ଉପବାସ ଭଙ୍ଗର ରହସ୍ୟ

ଆଧ୍ୟାତ୍ମିକ ପରମ୍ପରାରେ ଉପବାସର ଗୁରୁତ୍ୱ ଯଥେଷ୍ଟ ରହିଛି। ଏହା ଆମେ ଚାହୁଁଥିବା ଶାରୀରିକ ସୁଖରୁ ବଞ୍ଚିତ କରି ଆମକୁ ଦିବ୍ୟ ପଥର ପଥିକ କରେ। ଏଥିରୁ ପୁଣ୍ୟ ମିଳେ। ଉପବାସ ଶାରୀରିକ ଓ ମାନସିକ ସ୍ତରରେ ସକାରାମତ୍କ ପ୍ରଭାବ ପକାଏ ଓ ମନୁଷ୍ୟକୁ କର୍ମ ରୂପକ ଶିଡ଼ିରେ ଉପରକୁ ଉଠିବାରେ ସାହାଯ୍ୟ କରିଥାଏ। ଫଳରେ ମଣିଷ ମହତ୍‌ କର୍ମ କରି ଜ୍ଞାନ ଲାଭ କରିବାରେ ସକ୍ଷମ ହୋଇଥାଏ। ତିନୋଟି ଧର୍ମ ଅର୍ଥାତ୍‌ ବୁଦ୍ଧଧର୍ମ, ଜୈନଧର୍ମ ଓ ହିନ୍ଦୁଧର୍ମରେ ଉପବାସ ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହି ତିନୋଟି ଧର୍ମର ଧର୍ମୀୟ ପରମ୍ପରାରେ ଉପବାସ ସମ୍ପର୍କରେ ଅନେକ କାହାଣୀ ଅଛି। କେମିତି ଉପବାସ କରିବ ଓ ତାହାକୁ ଭାଙ୍ଗିବ, ସେ ବିଷୟରେ ଏହି କାହାଣୀଗୁଡ଼ିକରେ ବର୍ଣ୍ଣନା କରାଯାଇଛି। ଉଦାହରଣ ସ୍ବରୂପ, ଜୀବନର ଯନ୍ତ୍ରଣା କାହିଁକି ରହିଛି ତାହାର ଉତ୍ତର ସିଦ୍ଧାର୍ଥ ଗୌତମ ପ୍ରାରମ୍ଭିକ ସ୍ତରରେ ଖୋଜିଥିଲେ। ଏହି ଉତ୍ତର ପାଇବା ପାଇଁ ଉପବାସ କରିବାକୁ ସିଦ୍ଧାର୍ଥଙ୍କୁ ମୁନିମାନେ ଉପଦେଶ ଦେଇଥିଲେ। ପରେ ମୁନିଙ୍କ ଉପଦେଶ ଗ୍ରହଣ କରି ଗୌତମ ଉପବାସ ଆରମ୍ଭ କରିଥିଲେ। ଦିନ ପରେ ଦିନ ଗଡ଼ି ଚାଲିଲା। ଧୀରେ ଧୀରେ ଉପବାସ ଗମ୍ଭୀର ସ୍ତରକୁ ଯିବା ଦ୍ୱାରା ସେ ବହୁତ ଦୁର୍ବଳ ହୋଇଗଲେ, ଏପରିକି ଚାଲିପାରିଲେନି। ସେହି ସମୟରେ ସୁଜାତା ନାମ୍ନୀ ଜଣେ ମହିଳା ତାଙ୍କୁ କ୍ଷୀରରେ ପ୍ରସ୍ତୁତ ଅନ୍ନ ଖାଇବାକୁ ଦେଇଥିଲେ। ଗୌତମ ସୁସ୍ଥ ହେବା ଯାଏ ସେ ତାଙ୍କର ସେବା କରୁଥିଲେ। କୁହାଯାଏ, ଅଙ୍ଗେ ନିଭେଇଲେ ହିଁ ଜଣେ ଅନୁଭବ କରିପାରେ। ସେହି ସ୍ଥିତି ଆସିଥିଲା ଗୌତମଙ୍କ ଉପବାସ ପରବର୍ତ୍ତୀ ଜୀବନରେ। ଏହି ଉପବାସରୁ ସେ ଅନେକ କିଛି ଅନୁଭବ କରିଥିଲେ। ଶରୀରକୁ ଅତ୍ୟଧିକ ଯନ୍ତ୍ରଣା ଦେଇ ମୋକ୍ଷ ଲାଭ କରିହୁଏ ନାହିଁ ବୋଲି ସେ ଅବଗତ ହୋଇଥିଲେ। ପରେ ସେ ଯେତେବେଳେ ଦିବ୍ୟ ଜ୍ଞାନ ଲାଭ କଲେ, ସେତେବେଳେ ଯାତ୍ରା କରୁଥିବା ଦୁଇ ବଣିକ ବୁଦ୍ଧଙ୍କୁ ଖାଇବାକୁ ଦେଇଥିଲେ। ସେମାନେ କାହିଁକି ବୁଦ୍ଧଙ୍କୁ ଖାଇବାକୁ ଦେଇଥିଲେ ତାହାର ବି ଏକ କାରଣ ରହିଛି। ସେହି ଦୁଇ ବଣିକ ତାଙ୍କ ଗନ୍ତବ୍ୟ ପଥରେ ଆଗାଉଥିବା ବେଳେ ଜଣେ ଦିବ୍ୟ ବ୍ୟକ୍ତି ସେମାନଙ୍କୁ ଅଟକାଇଥିଲେ। ସେ କହିଥିଲେ ଯେ, ବୁଦ୍ଧଙ୍କୁ ଖାଇବାକୁ ଦେଲେ ସେମାନେ ଜୀବନରେ ଶ୍ରେଷ୍ଠ ଫଳ ପାଇବେ ଏବଂ ଏହା ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବ। ଏହା ଜାଣିବା ପରେ ବଣିକଦ୍ୱୟ ବୁଦ୍ଧଙ୍କୁ ଖାଇବାକୁ ଦେଲେ ଓ ତାଙ୍କଠାରୁ ତାଙ୍କ କେଶ ଗ୍ରହଣ କରିଥିଲେ। ଏହି କେଶକୁ ବ୍ୟବହାର କରି ସେମାନେ ସ୍ତୂପ ନିର୍ମାଣ କରିଥିଲେ। କେବଳ ଏତିକିରେ ସେମାନେ ଅଟକି ନ ଯାଇ ବୌଦ୍ଧଧର୍ମ ପ୍ରଚାରରେ ନିଜକୁ ସାମିଲ କରିଦେଇଥିଲେ। ସେହି ଦୁଇ ବଣିକଙ୍କ ମଧ୍ୟରୁ ଜଣେ ପୃଥିବୀର ଉତ୍ତର ଭାଗରେ ବୌଦ୍ଧଧର୍ମ ପ୍ରଚାର ପ୍ରସାର କରିଥିଲେ। ଏହାକୁ ସେ ଗାନ୍ଧାରାଯାଏ ସମ୍ପ୍ରସାରିତ କରିଥିଲେ। ଆଉ ଜଣେ ବୌଦ୍ଧଧର୍ମକୁ ପୃଥିବୀର ଦକ୍ଷିଣାଞ୍ଚଳରେ ପହଞ୍ଚାଇଥିଲେ। ଅମରାବତୀରୁ ଆରମ୍ଭ କରି ଶ୍ରୀଲଙ୍କା ଓ ବର୍ମାରେ ସେ ଏହାକୁ ପ୍ରତିଷ୍ଠିତ କରିପାରିଥିଲେ।
କେବଳ ବୌଦ୍ଧଧର୍ମ ନୁହେଁ, ଜୈନଧର୍ମରେ ବି ଉପବାସର ମହତ୍ତ୍ୱ ପ୍ରତିପାଦିତ ହୋଇଛି ଓ ବୌଦ୍ଧଧର୍ମ ଭଳି ସମାନ ପ୍ରକାର କାହାଣୀ ମଧ୍ୟ ଏଥିରେ ଦେଖିବାକୁ ମିଳେ। ଜୈନ ପରମ୍ପରାରେ, ପୃଥିବୀର ଏବକାର ଯୁଗ ବା କଳ୍ପର ପ୍ରଥମ ତୀର୍ଥଙ୍କର ହେଉଛନ୍ତି ଋଷଭନାଥ। ସେ ଉପବାସ କରି ଅକ୍ଷୟତୃତୀୟା ଭଳି ପବିତ୍ର ଦିନରେ ତାହା ଭଙ୍ଗ କରିଥିଲେ। ଏହି ଦିନ ରାଜା ଶ୍ରେୟ ତାଙ୍କୁ ଆଖୁରସ ପିଇବାକୁ ଦେଇଥିଲେ ଓ ତାହା ସେ ଗ୍ରହଣ କରିଥିଲେ। ଆଖୁରସ ପିଇବା ପରେ ଋଷଭନାଥ ତାଙ୍କ ଉପବାସ ଭଙ୍ଗ କରିଥିଲେ। ଆଖୁରସର ସ୍ବାସ୍ଥ୍ୟ ପ୍ରତି ବହୁ ମୂଲ୍ୟ ରହିଛି ଓ ଏହାକୁ ଅତି ଶୁଭ ବୋଲି ମନେକରାଯଏ। ଏହି ଭାରତରେ ଆଖୁ ହିଁ ସର୍ବପ୍ରଥମେ ଚାଷ କରାଯାଇଥିଲା। ସେଥିପାଇଁ ଋଷଭନାଥ ଓ ରାମଙ୍କ ଭଳି ଭାରତର ପୁରାତନ ରାଜାମାନେ ଏହାକୁ ପ୍ରଥମେ ଆଣିଥିଲେ ଓ ଏହାର ବ୍ୟବହାର କରିଥିଲେ। ଅକ୍ଷୟ ଶବ୍ଦର ଇଖୁ ବା ଆଖୁ ସହ ସମ୍ପର୍କ ରହିଛି ବୋଲି କୁହାଯାଇପାରେ। ସମୟ କ୍ରମେ ଇକ୍ଷୁ ତୃତୀୟା ସମ୍ଭବତଃ ଅକ୍ଷୟତୃତୀୟା ହୋଇଥାଇପାରେ।
ଏହି ଯୁଗର ୨୪ତମ ତୀର୍ଥଙ୍କର ଭାବେ ମହାବୀର ଖ୍ୟାତ। ତାଙ୍କ ସଂଯମୀ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଥିଲା ଉପବାସ। ସେ ଉପବାସ କରିବା ପରେ ତାହା ଭଙ୍ଗ କରିଥିଲେ, ଯାହାକୁ ନେଇ ଅତି ରୋଚକ କାହାଣୀଟିଏ ଅଛି। ମହାବୀର ଶପଥ କରିଥିଲେ ଯେ, ଜଣେ କ୍ରନ୍ଦନରତା ରାଜକୁମାରୀ ଯେପର୍ଯ୍ୟନ୍ତ ତାଙ୍କୁ ପତଳା ଡାଲି ଖାଇବାକୁ ଦେଇନାହାନ୍ତି, ସେଯାଏ ସେ କେବେ ବି ବସିବେ ନାହିଁ। କେବଳ ଏତିକି ନୁହେଁ, ରାଜକୁମାରୀଙ୍କୁ ନେଇ ମଧ୍ୟ କିଛି ଅଜବ ସର୍ତ୍ତ ବି ବାଢ଼ିଥିଲେ ମହାବୀର। କହିଥିଲେ, ସେହି ରାଜକୁମାରୀ ଲଣ୍ଡା ହୋଇଥିବେ ଓ ତାଙ୍କ ପାଦ ଚାରିପାଖରେ ଚେନବାଳ ବେଡ଼ି ଥିବ, ଅର୍ଥାତ୍‌ ବନ୍ଦୀ ଅବସ୍ଥାରେ ରହିଥିବେ। କେହି ଭାବି ପାରି ନ ଥିବେ ଯେ, ଏପରି ଜଣେ ରାଜକୁମାରୀ ଆସି ମହାବୀରଙ୍କୁ ଡାଲି ଖାଇବାକୁ ଦେବେ। କିନ୍ତୁ ବାସ୍ତବରେ ଏହା ଘଟିଲା। ଚନ୍ଦ୍ରବାଳା ନାମ୍ନୀ ଜଣେ ରାଜକୁମାରୀଙ୍କୁ ଅପହରଣ କରାଯାଇ ଜଣେ ବଣିକଙ୍କ ଘରେ କ୍ରୀତଦାସ ଭାବେ କାମ କରିବାକୁ ବିକ୍ରି କରିଦିଆଯାଇଥିଲା। ଅସୁନ୍ଦର ଦେଖାଯିବା ପାଇଁ ତାଙ୍କୁ ଲଣ୍ଡା କରିଦିଆଯାଇଥିଲା। ସେହି ଚନ୍ଦ୍ରବାଳା ହିଁ ତାଙ୍କୁ ଖାଇବାକୁ ଦିଆଯାଇଥିବା ଡାଲିକୁ ମହାବୀରଙ୍କୁ ଅର୍ପଣ କରିଦେଇଥିଲେ। ସେ ଅନୁଭବ କରିଥିଲେ, ଜଣେ ସନ୍ନ୍ୟାସୀଙ୍କୁ ଖାଇବାକୁ ଦେଲେ ପୁଣ୍ୟ ପ୍ରାପ୍ତ ହେବ ଓ ଜୀବନର ଦୁଃଖ ଅପସରି ଯିବ। ଏହା ବ୍ୟତୀତ ସେ ମଧ୍ୟ ଉପଲବ୍ଧି କରିଥିଲେ ଯେ, ସନ୍ନ୍ୟାସୀଙ୍କୁ ଖାଇବାକୁ ଦେଲେ ଦୁର୍ଭାଗ୍ୟ ଚାଲିଯିବ। ମହାବୀରଙ୍କୁ ଡାଲି ଖାଇବାକୁ ଦେଇ ତାଙ୍କ ଉପବାସ ଭଙ୍ଗ କରି ଚନ୍ଦ୍ରବାଳା ବହୁ ସୌଭାଗ୍ୟ ଲାଭ କରିଥିଲେ।
ହିନ୍ଦୁଧର୍ମ କଥା ଦେଖାଯାଉ। ମହାଭାରତର ଏକ କାହାଣୀ ବି ଉପବାସ ସମ୍ପର୍କରେ ସୂଚିତ କରୁଥିବାର ଲୋକକଥା ଆମେ ଶୁଣିବାକୁ ପାଉ। କାହାଣୀଟି ଏହିପରି। ଜଣେ ସନ୍ନ୍ୟାସୀ ୧୪ ବର୍ଷ ଧରି ଉପବାସ କରିଥିଲେ। ତାଙ୍କର ଏହି ଉପବାସ ଭଙ୍ଗ କରିବା ଲାଗି ଗୋଟିଏ ଫଳ ସଂରକ୍ଷିତ କରି ରଖାଯାଇଥିଲା। କିନ୍ତୁ ଦ୍ରୌପଦୀ ଏହାକୁ ହଠାତ୍‌ ତୋଳି ଦେଲେ। ଫଳରେ ଦ୍ରୌପଦୀଙ୍କ ମନରେ ଭୟ ଆସିଲା କାଳେ ସନ୍ନ୍ୟାସୀ ତାଙ୍କୁ ଅଭିଶାପ ଦେବେ। ଏହି ଭୟରେ ସେ ତୋଳିଥିବା ଫଳଟିକୁ ଗଛରେ ପୁଣି ଶାଖାରେ ଲଗାଇଦେଲେ ବା ଯୋଡ଼ିଦେଲେ। ଦ୍ରୌପଦୀ ଏଭଳି କରିପାରିବା ପଛରେ ଏକ ସତ୍ୟ ଲୁଚି ରହିଛି, ଯାହାକୁ କେହି ବି ଜାଣିନାହାନ୍ତି। ଲୋକକଥାର କାହାଣୀରେ ଏହା ବର୍ଣ୍ଣନା କରାଯାଇଛି ଯେ, କର୍ଣ୍ଣଙ୍କ ପ୍ରତି ଥିବା ତାଙ୍କର ଗୁପ୍ତ ପ୍ରେମଭାବକୁ ପ୍ରକାଶ କରିଛନ୍ତି ଓ ଏହିି ପ୍ରେମର ଶକ୍ତି ବଳରେ ସେ ଗଛ ଶାଖାରେ ଫଳ ଯୋଡ଼ିଦେବାରେ ସକ୍ଷମ ହୋଇପାରିଛନ୍ତି। ଏଣୁ ଦ୍ରୌପଦୀଙ୍କ କାର୍ଯ୍ୟକୁ ନିରୀକ୍ଷଣ କରିବା ପୂର୍ବରୁ ସେ ଗଛରେ ପୁଣି ଲଗାଇଦେଇଥିବା ଫଳଟିକୁ ଆମେ ଖାଇବା ଉଚିତ। ତେବେ ସେହି ଫଳ କ’ଣ ଜାଣନ୍ତି ତ? ତାହା ହେଉଛି ଜାମୁକୋଳି। ଥରେ ଖାଇ ଦେଖ, ଯଦି ତାହା ତୁମ ଜିଭକୁ ବାଇଗଣୀ ରଙ୍ଗ କରିଦେଲା, ତେବେ ଜାଣିବ ଯେ, ତୁମର ବି ଗୁପ୍ତ ରଖିବା ଭଳି ଏକ ରହସ୍ୟ ରହିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri