ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ ସେ ଏକ ମାଟି ମୂର୍ତ୍ତି ସାମ୍ନାରେ ଏକାକୀ ଅଭ୍ୟାସ କରି ଧନୁର୍ୱିଦ୍ୟାରେ ପାରଙ୍ଗମ ହୋଇଥିଲେ ଏବଂ ଦ୍ରୋଣଙ୍କ ପ୍ରିୟ ଶିଷ୍ୟ ଅର୍ଜୁନଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭାହୋଇଥିଲେ। ଦ୍ରୋଣ ଯେତେବେଳେ ଏହା ଜାଣିଲେ, ଏକଲବ୍ୟ ନିଜର ବୃଦ୍ଧାଙ୍ଗୁଳିକୁ ଗୁରୁଦକ୍ଷିଣା ଭାବେ ତାଙ୍କୁ ସମର୍ପଣ କରିଦେଇଥିଲେ। ଶିଷ୍ୟର ଏହି ବୃଦ୍ଧାଙ୍ଗୁଳିି ଦାନକୁ ଗୁରୁଭକ୍ତି ଭାବେ ଉପସ୍ଥାପନ କରାଯାଇଛି। ହେଲେ ଏହି ଆଦାନପ୍ରଦାନରେ ଲୁକ୍କାୟିତ ହିଂସାକୁ ଆଦୌ ଦର୍ଶାଯାଇ ନାହିଁ। ଦ୍ରୋଣ ଜଣେ ଗୁରୁ ଏବଂ ଗୁରୁ ଭଗବାନ୍‌ ସଦୃଶ। ସେମାନେ ସମ୍ପୂର୍ଣ୍ଣ ନିର୍ଭୁୁଲ ଏବଂ କେବେ ବି ଛଳନା କରନ୍ତିନିି ଏବଂ ଆମକୁ ଏକଲବ୍ୟଙ୍କ କାହାଣୀକୁ ଏହିପରି ଭାବେ ସ୍ୱୀକାର କରିବାକୁ କୁହାଯାଇଛି। ଦ୍ରୋଣ ଜଣେ ସର୍ୱଶ୍ରେଷ୍ଠ ଗୁରୁ ଭାବରେ ପରିଗଣିତ ହୋଇ ରହିଛନ୍ତି; ଏପରି କି ଆମେ ତାଙ୍କ ନାମରେ କ୍ରୀଡ଼ା ପ୍ରଶିକ୍ଷକ (କୋଚ୍‌)ଙ୍କୁ ପୁରସ୍କାର ଦେଉଛୁ।
ମହାଭାରତର ଆଦି ପର୍ୱରେ ଏକଲବ୍ୟଙ୍କୁ ନିଷାଦରାଜ ହିରଣ୍ୟଧନୁଙ୍କ ପୁତ୍ର ବୋଲି ଉଲ୍ଲେଖ କରାଯାଇଛି। ହରିବଂଶ ପୁରାଣ ହିରଣ୍ୟଧନୁଙ୍କୁୁ କେବଳ ଜଣେ ଜଙ୍ଗଲର ମୁଖିଆ ନୁହେଁ, ବରଂ ଜରାସନ୍ଧଙ୍କ ସେନାର ସେନାପତି ଭାବରେ ଦର୍ଶାଇଛି। ହରିବଂଶର କେତେକ ସଂସ୍କରଣରେ ଏକଲବ୍ୟଙ୍କ ଜନ୍ମିତ ପିତା ଭାବେ ବାସୁଦେବଙ୍କ ଭାଇ ଦେବଶ୍ରବାଙ୍କୁ ଦର୍ଶାଯାଇଛି, ଯାହା ଏକଲବ୍ୟଙ୍କୁ ଜନ୍ମରୁ ଜଣେ ଯାଦବ ବୋଲି ପ୍ରମାଣିତ କରେ। ପରେ ହିରଣ୍ୟଧନୁ ତାଙ୍କର ଲାଳନପାଳନ କରିଥିଲେ। ତେବେ ଏହି ପରିଚୟ ସମସ୍ତ ସଂସ୍କରଣରେ ସମାନ ଭାବେ ସ୍ୱୀକୃତ ନୁହେଁ। ତେଣୁ ଏହାକୁ ନିର୍ୱିବାଦ ଐତିହାସିକ ସତ୍ୟ ପରିବର୍ତ୍ତେ ଏକ ବିବାଦୀୟ ପରମ୍ପରା ଭାବରେ ଦେଖାଯିବା ଉଚିତ।
ଏହା ଗୁରୁତ୍ୱପୂର୍ଣ୍ଣ, କାରଣ ଦ୍ରୋଣଙ୍କ ଦାବିର ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତତା ଏହି ସଂସ୍କରଣର ସାମାଜିକ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ। କାହାଣୀରେ ଅଛି ଯେ, ନିଷାଦ ବାଳକ ଭାବେ ଏକଲବ୍ୟ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଜଣେ ଗୁରୁଙ୍କ ମାଟିମୂର୍ତ୍ତି ଗଢ଼ି ଚୋରା ଜ୍ଞାନ ସାହାଯ୍ୟରେ ପ୍ରଶିକ୍ଷଣ ନେଇଛନ୍ତି। ଏଥିରୁ ଜଣାପଡ଼େ ଯେ, ବର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ତାଙ୍କର ଏହି ଜ୍ଞାନ ଉପରେ କୌଣସି ବୈଧ ଅଧିକାର ନ ଥିଲା। ଏହି ପ୍ରେକ୍ଷାପଟରେ ଏକଲବ୍ୟଙ୍କୁ ଦ୍ରୋଣ ବୃଦ୍ଧାଙ୍ଗୁଳି ମାଗିବା କ୍ରୂରତା ନୁହେଁ, ବରଂ ଅଧିକାରର ସୀମା ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ଶ୍ରେଣୀ ବ୍ୟବସ୍ଥାକୁ ପୁଣିଥରେ ସ୍ଥାପିତ କରିବାର ଏକ କୌଶଳପୂର୍ଣ୍ଣ ପଦକ୍ଷେପ ।
ତେବେ, ଯେତେବେଳେ ଏକଲବ୍ୟଙ୍କ ପ୍ରକୃତ ବଂଶାବଳୀ ସାମ୍ନାକୁ ଆସେ, ସେତେବେଳେ ଏହି ଯୁକ୍ତି ଦୁର୍ୱଳ ପଡ଼ିଯାଏ। ଦ୍ରୋଣ ଜଙ୍ଗଲର ଜଣେ ବନବାସୀ ବାଳକକୁ ପ୍ରତ୍ୟାଖ୍ୟାନ କରି ନ ଥିଲେ; ବରଂ ସେ ଜଣେ ରାଜକୁମାରଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଯାହାଙ୍କ ବଂଶଗତ ସମ୍ପର୍କ ଏକ ପ୍ରତିଦ୍ୱନ୍ଦ୍ୱୀ ରାଜବଂଶ ସହିତ ଥିଲା ଏବଂ ପରେ ସେ ଶିକ୍ଷା ଗ୍ରହଣ କରିଥିବା ଯୋଗୁ ତାଙ୍କୁ ବିକଳାଙ୍ଗ କରିଦେଇଥିଲେ।
ମହାଭାରତର ସଭା ପର୍ୱ ଆହୁରି ଏକ କଥାକୁ ଯୋଡ଼ିଛି, ଯାହାକୁ ସାଧାରଣ ଲୋକପ୍ରିୟ କାହାଣୀଗୁଡ଼ିକରେ କ୍ରମାଗତ ଭାବେ ଚପାଇ ଦିଆଯାଇଥାଏ। ରାଜସୂୟ ଯଜ୍ଞ ପୂର୍ୱରୁ ସହଦେବ ନିଜର ଦକ୍ଷିଣ ଦିଗ୍‌ବିଜୟ ସମୟରେ ଏକଲବ୍ୟଙ୍କୁ ପରାସ୍ତ କରିଥିଲେ। ଏହାପରେ ଯୁଧିଷ୍ଠିରଙ୍କ ଅଭିଷେକ ଯଜ୍ଞରେ ଉପସ୍ଥିତ ଥିବା ରାଜାମାନଙ୍କ ତାଲିକାରେ ଏକଲବ୍ୟଙ୍କ ନାମ ଦେଖିବାକୁ ମିଳେ। ସେଠାରେ ସେ ନିଜ ଅଙ୍ଗୁଳି କାଟିଦେଇ ଗୁରୁଙ୍କ ପ୍ରତି କୃତଜ୍ଞ ଥିବା ଜଣେ ଆଦିବାସୀ ଭାବରେ ନୁହେଁ, ବରଂ ରାଜାମାନଙ୍କ ମଧ୍ୟରେ ଜଣେ ରାଜା ଭାବରେ ଯୋଗ ଦେଇଥିଲେ।
ହରିବଂଶରେ କୁହାଯାଇଛି, ଏକଲବ୍ୟ ଯାଦବମାନଙ୍କ ବିରୋଧରେ ଜରାସନ୍ଧଙ୍କ ସହିତ ମିଶି ଯୁଦ୍ଧ କରିଥିଲେ। ରୁକ୍ମିଣୀ ସ୍ୱୟମ୍ୱରରେ ଉପସ୍ଥିତ ଥିଲେ। ନିଜର ଅକ୍ଷମତା ସତ୍ତ୍ୱେ ସେ ଯୁଦ୍ଧ ପାଇଁ ବିପଦ ହେଉଥିବାରୁ ତାଙ୍କୁ ଦ୍ରୋଣ ନିଷ୍କ୍ରିୟ କରିବାକୁ ଚାହୁଁଥିଲେ। ଶେଷରେ କୃଷ୍ଣଙ୍କ ହାତରେ ଏକଲବ୍ୟଙ୍କ ମୃତ୍ୟୁ ହୋଇଥିଲା। ଦ୍ରୋଣ ପର୍ୱରେ କୃଷ୍ଣ ଅର୍ଜୁନଙ୍କ ସ୍ୱାର୍ଥ ପାଇଁ କରାଯାଇଥିବା ଚତୁରତା ସହ ଜରାସନ୍ଧ ଓ ଶିଶୁପାଳଙ୍କ ହତ୍ୟା ସହିତ ଏକଲବ୍ୟଙ୍କ ହତ୍ୟାକୁ ଉଲ୍ଲେଖ କରାଯାଇଛି। କୃଷ୍ଣ ଏହାକୁ କୌଣସି ଧାର୍ମିକ ଭାଷାରେ ପ୍ରକାଶ କରିନାହାନ୍ତି ବରଂ ଯାହା ବାସ୍ତବ ଥିଲା ତାହା ସେ କହିଛନ୍ତି । ଦ୍ରୋଣଙ୍କ ଗୁରୁ ଦକ୍ଷିଣା ଏବଂ କୃଷ୍ଣଙ୍କ ଦ୍ୱାରା ହୋଇଥିବା ଏକଲବ୍ୟଙ୍କ ହତ୍ୟା-ଏହି ଦୁଇଟି ସମାନ ରାଜନୈତିକ ଖେଳର ଦୁଇଟିି ପଦକ୍ଷେପ। ଏଥିରେ ଜଣେ ଯୋଦ୍ଧାଙ୍କୁ ଯୋଜନାବଦ୍ଧ ଭାବେ ଦୁର୍ୱଳ କିମ୍ୱା ହତ୍ୟା କରାଯାଇଥିଲା। କାରଣ ତାଙ୍କ ଦକ୍ଷତା ଏବଂ ରାଜନୈତିକ ସମ୍ପର୍କ ପାଣ୍ଡବଙ୍କ ବିପକ୍ଷରେ ଥିଲା। ବୃଦ୍ଧାଙ୍ଗୁଳି ମାଗିବାକୁ ଏକ ଭକ୍ତିପୂର୍ଣ୍ଣ ଗୁରୁଦକ୍ଷିଣା ଭାବେ ଗ୍ରହଣୀୟ କରିବା ଏବଂ ଏକଲବ୍ୟଙ୍କୁ ଜଣେ ସାଧାରଣ ବ୍ୟକ୍ତି ଭାବେ ପ୍ରତିପାଦନ କରିବା ଲାଗି ଗୁୁରୁ ପରମ୍ପରା ଚାହିଁଛି। କିନ୍ତୁ ସବୁ ଗ୍ରନ୍ଥକୁ ଏକାଠି ପଢ଼ିଲେ ସ୍ପଷ୍ଟ ହୁଏ ଯେ, ସେ ସେମିତି ନ ଥିଲେ। ପରେ ପରମ୍ପରାର ଆଉ ଏକ ପ୍ରତିଧ୍ୱନି ଆସେ, ଯାହାକୁ କେବେ ବି ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯାଇନାହିଁ।
ବୌଦ୍ଧ ଗ୍ରନ୍ଥ ‘ଥେରିଗାଥା’ ଏବଂ ପରବର୍ତ୍ତୀ ପାଲି ସ୍ରୋତଗୁଡ଼ିକରେ ଅଙ୍ଗୁଳିମାଳଙ୍କ କାହାଣୀ ରହିଛି। ସେ ଜଣେ ହତ୍ୟାକାରୀ ଥିଲେ। ସାବଥି ଯିବା ରାସ୍ତାରେ ଲୋକଙ୍କୁ ସେ ହତ୍ୟାକରି ସେମାନଙ୍କ ଅଙ୍ଗୁଳି କାଟି ସେଥିରେ ମାଳ କରି ପିନ୍ଧୁଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଅହିଂସକ, ଅର୍ଥାତ୍‌ ଯିଏ ଅନ୍ୟପ୍ରତି ହିଂସା ଆଚରଣ କରେ ନାହିଁ। କେତେକ ସଂସ୍କରଣରେ ଉଲ୍ଲେଖ ଅଛି, ଶିକ୍ଷା ସମାପ୍ତ କରିବାର ମୂଲ୍ୟ ବା ଦକ୍ଷିଣା ସ୍ୱରୂପ ତାଙ୍କ ଗୁରୁ ତାଙ୍କୁ ଏକ ହଜାର ଅଙ୍ଗୁଳିି ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦ୍ରୋଣଙ୍କ ଦାବି ଭଳି ଏହି ନିର୍ଦ୍ଦେଶ ମଧ୍ୟ ଗୁରୁ-ଶିଷ୍ୟ ସମ୍ପର୍କର ଭାଷା, କର୍ତ୍ତବ୍ୟ ଏବଂ ପ୍ରାପ୍ତ ଜ୍ଞାନର ଉଚିତ ମୂଲ୍ୟ ରୂପେ ଉପସ୍ଥାପିତ କରାଯାଏ। ହେଲେ ଏହି ଦୁଇ କାହାଣୀ ମଧ୍ୟରେ ସମାନତା ସମ୍ପୂର୍ଣ୍ଣ ସମାନ ନୁହେଁ। ଏହାକୁ ସମ୍ପୂର୍ଣ୍ଣ ସଂଯୋଗ ବୋଲି କୁହାଯାଇପାରିବ ନାହିଁ। ମହାଭାରତରେ ଜଣେ ଗୁରୁ ଜଣେ ଶିଷ୍ୟର ବୁଢ଼ା ଅଙ୍ଗୁଳି ନେଇଯାଉଛନ୍ତି। ଅଙ୍ଗୁଳିମାଳ କାହାଣୀରେ ଜଣେ ଶିକ୍ଷକ ଅଜଣା ଲୋକଙ୍କ ଅଙ୍ଗୁଳି ଚାହଁୁୁଛନ୍ତି। ଉଭୟ କାହାଣୀରେ ହିଂସାକୁ ଶିକ୍ଷାର ଏକ ଅଂଶ ଭାବେ ପରିଣତ କରାଯାଇଛି।
ଭକ୍ତିର ଆବରଣକୁ ହଟାଇ ଏକଲବ୍ୟଙ୍କ କାହାଣୀକୁ ଦେଖିଲେ ଆମେ ଦେଖିବାକୁ ପାଉ ଯେ, ଜଣେ ରାଜପୁତ୍ରଙ୍କ ଆଙ୍ଗୁଠି ଏକ ଶିକ୍ଷା ପ୍ରଣାଳୀ ଓ ଏକ ନିର୍ଦ୍ଦିଷ୍ଟ କ୍ୟାରିୟରକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇଥିଲା। ଅଙ୍ଗୁଳିମାଳ କାହାଣୀ ଆମକୁ ଦର୍ଶାଏ ଯେ, ଗୁରୁଙ୍କ ନାମରେ ଅଙ୍ଗୁଳି କାଟିବା ଏକ ପରମ୍ପରା । ଜଣେ ଗୁରୁ ଜଣେ ଶିଷ୍ୟଠାରୁ ଗୋଟିଏ ବୁଢ଼ା ଅଙ୍ଗୁଳି ନେଇଛନ୍ତି। ଜଣେ ଶିକ୍ଷକ ରାସ୍ତାରେ ଯାଉଥିବା ଅନେକ ହଜାର ଲୋକଙ୍କ ଅଙ୍ଗୁଳିର ମାଳ ଦାବି କରିଛନ୍ତି। ଅଙ୍ଗୁଳି ସଂଗ୍ରହକାରୀ (ଅଙ୍ଗୁଳିମାଳ) ଶେଷରେ ବୁଦ୍ଧଙ୍କ ଦ୍ୱାରା ମୁକ୍ତି ପାଇଥିଲେ। କିନ୍ତୁ ସେହି ବୃଦ୍ଧାଙ୍ଗୁଳି କେବେ ବି ଫେରାଇ ଦିଆଯାଇ ନ ଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?