ଅଦ୍ଭୁତ ମଣିଷ

ଜଚ୍ଚିଦାନନ୍ଦ ଦାଶ

 

ଏ ଯୁଗର ମଣିଷ ବଡ଼ ଅଦ୍ଭୁତ। କେତେବେଳେ ଏପଟେ ଭଲ କେତେବେଳେ ସେପଟେ ଖରାପ। ଆ’ ପାଖରେ ଭଲେଇହେଲାଣି ତ, ତା’ ପାଖରେ କଳେଇ ହେଲାଣି। ଏ ଦୁନିଆରେ ମଣିଷର ସମ୍ପର୍କ ପରସ୍ପର ମଧ୍ୟରେ ଖୁବ୍‌ ପରିପୂରକରେ ଚାଲିଛି।
କଲେଜ ଯୁବକ ଦୁଇଦଳ ହୋଇ ବାଡ଼ିଆପିଟା ହେଲେଣି, ମାତ୍ର ଅନ୍ୟ ଯୁବକମାନେ ନୀରବଦ୍ରଷ୍ଟା ହୋଇ ମୋବାଇଲରେ ଫଟୋ ଉଠାଇବାରେ ବ୍ୟସ୍ତ। ଧନ୍ୟ ହେ ଅଦ୍ଭୁତ ମଣିଷ ! ଏହିପରି ଆହୁରି ଅନେକ ଉଦାହରଣ ନିଆଯାଇପାରେ। ସମାଜଟା କାଳକ୍ରମେ ରୁଗ୍‌ଣ ହୋଇଯାଉଛି। ପ୍ରକୃତରେ ଯେଉଁମାନେ ଉପରୋକ୍ତ ପ୍ରକାର ଦୁଷ୍କର୍ମ ଘଟାଉଛନ୍ତି, ସେମାନେ ଏକ ପ୍ରକାର ଅଦ୍ଭୁତ ମଣିଷ କହିଲେ ଚଳେ। ପୁଣି ଯେଉଁମାନେ ନୀରବଦ୍ରଷ୍ଟା ହୋଇ ରହୁଛନ୍ତି, ସେମାନେ ଆହୁରି ଅଦ୍ଭୁତ କହିଲେ ଅତ୍ୟୁକ୍ତି ହେବନାହିଁ। ଭୋଟବେଳେ ଦଳ ତରଫରୁ ଲୋକଙ୍କୁ ଟଙ୍କା ବଣ୍ଟାଚାଲିଛି, ରାମବାବୁ ସରପଞ୍ଚ କହିଲେ, ”ସମସ୍ତେ ଅମୁକ ଲୋକକୁ ଭୋଟ ଦିଅ“, ବର୍ଷା ଯୁଆଡ଼େ ଛତା ସିଆଡ଼େ ନୀତି ଲାଗୁ ହୋଇଗଲା। ସମସ୍ତେ ସେଇ ଲୋକକୁ ଭୋଟ ଦେବାକୁ ଲାଗିଲେ। ବର୍ଷା ଆଡ଼େ, ଛତା ସାଡ଼େ ନୀତିର ପକ୍ଷ ହୋଇ କେହି ବାହାରିଲେ ନାହିଁ। ଏଇ ତ ଅଦ୍ଭୁତ ମଣିଷ। ଛତାକୁ ଛାଡ଼ି କେହି ଟିକେ ବର୍ଷାର କଷ୍ଟ ନେବାକୁ ଚାହୁଁନାହାନ୍ତି। କିଛି ଲୋକ ରଙ୍ଗ ବଦଳାଇବା ଏଣ୍ଡୁଅ ପରି ଆ’ ପାଖରେ ଛଳନା ତା’ ପାଖରେ କଳନା କରି ଚାଲିଛନ୍ତି। ଫଳରେ କାଳକ୍ରମେ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ରାଜନେତା ଚୟନରେ ଏ ମଣିଷମାନଙ୍କ ମଧ୍ୟରେ ମତାନ୍ତର, ମନାନ୍ତର, ହିଂସା, ଦ୍ୱେଷ ଇତ୍ୟାଦି ଲାଗିରହିଛି। ନେତା ବା ରାଜା ଚୟନରେ ଏକ ସୁନ୍ଦର ଉଦାହରଣଟିଏ ଅବତାରଣା କରିବାକୁ ମନେକରୁଛି। ଗୋଟିଏ ଦେଶରେ ଜଣେ ସୁଦକ୍ଷ ଏବଂ ପ୍ରଜାବତ୍ସଳ ରାଜା ଥିଲେ। ରାଜାଙ୍କର କିଛି ସନ୍ତାନ ସନ୍ତତି ନ ଥିଲା। ବାର୍ଦ୍ଧକ୍ୟ ଆସିବାରୁ ରାଜା ଜଣେ ଉତ୍ତରାଧିକାରୀ ବାଛିବା ପାଇଁ ଇଚ୍ଛାକଲେ। ସେଥିପାଇଁ ମନ୍ତ୍ରୀଙ୍କୁ ଡକାଇଲେ ଏବଂ ସମସ୍ତ ବିଷୟରେ ଅବଗତ କରାଇଲେ। ଯୁବରାଜ ଚୟନ ପାଇଁ ଡେଙ୍ଗୁରା ପିଟାହେଲା। ବହୁ ଯୁବକ ନିଜକୁ ସୁସଜ୍ଜିତ କରିବାକୁ ଲାଗିଲେ, ଯେହେତୁ ଯୁବରାଜ ଚୟନ ବହୁତ ବଡ଼ ସୁଯୋଗ ହାତକୁ ଆସିଛି। ମାତ୍ର ଗୋଟିଏ ଗରିବଚାଷୀ ପୁଅ ଯୁବରାଜ ପ୍ରତିଦ୍ୱନ୍ଦ୍ୱିତାରେ ଯୋଗ ଦେବା ପାଇଁ ମନ ବଳାଇଲା। ଗରିବ ପିଲାଟିଏ ତା’ର ବାପାଙ୍କୁ ଭଲ ଡ୍ରେସ୍‌ ହଳେ କିଣିବା ପାଇଁ କହିଲା। ବାପାଙ୍କର ଆଶା ନ ଥିଲା, ସତରେ କ’ଣ ପୁଅ ଯୁବରାଜ ହେବ ? ସେ ଖାଲି ମିଛଟାରେ ମାତିଛି। ଶୀତଦିନ ହୋଇଥାଏ ପିତା ପୁତ୍ର ପାଇଁ ଗୋଟିଏ ପୋଷାକ ଏବଂ ସ୍ବେଟର କିଣିଦେଲେ। ଯୁବରାଜ ଚୟନର ଦିନଧାର୍ଯ୍ୟ ପୂର୍ବରୁ ରାଜା ଛଦ୍ମବେଶରେ ପ୍ରତିଯୋଗୀମାନଙ୍କୁ ଭେଟିବାକୁ ଲାଗିଲେ। ରାଜା ଖାଲି ଦେହରେ ଦାଢ଼ି ରଖି ଯାଇ ରାଜ୍ୟ ସାରା ବୁଲିଲେ। କେତେଜଣ ପ୍ରତିଯୋଗୀଙ୍କୁ ଭେଟିଲେ, କିଛି ଖାଇବାକୁ ପଇସା ଏବଂ ଶୀତରୁ ରକ୍ଷା ପାଇଁ ଏକ ପୋଷାକ ପାଇଁ ଅନୁରୋଧ କଲେ, ମାତ୍ର ସେମାନେ ରାଜାଙ୍କୁ ଘଉଡ଼େଇଦେଇ କହିଲେ, ”ଆମେ କିଛି ଦେଇପାରିବୁନି ? ରାଜା ସେଠାରୁ ବିଦାହୋଇ ଚାଲି ଆସିଲେ। ଇତିମଧ୍ୟରେ ସେ କୃଷକର ପୁଅଟି ହାଟରୁ ଚାଲିଚାଲି ଯାଇ ଥକ୍କା ହୋଇ ଗୋଟିଏ ଜାଗାରେ ବସି ପଡ଼ିଥିଲା। ରାଜା ଆସି ତାକୁ ଦେଖାକରି କିଛି ଖାଇବାକୁ ଏବଂ ଶୀତରୁ ରକ୍ଷା ପାଇବା ପାଇଁ ଗରମ ବସ୍ତ୍ରଟିଏ ଦେବାପାଇଁ ଅନୁରୋଧ କଲେ।
କୃଷକର ପୁଅ ହାଟରୁ ଆଣିଥିବା କଦଳୀ ରାଜାଙ୍କ ହାତକୁ ବଢ଼ାଇଦେଲା ଏବଂ ନିଜ ଦେହରୁ ଗରମ ପୋଷାକଟି ବାହାରକରି ରାଜାଙ୍କୁ ପ୍ରଦାନକଲା। ରାଜା ତା’ ନାଁଟି ପଚାରି ରାଜ ଉଆସକୁ ଫେରି ଆସିଲେ। ଯୁବରାଜ ଚୟନ ଦିନ ଆସିଲା। ସମସ୍ତ ଯୁବକ ରାଜ ଉଆସରେ ରୁଣ୍ଡହେଲେ, ରାଜା ସଙ୍ଗେ ସଙ୍ଗେ ସେହି ଗରିବ କୃଷକ ପୁଅକୁ ପାଖକୁ ଡାକିଲେ ଏବଂ କହିଲେ, ”ତୁ ଏ ଦେଶର ରାଜା ହେବୁ ମୋ ଅନ୍ତେ।“ ଅନ୍ୟ ପ୍ରତିଯୋଗୀ ଏବଂ ମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଥିଲା ଏକ ସତ୍‌ମାର୍ଗର ରାଜା ଚୟନ ପ୍ରକ୍ରିୟା।
ମାତ୍ର ଆଜିର ଏ ଅଦ୍ଭୁତ ମଣିଷ ସମସ୍ତ ପ୍ରକାର ନିର୍ମଳତା ଏବଂ ନିଷ୍ଠାପରତାର ବ୍ୟତିକ୍ରମ। ଏ ମଣିଷ କାହାଠାରୁ ପ୍ରଶଂସା ପାଇଲେ ଅହଂକାର କରେ, କାହାଠାରୁ ଅପମାନ ପାଇଲେ କ୍ରୋଧିତ ହୋଇପଡ଼େ। ଭୁଲ୍‌କୁ ଖୋଜୁଥିବା ଅଦ୍ଭୁତ ମଣିଷର ସ୍ବଭାବ କେବଳ ସେହି ମାଛି ପରି ହିଁ ହୋଇଥାଏ; ଯିଏକି ମଣିଷର ଶରୀର ସବୁଠୁ ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗକୁ ଛାଡ଼ି କେବଳ କ୍ଷତସ୍ଥାନରେ ବସିଥାଏ।
ମୋ : ୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri