ ବହିଛି। ହେଲେ ଆମେ ସେହି ନଦୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତିକ୍ରମ କରିବାକୁ ଆମକୁ ବହୁ ମାସ ସମୟ ଲାଗିଯିବ। ବିଶ୍ୱରେ ସବୁଠାରୁ ଦୀର୍ଘତମ ନଦୀ ଭାବେ ଆଫ୍ରିକାରେ ଥିବା ନୀଳ ନଦୀକୁ ବୁଝାଏ। ତେବେ ରୋଏ ରିଭରକୁ ବିଶ୍ୱର ସବୁଠୁ ଛୋଟ ନଦୀ ବୋଲି କୁହାଯାଏ। ଏହା ଆମେରିକାର ମୋଣ୍ଟାନା ରାଜ୍ୟରେ ପ୍ରବାହିତ ହେଉଛି, ଯାହାକି ହି ନଦୀ ଆମେରିକାର ଲିଟିଲ ବେଲ୍ଟ ପର୍ବତରୁ ବାହାରିଛି। ଯାହାର ଲମ୍ବ ୨୦୧ ଫୁଟ୍‌। ଆମେରିକାର ସବୁଠାରୁ ବଡ଼ ନଦୀ ମିସୁରୀ ସହ ସେ ସମାନ୍ତରାଳ ଭାବେ ପ୍ରବାହିତ ହେଉଛି। ପରେ ସେ ମିସୁରୀ ସହ ମିଶି ଯାଇଛି। ୧୯୮୦ ମସିହାରେ ଲିନ୍‌କୋଲ୍‌ନ ସ୍କୁଲ ଏଲିମେଣ୍ଟାରୀ ଶିକ୍ଷକ ସୁସାନ ନର୍ଦିନଜର୍‌ ଏବଂ ତାଙ୍କ ୫ମ ଶ୍ରେଣୀ ଛାତ୍ର ମିଶି ଏକ ଅଭିଯାନ ଚଳାଇଥିଲେ। ଯେଉଁଥିରେ ରୋଏ ନଦୀକୁ ବିଶ୍ୱର ସବୁଠାରୁ ଛୋଟ ନଦୀ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ଦେବାକୁ ପ୍ରଚେଷ୍ଟା ଚଳାଇଥିଲେ। ବିଶ୍ୱର ସବୁଠାରୁ ଛୋଟନଦୀ ଭାବେ ୧୯୮୯ରୁ ୨୦୦୦ ପର୍ଯ୍ୟନ୍ତ ଓରିଗୋନରେ ଥିବା ଡି ନଦୀ ପାଖରେ ଟାଏଟେଲ ରହିଥିଲା, ଯାହାର ଲମ୍ବ ୪୪୦ ଫୁଟ୍‌। ଏହା ପରେ ରୋଏ ନଦୀ ଏବଂ ଡି ନଦୀ ମଧ୍ୟରେ ଲୋକେ ପ୍ରତିଯୋଗିତା ଆରମ୍ଭ କରିଦେଲେ। ସେଥିପାଇଁ ଗିନିଜ୍‌ ୱାଲର୍‌ଡ ରେକର୍ଡ ଟାଇଟଲ ଦେବା ବନ୍ଦ କରିଦେଲା। ତେବେ ବର୍ତ୍ତମାନ ରୋଏ ନଦୀ ସବୁଠାରୁ ଛୋଟ ନଦୀ ଭାବେ ଜଣାଶୁଣା। ଏହାର ଲମ୍ବା ୬୧ ମିଟର ହୋଇଥିବାରୁ ଲୋକେ ଏହାକୁ ସହଜରେ କିଛି ଘଣ୍ଟା ମଧ୍ୟରେ ଅତିକ୍ରମ କରିନେବେ।


Enter your email to get our daily news in your inbox.

All Right Reserved By Dharitri.Com

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri