ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ ସେ ଏକ ମାଟି ମୂର୍ତ୍ତି ସାମ୍ନାରେ ଏକାକୀ ଅଭ୍ୟାସ କରି ଧନୁର୍ୱିଦ୍ୟାରେ ପାରଙ୍ଗମ ହୋଇଥିଲେ ଏବଂ ଦ୍ରୋଣଙ୍କ ପ୍ରିୟ ଶିଷ୍ୟ ଅର୍ଜୁନଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭାହୋଇଥିଲେ। ଦ୍ରୋଣ ଯେତେବେଳେ ଏହା ଜାଣିଲେ, ଏକଲବ୍ୟ ନିଜର ବୃଦ୍ଧାଙ୍ଗୁଳିକୁ ଗୁରୁଦକ୍ଷିଣା ଭାବେ ତାଙ୍କୁ ସମର୍ପଣ କରିଦେଇଥିଲେ। ଶିଷ୍ୟର ଏହି ବୃଦ୍ଧାଙ୍ଗୁଳିି ଦାନକୁ ଗୁରୁଭକ୍ତି ଭାବେ ଉପସ୍ଥାପନ କରାଯାଇଛି। ହେଲେ ଏହି ଆଦାନପ୍ରଦାନରେ ଲୁକ୍କାୟିତ ହିଂସାକୁ ଆଦୌ ଦର୍ଶାଯାଇ ନାହିଁ। ଦ୍ରୋଣ ଜଣେ ଗୁରୁ ଏବଂ ଗୁରୁ ଭଗବାନ୍‌ ସଦୃଶ। ସେମାନେ ସମ୍ପୂର୍ଣ୍ଣ ନିର୍ଭୁୁଲ ଏବଂ କେବେ ବି ଛଳନା କରନ୍ତିନିି ଏବଂ ଆମକୁ ଏକଲବ୍ୟଙ୍କ କାହାଣୀକୁ ଏହିପରି ଭାବେ ସ୍ୱୀକାର କରିବାକୁ କୁହାଯାଇଛି। ଦ୍ରୋଣ ଜଣେ ସର୍ୱଶ୍ରେଷ୍ଠ ଗୁରୁ ଭାବରେ ପରିଗଣିତ ହୋଇ ରହିଛନ୍ତି; ଏପରି କି ଆମେ ତାଙ୍କ ନାମରେ କ୍ରୀଡ଼ା ପ୍ରଶିକ୍ଷକ (କୋଚ୍‌)ଙ୍କୁ ପୁରସ୍କାର ଦେଉଛୁ।
ମହାଭାରତର ଆଦି ପର୍ୱରେ ଏକଲବ୍ୟଙ୍କୁ ନିଷାଦରାଜ ହିରଣ୍ୟଧନୁଙ୍କ ପୁତ୍ର ବୋଲି ଉଲ୍ଲେଖ କରାଯାଇଛି। ହରିବଂଶ ପୁରାଣ ହିରଣ୍ୟଧନୁଙ୍କୁୁ କେବଳ ଜଣେ ଜଙ୍ଗଲର ମୁଖିଆ ନୁହେଁ, ବରଂ ଜରାସନ୍ଧଙ୍କ ସେନାର ସେନାପତି ଭାବରେ ଦର୍ଶାଇଛି। ହରିବଂଶର କେତେକ ସଂସ୍କରଣରେ ଏକଲବ୍ୟଙ୍କ ଜନ୍ମିତ ପିତା ଭାବେ ବାସୁଦେବଙ୍କ ଭାଇ ଦେବଶ୍ରବାଙ୍କୁ ଦର୍ଶାଯାଇଛି, ଯାହା ଏକଲବ୍ୟଙ୍କୁ ଜନ୍ମରୁ ଜଣେ ଯାଦବ ବୋଲି ପ୍ରମାଣିତ କରେ। ପରେ ହିରଣ୍ୟଧନୁ ତାଙ୍କର ଲାଳନପାଳନ କରିଥିଲେ। ତେବେ ଏହି ପରିଚୟ ସମସ୍ତ ସଂସ୍କରଣରେ ସମାନ ଭାବେ ସ୍ୱୀକୃତ ନୁହେଁ। ତେଣୁ ଏହାକୁ ନିର୍ୱିବାଦ ଐତିହାସିକ ସତ୍ୟ ପରିବର୍ତ୍ତେ ଏକ ବିବାଦୀୟ ପରମ୍ପରା ଭାବରେ ଦେଖାଯିବା ଉଚିତ।
ଏହା ଗୁରୁତ୍ୱପୂର୍ଣ୍ଣ, କାରଣ ଦ୍ରୋଣଙ୍କ ଦାବିର ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତତା ଏହି ସଂସ୍କରଣର ସାମାଜିକ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ। କାହାଣୀରେ ଅଛି ଯେ, ନିଷାଦ ବାଳକ ଭାବେ ଏକଲବ୍ୟ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଜଣେ ଗୁରୁଙ୍କ ମାଟିମୂର୍ତ୍ତି ଗଢ଼ି ଚୋରା ଜ୍ଞାନ ସାହାଯ୍ୟରେ ପ୍ରଶିକ୍ଷଣ ନେଇଛନ୍ତି। ଏଥିରୁ ଜଣାପଡ଼େ ଯେ, ବର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ତାଙ୍କର ଏହି ଜ୍ଞାନ ଉପରେ କୌଣସି ବୈଧ ଅଧିକାର ନ ଥିଲା। ଏହି ପ୍ରେକ୍ଷାପଟରେ ଏକଲବ୍ୟଙ୍କୁ ଦ୍ରୋଣ ବୃଦ୍ଧାଙ୍ଗୁଳି ମାଗିବା କ୍ରୂରତା ନୁହେଁ, ବରଂ ଅଧିକାରର ସୀମା ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ଶ୍ରେଣୀ ବ୍ୟବସ୍ଥାକୁ ପୁଣିଥରେ ସ୍ଥାପିତ କରିବାର ଏକ କୌଶଳପୂର୍ଣ୍ଣ ପଦକ୍ଷେପ ।
ତେବେ, ଯେତେବେଳେ ଏକଲବ୍ୟଙ୍କ ପ୍ରକୃତ ବଂଶାବଳୀ ସାମ୍ନାକୁ ଆସେ, ସେତେବେଳେ ଏହି ଯୁକ୍ତି ଦୁର୍ୱଳ ପଡ଼ିଯାଏ। ଦ୍ରୋଣ ଜଙ୍ଗଲର ଜଣେ ବନବାସୀ ବାଳକକୁ ପ୍ରତ୍ୟାଖ୍ୟାନ କରି ନ ଥିଲେ; ବରଂ ସେ ଜଣେ ରାଜକୁମାରଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଯାହାଙ୍କ ବଂଶଗତ ସମ୍ପର୍କ ଏକ ପ୍ରତିଦ୍ୱନ୍ଦ୍ୱୀ ରାଜବଂଶ ସହିତ ଥିଲା ଏବଂ ପରେ ସେ ଶିକ୍ଷା ଗ୍ରହଣ କରିଥିବା ଯୋଗୁ ତାଙ୍କୁ ବିକଳାଙ୍ଗ କରିଦେଇଥିଲେ।
ମହାଭାରତର ସଭା ପର୍ୱ ଆହୁରି ଏକ କଥାକୁ ଯୋଡ଼ିଛି, ଯାହାକୁ ସାଧାରଣ ଲୋକପ୍ରିୟ କାହାଣୀଗୁଡ଼ିକରେ କ୍ରମାଗତ ଭାବେ ଚପାଇ ଦିଆଯାଇଥାଏ। ରାଜସୂୟ ଯଜ୍ଞ ପୂର୍ୱରୁ ସହଦେବ ନିଜର ଦକ୍ଷିଣ ଦିଗ୍‌ବିଜୟ ସମୟରେ ଏକଲବ୍ୟଙ୍କୁ ପରାସ୍ତ କରିଥିଲେ। ଏହାପରେ ଯୁଧିଷ୍ଠିରଙ୍କ ଅଭିଷେକ ଯଜ୍ଞରେ ଉପସ୍ଥିତ ଥିବା ରାଜାମାନଙ୍କ ତାଲିକାରେ ଏକଲବ୍ୟଙ୍କ ନାମ ଦେଖିବାକୁ ମିଳେ। ସେଠାରେ ସେ ନିଜ ଅଙ୍ଗୁଳି କାଟିଦେଇ ଗୁରୁଙ୍କ ପ୍ରତି କୃତଜ୍ଞ ଥିବା ଜଣେ ଆଦିବାସୀ ଭାବରେ ନୁହେଁ, ବରଂ ରାଜାମାନଙ୍କ ମଧ୍ୟରେ ଜଣେ ରାଜା ଭାବରେ ଯୋଗ ଦେଇଥିଲେ।
ହରିବଂଶରେ କୁହାଯାଇଛି, ଏକଲବ୍ୟ ଯାଦବମାନଙ୍କ ବିରୋଧରେ ଜରାସନ୍ଧଙ୍କ ସହିତ ମିଶି ଯୁଦ୍ଧ କରିଥିଲେ। ରୁକ୍ମିଣୀ ସ୍ୱୟମ୍ୱରରେ ଉପସ୍ଥିତ ଥିଲେ। ନିଜର ଅକ୍ଷମତା ସତ୍ତ୍ୱେ ସେ ଯୁଦ୍ଧ ପାଇଁ ବିପଦ ହେଉଥିବାରୁ ତାଙ୍କୁ ଦ୍ରୋଣ ନିଷ୍କ୍ରିୟ କରିବାକୁ ଚାହୁଁଥିଲେ। ଶେଷରେ କୃଷ୍ଣଙ୍କ ହାତରେ ଏକଲବ୍ୟଙ୍କ ମୃତ୍ୟୁ ହୋଇଥିଲା। ଦ୍ରୋଣ ପର୍ୱରେ କୃଷ୍ଣ ଅର୍ଜୁନଙ୍କ ସ୍ୱାର୍ଥ ପାଇଁ କରାଯାଇଥିବା ଚତୁରତା ସହ ଜରାସନ୍ଧ ଓ ଶିଶୁପାଳଙ୍କ ହତ୍ୟା ସହିତ ଏକଲବ୍ୟଙ୍କ ହତ୍ୟାକୁ ଉଲ୍ଲେଖ କରାଯାଇଛି। କୃଷ୍ଣ ଏହାକୁ କୌଣସି ଧାର୍ମିକ ଭାଷାରେ ପ୍ରକାଶ କରିନାହାନ୍ତି ବରଂ ଯାହା ବାସ୍ତବ ଥିଲା ତାହା ସେ କହିଛନ୍ତି । ଦ୍ରୋଣଙ୍କ ଗୁରୁ ଦକ୍ଷିଣା ଏବଂ କୃଷ୍ଣଙ୍କ ଦ୍ୱାରା ହୋଇଥିବା ଏକଲବ୍ୟଙ୍କ ହତ୍ୟା-ଏହି ଦୁଇଟି ସମାନ ରାଜନୈତିକ ଖେଳର ଦୁଇଟିି ପଦକ୍ଷେପ। ଏଥିରେ ଜଣେ ଯୋଦ୍ଧାଙ୍କୁ ଯୋଜନାବଦ୍ଧ ଭାବେ ଦୁର୍ୱଳ କିମ୍ୱା ହତ୍ୟା କରାଯାଇଥିଲା। କାରଣ ତାଙ୍କ ଦକ୍ଷତା ଏବଂ ରାଜନୈତିକ ସମ୍ପର୍କ ପାଣ୍ଡବଙ୍କ ବିପକ୍ଷରେ ଥିଲା। ବୃଦ୍ଧାଙ୍ଗୁଳି ମାଗିବାକୁ ଏକ ଭକ୍ତିପୂର୍ଣ୍ଣ ଗୁରୁଦକ୍ଷିଣା ଭାବେ ଗ୍ରହଣୀୟ କରିବା ଏବଂ ଏକଲବ୍ୟଙ୍କୁ ଜଣେ ସାଧାରଣ ବ୍ୟକ୍ତି ଭାବେ ପ୍ରତିପାଦନ କରିବା ଲାଗି ଗୁୁରୁ ପରମ୍ପରା ଚାହିଁଛି। କିନ୍ତୁ ସବୁ ଗ୍ରନ୍ଥକୁ ଏକାଠି ପଢ଼ିଲେ ସ୍ପଷ୍ଟ ହୁଏ ଯେ, ସେ ସେମିତି ନ ଥିଲେ। ପରେ ପରମ୍ପରାର ଆଉ ଏକ ପ୍ରତିଧ୍ୱନି ଆସେ, ଯାହାକୁ କେବେ ବି ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯାଇନାହିଁ।
ବୌଦ୍ଧ ଗ୍ରନ୍ଥ ‘ଥେରିଗାଥା’ ଏବଂ ପରବର୍ତ୍ତୀ ପାଲି ସ୍ରୋତଗୁଡ଼ିକରେ ଅଙ୍ଗୁଳିମାଳଙ୍କ କାହାଣୀ ରହିଛି। ସେ ଜଣେ ହତ୍ୟାକାରୀ ଥିଲେ। ସାବଥି ଯିବା ରାସ୍ତାରେ ଲୋକଙ୍କୁ ସେ ହତ୍ୟାକରି ସେମାନଙ୍କ ଅଙ୍ଗୁଳି କାଟି ସେଥିରେ ମାଳ କରି ପିନ୍ଧୁଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଅହିଂସକ, ଅର୍ଥାତ୍‌ ଯିଏ ଅନ୍ୟପ୍ରତି ହିଂସା ଆଚରଣ କରେ ନାହିଁ। କେତେକ ସଂସ୍କରଣରେ ଉଲ୍ଲେଖ ଅଛି, ଶିକ୍ଷା ସମାପ୍ତ କରିବାର ମୂଲ୍ୟ ବା ଦକ୍ଷିଣା ସ୍ୱରୂପ ତାଙ୍କ ଗୁରୁ ତାଙ୍କୁ ଏକ ହଜାର ଅଙ୍ଗୁଳିି ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦ୍ରୋଣଙ୍କ ଦାବି ଭଳି ଏହି ନିର୍ଦ୍ଦେଶ ମଧ୍ୟ ଗୁରୁ-ଶିଷ୍ୟ ସମ୍ପର୍କର ଭାଷା, କର୍ତ୍ତବ୍ୟ ଏବଂ ପ୍ରାପ୍ତ ଜ୍ଞାନର ଉଚିତ ମୂଲ୍ୟ ରୂପେ ଉପସ୍ଥାପିତ କରାଯାଏ। ହେଲେ ଏହି ଦୁଇ କାହାଣୀ ମଧ୍ୟରେ ସମାନତା ସମ୍ପୂର୍ଣ୍ଣ ସମାନ ନୁହେଁ। ଏହାକୁ ସମ୍ପୂର୍ଣ୍ଣ ସଂଯୋଗ ବୋଲି କୁହାଯାଇପାରିବ ନାହିଁ। ମହାଭାରତରେ ଜଣେ ଗୁରୁ ଜଣେ ଶିଷ୍ୟର ବୁଢ଼ା ଅଙ୍ଗୁଳି ନେଇଯାଉଛନ୍ତି। ଅଙ୍ଗୁଳିମାଳ କାହାଣୀରେ ଜଣେ ଶିକ୍ଷକ ଅଜଣା ଲୋକଙ୍କ ଅଙ୍ଗୁଳି ଚାହଁୁୁଛନ୍ତି। ଉଭୟ କାହାଣୀରେ ହିଂସାକୁ ଶିକ୍ଷାର ଏକ ଅଂଶ ଭାବେ ପରିଣତ କରାଯାଇଛି।
ଭକ୍ତିର ଆବରଣକୁ ହଟାଇ ଏକଲବ୍ୟଙ୍କ କାହାଣୀକୁ ଦେଖିଲେ ଆମେ ଦେଖିବାକୁ ପାଉ ଯେ, ଜଣେ ରାଜପୁତ୍ରଙ୍କ ଆଙ୍ଗୁଠି ଏକ ଶିକ୍ଷା ପ୍ରଣାଳୀ ଓ ଏକ ନିର୍ଦ୍ଦିଷ୍ଟ କ୍ୟାରିୟରକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇଥିଲା। ଅଙ୍ଗୁଳିମାଳ କାହାଣୀ ଆମକୁ ଦର୍ଶାଏ ଯେ, ଗୁରୁଙ୍କ ନାମରେ ଅଙ୍ଗୁଳି କାଟିବା ଏକ ପରମ୍ପରା । ଜଣେ ଗୁରୁ ଜଣେ ଶିଷ୍ୟଠାରୁ ଗୋଟିଏ ବୁଢ଼ା ଅଙ୍ଗୁଳି ନେଇଛନ୍ତି। ଜଣେ ଶିକ୍ଷକ ରାସ୍ତାରେ ଯାଉଥିବା ଅନେକ ହଜାର ଲୋକଙ୍କ ଅଙ୍ଗୁଳିର ମାଳ ଦାବି କରିଛନ୍ତି। ଅଙ୍ଗୁଳି ସଂଗ୍ରହକାରୀ (ଅଙ୍ଗୁଳିମାଳ) ଶେଷରେ ବୁଦ୍ଧଙ୍କ ଦ୍ୱାରା ମୁକ୍ତି ପାଇଥିଲେ। କିନ୍ତୁ ସେହି ବୃଦ୍ଧାଙ୍ଗୁଳି କେବେ ବି ଫେରାଇ ଦିଆଯାଇ ନ ଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ

ତୁମୁଡ଼ିବନ୍ଧ, ୧୧।୯ (ଦୀପକ କୁମାର ପରାସେଠ): ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?