ସିଲ୍‌ ହେଲା ଆଉଏକ ନକଲି ଗୁଟ୍‌ଖା କାରଖାନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ):  ପୁରୁଣା ଆଇସ୍‌କ୍ରିମ ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ଗୁଟ୍‌ଖା ଓ ଜର୍ଦ୍ଦା କାରଖାନା। ବେଆଇନ ଭାବେ ହେଉଥିଲା କୋଟି କୋଟି ଟଙ୍କାର କାରବାର। ସୋମବାର ଜଗତପୁର ଥାନା ପୋଲିସ ଶିଳ୍ପାଞ୍ଚଳ ଫେଜ୍‌-୩ସ୍ଥିତ ଉକ୍ତ କାରଖାନାରେ ଚଢ଼ାଉ କରି ୫୦ ବସ୍ତା ଗୁଟ୍‌ଖା, ଜର୍ଦ୍ଦା, କଞ୍ଚା ମାଲ୍‌ ଓ ମେଶିନ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଚଢ଼ାଉ ପରେ ଉକ୍ତ କାରଖାନାକୁ ସିଲ୍‌ କରାଯାଇଥିବା ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି। ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳରେ ବ୍ୟାଗ୍‌ରୁ ମିଳିଥିବା ୩୦ ଲକ୍ଷ ଟଙ୍କା ସହ ଏହି କାରଖାନାର ଲିଙ୍କ୍‌ ରହିଥିବା ସେ କହିଛନ୍ତି।
ଉକ୍ତ ଟଙ୍କା ଜବତ ଘଟଣାର ଖୋଳତାଡ଼ବେଳେ ଅଟକ ଥିବା ମହାବୀର ପ୍ରସାଦ ନାମକ ଯୁବକ ନକଲି ଗୁଟ୍‌ଖା ଓ ଜର୍ଦ୍ଦା କାରଖାନାର କଳା କାରବାର ସମ୍ପର୍କରେ କହିଥିଲେ। ତାଙ୍କ ସୂଚନା ଆଧାରରେ ରବିବାର କଟକ ଟାଙ୍ଗୀ ଥାନା ପୋଲିସ ନିର୍ଗୁଣ୍ଡି ଷ୍ଟେଶନ ନିକଟରେ ଚାଲୁଥିବା ନକଲି ଗୁଟ୍‌ଖା ଓ ପାନମସଲା କାରଖାନା ଉପରେ ଚଢାଉ କରିଥିଲା। ମାଲିକ କ୍ଷୀରୋଦ ନାଥ ଚମ୍ପଟ ମାରିଥିବାବେଳେ ପୋଲିସ ସେଠାରୁ ବିପୁଳ ସାମଗ୍ରୀ ଜବତ କରିବା ସହ ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି ପଚରଉଚରା କରିଥିଲା। ସେମାନଙ୍କଠାରୁ ଜଗତପୁର କାରଖାନା ସମ୍ପର୍କରେ ଟିକିନିଖି ତଥ୍ୟ ମିଳିବା ପରେ ଚଢ଼ାଉ କରାଯାଇଥିଲା। ତେବେ ନିର୍ଗୁଣ୍ଡିରେ ଥିବା କାରଖାନାରେ ପୋଲିସ ଚଢାଉ ଜାଣିବା ପରେ ଜଗତପୁର କାରଖାନାର ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। ଏଥିସହ ଆଗକୁ ଭୁବନେଶ୍ୱର, ଜଟଣୀ ଆଦି ଅଞ୍ଚଳରେ ଆହୁରି ଏକାଧିକ ନକଲି କାରଖାନା ରହିଥିବାରୁ ତାହାକୁ ଠାବ କରାଯିବା ସହ ସିଲ୍‌ ହେବ। ମୁଖ୍ୟ ଅଭିଯୁକ୍ତ ଓ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବରଗଡ଼ ଜିଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ଏବଂ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି।…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri