ଅଦ୍ଭୁତ ମଣିଷ

ଜଚ୍ଚିଦାନନ୍ଦ ଦାଶ

 

ଏ ଯୁଗର ମଣିଷ ବଡ଼ ଅଦ୍ଭୁତ। କେତେବେଳେ ଏପଟେ ଭଲ କେତେବେଳେ ସେପଟେ ଖରାପ। ଆ’ ପାଖରେ ଭଲେଇହେଲାଣି ତ, ତା’ ପାଖରେ କଳେଇ ହେଲାଣି। ଏ ଦୁନିଆରେ ମଣିଷର ସମ୍ପର୍କ ପରସ୍ପର ମଧ୍ୟରେ ଖୁବ୍‌ ପରିପୂରକରେ ଚାଲିଛି।
କଲେଜ ଯୁବକ ଦୁଇଦଳ ହୋଇ ବାଡ଼ିଆପିଟା ହେଲେଣି, ମାତ୍ର ଅନ୍ୟ ଯୁବକମାନେ ନୀରବଦ୍ରଷ୍ଟା ହୋଇ ମୋବାଇଲରେ ଫଟୋ ଉଠାଇବାରେ ବ୍ୟସ୍ତ। ଧନ୍ୟ ହେ ଅଦ୍ଭୁତ ମଣିଷ ! ଏହିପରି ଆହୁରି ଅନେକ ଉଦାହରଣ ନିଆଯାଇପାରେ। ସମାଜଟା କାଳକ୍ରମେ ରୁଗ୍‌ଣ ହୋଇଯାଉଛି। ପ୍ରକୃତରେ ଯେଉଁମାନେ ଉପରୋକ୍ତ ପ୍ରକାର ଦୁଷ୍କର୍ମ ଘଟାଉଛନ୍ତି, ସେମାନେ ଏକ ପ୍ରକାର ଅଦ୍ଭୁତ ମଣିଷ କହିଲେ ଚଳେ। ପୁଣି ଯେଉଁମାନେ ନୀରବଦ୍ରଷ୍ଟା ହୋଇ ରହୁଛନ୍ତି, ସେମାନେ ଆହୁରି ଅଦ୍ଭୁତ କହିଲେ ଅତ୍ୟୁକ୍ତି ହେବନାହିଁ। ଭୋଟବେଳେ ଦଳ ତରଫରୁ ଲୋକଙ୍କୁ ଟଙ୍କା ବଣ୍ଟାଚାଲିଛି, ରାମବାବୁ ସରପଞ୍ଚ କହିଲେ, ”ସମସ୍ତେ ଅମୁକ ଲୋକକୁ ଭୋଟ ଦିଅ“, ବର୍ଷା ଯୁଆଡ଼େ ଛତା ସିଆଡ଼େ ନୀତି ଲାଗୁ ହୋଇଗଲା। ସମସ୍ତେ ସେଇ ଲୋକକୁ ଭୋଟ ଦେବାକୁ ଲାଗିଲେ। ବର୍ଷା ଆଡ଼େ, ଛତା ସାଡ଼େ ନୀତିର ପକ୍ଷ ହୋଇ କେହି ବାହାରିଲେ ନାହିଁ। ଏଇ ତ ଅଦ୍ଭୁତ ମଣିଷ। ଛତାକୁ ଛାଡ଼ି କେହି ଟିକେ ବର୍ଷାର କଷ୍ଟ ନେବାକୁ ଚାହୁଁନାହାନ୍ତି। କିଛି ଲୋକ ରଙ୍ଗ ବଦଳାଇବା ଏଣ୍ଡୁଅ ପରି ଆ’ ପାଖରେ ଛଳନା ତା’ ପାଖରେ କଳନା କରି ଚାଲିଛନ୍ତି। ଫଳରେ କାଳକ୍ରମେ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ରାଜନେତା ଚୟନରେ ଏ ମଣିଷମାନଙ୍କ ମଧ୍ୟରେ ମତାନ୍ତର, ମନାନ୍ତର, ହିଂସା, ଦ୍ୱେଷ ଇତ୍ୟାଦି ଲାଗିରହିଛି। ନେତା ବା ରାଜା ଚୟନରେ ଏକ ସୁନ୍ଦର ଉଦାହରଣଟିଏ ଅବତାରଣା କରିବାକୁ ମନେକରୁଛି। ଗୋଟିଏ ଦେଶରେ ଜଣେ ସୁଦକ୍ଷ ଏବଂ ପ୍ରଜାବତ୍ସଳ ରାଜା ଥିଲେ। ରାଜାଙ୍କର କିଛି ସନ୍ତାନ ସନ୍ତତି ନ ଥିଲା। ବାର୍ଦ୍ଧକ୍ୟ ଆସିବାରୁ ରାଜା ଜଣେ ଉତ୍ତରାଧିକାରୀ ବାଛିବା ପାଇଁ ଇଚ୍ଛାକଲେ। ସେଥିପାଇଁ ମନ୍ତ୍ରୀଙ୍କୁ ଡକାଇଲେ ଏବଂ ସମସ୍ତ ବିଷୟରେ ଅବଗତ କରାଇଲେ। ଯୁବରାଜ ଚୟନ ପାଇଁ ଡେଙ୍ଗୁରା ପିଟାହେଲା। ବହୁ ଯୁବକ ନିଜକୁ ସୁସଜ୍ଜିତ କରିବାକୁ ଲାଗିଲେ, ଯେହେତୁ ଯୁବରାଜ ଚୟନ ବହୁତ ବଡ଼ ସୁଯୋଗ ହାତକୁ ଆସିଛି। ମାତ୍ର ଗୋଟିଏ ଗରିବଚାଷୀ ପୁଅ ଯୁବରାଜ ପ୍ରତିଦ୍ୱନ୍ଦ୍ୱିତାରେ ଯୋଗ ଦେବା ପାଇଁ ମନ ବଳାଇଲା। ଗରିବ ପିଲାଟିଏ ତା’ର ବାପାଙ୍କୁ ଭଲ ଡ୍ରେସ୍‌ ହଳେ କିଣିବା ପାଇଁ କହିଲା। ବାପାଙ୍କର ଆଶା ନ ଥିଲା, ସତରେ କ’ଣ ପୁଅ ଯୁବରାଜ ହେବ ? ସେ ଖାଲି ମିଛଟାରେ ମାତିଛି। ଶୀତଦିନ ହୋଇଥାଏ ପିତା ପୁତ୍ର ପାଇଁ ଗୋଟିଏ ପୋଷାକ ଏବଂ ସ୍ବେଟର କିଣିଦେଲେ। ଯୁବରାଜ ଚୟନର ଦିନଧାର୍ଯ୍ୟ ପୂର୍ବରୁ ରାଜା ଛଦ୍ମବେଶରେ ପ୍ରତିଯୋଗୀମାନଙ୍କୁ ଭେଟିବାକୁ ଲାଗିଲେ। ରାଜା ଖାଲି ଦେହରେ ଦାଢ଼ି ରଖି ଯାଇ ରାଜ୍ୟ ସାରା ବୁଲିଲେ। କେତେଜଣ ପ୍ରତିଯୋଗୀଙ୍କୁ ଭେଟିଲେ, କିଛି ଖାଇବାକୁ ପଇସା ଏବଂ ଶୀତରୁ ରକ୍ଷା ପାଇଁ ଏକ ପୋଷାକ ପାଇଁ ଅନୁରୋଧ କଲେ, ମାତ୍ର ସେମାନେ ରାଜାଙ୍କୁ ଘଉଡ଼େଇଦେଇ କହିଲେ, ”ଆମେ କିଛି ଦେଇପାରିବୁନି ? ରାଜା ସେଠାରୁ ବିଦାହୋଇ ଚାଲି ଆସିଲେ। ଇତିମଧ୍ୟରେ ସେ କୃଷକର ପୁଅଟି ହାଟରୁ ଚାଲିଚାଲି ଯାଇ ଥକ୍କା ହୋଇ ଗୋଟିଏ ଜାଗାରେ ବସି ପଡ଼ିଥିଲା। ରାଜା ଆସି ତାକୁ ଦେଖାକରି କିଛି ଖାଇବାକୁ ଏବଂ ଶୀତରୁ ରକ୍ଷା ପାଇବା ପାଇଁ ଗରମ ବସ୍ତ୍ରଟିଏ ଦେବାପାଇଁ ଅନୁରୋଧ କଲେ।
କୃଷକର ପୁଅ ହାଟରୁ ଆଣିଥିବା କଦଳୀ ରାଜାଙ୍କ ହାତକୁ ବଢ଼ାଇଦେଲା ଏବଂ ନିଜ ଦେହରୁ ଗରମ ପୋଷାକଟି ବାହାରକରି ରାଜାଙ୍କୁ ପ୍ରଦାନକଲା। ରାଜା ତା’ ନାଁଟି ପଚାରି ରାଜ ଉଆସକୁ ଫେରି ଆସିଲେ। ଯୁବରାଜ ଚୟନ ଦିନ ଆସିଲା। ସମସ୍ତ ଯୁବକ ରାଜ ଉଆସରେ ରୁଣ୍ଡହେଲେ, ରାଜା ସଙ୍ଗେ ସଙ୍ଗେ ସେହି ଗରିବ କୃଷକ ପୁଅକୁ ପାଖକୁ ଡାକିଲେ ଏବଂ କହିଲେ, ”ତୁ ଏ ଦେଶର ରାଜା ହେବୁ ମୋ ଅନ୍ତେ।“ ଅନ୍ୟ ପ୍ରତିଯୋଗୀ ଏବଂ ମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଥିଲା ଏକ ସତ୍‌ମାର୍ଗର ରାଜା ଚୟନ ପ୍ରକ୍ରିୟା।
ମାତ୍ର ଆଜିର ଏ ଅଦ୍ଭୁତ ମଣିଷ ସମସ୍ତ ପ୍ରକାର ନିର୍ମଳତା ଏବଂ ନିଷ୍ଠାପରତାର ବ୍ୟତିକ୍ରମ। ଏ ମଣିଷ କାହାଠାରୁ ପ୍ରଶଂସା ପାଇଲେ ଅହଂକାର କରେ, କାହାଠାରୁ ଅପମାନ ପାଇଲେ କ୍ରୋଧିତ ହୋଇପଡ଼େ। ଭୁଲ୍‌କୁ ଖୋଜୁଥିବା ଅଦ୍ଭୁତ ମଣିଷର ସ୍ବଭାବ କେବଳ ସେହି ମାଛି ପରି ହିଁ ହୋଇଥାଏ; ଯିଏକି ମଣିଷର ଶରୀର ସବୁଠୁ ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗକୁ ଛାଡ଼ି କେବଳ କ୍ଷତସ୍ଥାନରେ ବସିଥାଏ।
ମୋ : ୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?