ସମୁଦ୍ର ମାଡ଼ିଆସିବ

‘ବାଇଶି ପାହାଚେ ଖେଳିବ ମୀନ’ ଏକଥା ମାଳିକାରେ ଲେଖା ଅଛି। ଅର୍ଥାତ୍‌ ଶ୍ରୀମନ୍ଦିର ଭିତର ଯାଏ ସମୁଦ୍ର ପାଣି ମାଡ଼ି ଆସିବ ବୋଲି ମାଳିକାରେ ବର୍ଣ୍ଣନା ଅଛି। ଏହା ଏକ ଭବିଷ୍ୟତ ବାଣୀ ହୋଇପାରେ। ପାଞ୍ଚଶହ ବର୍ଷ ପୂର୍ବରୁ ଏପରି ଭବିଷ୍ୟତ ବାଣୀ କରିଥିବା ଓ ସେହି ଯୁଗପୁରୁଷମାନେ କେତେ ସତ କହିଛନ୍ତି ତାହାକୁ ବିଜ୍ଞାନର ନିକିତିରେ ତଉଲି ଦେଖିବାର ବେଳ ଆସିଛି। ଏହି ବାଣୀ ଅନୁସାରେ ସମୁଦ୍ର ପାଣି ଦିନେ ମାଡ଼ି ଆସିବ ଓ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯିବ ଏହା କେତେଦୂର ସତ୍ୟ ଆସନ୍ତୁ ତର୍ଜମା କରିବା। ସମୁଦ୍ରରେ ପାଣିର ସ୍ତର ବଢ଼ିଲେ ଏହା କୂଳ ଲଙ୍ଘନ କରିବ, ତା’ମାନେ ସମୁଦ୍ରରେ ବର୍ତ୍ତମାନ ଗଚ୍ଛିତ ପାଣିର ମାତ୍ରା ବଢ଼ିଲେ ହିଁ ଏହା କୂଳ ଲଙ୍ଘନ କରିବ। ସମୁଦ୍ରରେ ଥିବା ଜଳର ସ୍ତର ସେତିକିବେଳେ ବଢ଼ିବ ଯେତେବେଳେ ଗ୍ଲେସିୟରରେ ଥିବା ବରଫଗୁଡ଼ିକ ତରଳିବ। ଅର୍ଥାତ୍‌ ଗ୍ଲେସିୟର ତରଳିବା ହିଁ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ମୁଖ୍ୟ କାରଣ। ତେବେ ଗ୍ଲେସିୟର ତରଳିବାର ମୁଖ୍ୟ କାରଣ ହେଲା ବିଶ୍ୱ ତାପମାତ୍ରାରେ ବୃଦ୍ଧି ପାଇବା ବା ପୃଥିବୀ ଉତ୍ତପ୍ତ ହେବା। ପୃଥିବୀ ଇତିହାସରେ ସମୟ ସହିତ ଏହା ଅନେକ ଥର ଉତ୍ତପ୍ତ ଓ ଶୀତଳ ହେବାର ଦେଖାଦେଇଛି। ନିଜ ଅକ୍ଷ ଚାରିପଟେ ବୁଲିବା ବେଳେ ସାମାନ୍ୟ ବ୍ୟତିକ୍ରମ ଯୋଗୁ କିମ୍ବା ସୂର୍ଯ୍ୟଠାରୁ ଗ୍ରହଣ କରୁଥିବା ସୌରଶକ୍ତିର ମାତ୍ରାରେ ଅଧିକ ହେଲେ ପୃଥିବୀ ଜଳବାୟୁରେ ସାମାନ୍ୟ ପରିବର୍ତ୍ତନ ହୁଏ। କିନ୍ତୁ ବିଗତ କେତୋଟି ଶତାବ୍ଦୀରେ ଆଉ ଏକ କାରଣ ପୃଥିବୀର ତାପମାତ୍ରା ବଢ଼ିବାରେ ଲାଗିଛି। ତାହା ହେଲା ମାନବ ଜାତିର ଉତ୍‌ଥାନ। ନିଜ ସୁଖ ସୁବିଧା ପାଇଁ ଗଢ଼ି ତୋଳିଥିବା କଳକାରଖାନା ଓ ଜୀବାଶ୍ମ ଜାଳେଣିର ବ୍ୟବହାର ଏହାର ମୁଖ୍ୟ କାରଣ। କଥା ବେଶିଦିନ ତଳର ନୁହଁ। ୨୦୦୦ ରେ ଯେତେବେଳେ ବାଣୀବିହାରରେ ସ୍ନାତକୋତ୍ତର ପଢୁଥିବା ବେଳେ ଭୁବନେଶ୍ୱରର ଜଳବାୟୁ ଅତି ଉପଭୋଗ୍ୟ ଥିଲା। ଅଂଶୁଘାତ କ’ଣ ଲୋକେ ଜାଣି ନ ଥିଲେ। ଖରାବେଳେ ବରମୁଣ୍ଡାରୁ ସାଇକେଲ ଚଳେଇ ବାଣୀବିହାର ଯିବା ଆସିବାରେ କିଛି ଅସୁବିଧା ନ ଥିଲା। କିନ୍ତୁ ଦିନେ ଖରାରେ ବୁଲିଲେ ଲୋକେ ମରିବେ ଏକଥା କେହି କଳ୍ପନା କରି ନ ଥିଲେ। ଗ୍ରୀଷ୍ମଋ଼ତୁରେ ଭୁବନେଶ୍ୱରର ତାପମାତ୍ରା ବଢ଼ି ୪୫ ଡିଗ୍ରୀରେ ପହଞ୍ଚୁଛି। ଆମେରିକୀୟ ମହାକାଶ ସଂସ୍ଥା ନାଶା ଅନୁଯାୟୀ ବିଶ୍ୱର ତାପମାତ୍ରା ୧୯୦୬ରୁ ୨୦୦୫ ଭିତରେ ୦.୬ ରୁ ୦.୯ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ବଢ଼ିଛି। କିନ୍ତୁ ବିଗତ ପଚାଶ ବର୍ଷ ଭିତରେ ତାପମାତ୍ରାରେ ବୃଦ୍ଧିପାଇବାର ବେଗ ଦୁଇଗୁଣ ବଢ଼ିଛି। ହଠାତ୍‌ ଏମିତି ଜଳବାୟୁରେ ପରିବର୍ତ୍ତନ ହୋଇ ତାପମାତ୍ରା ବୃଦ୍ଧି ହେବାକୁ ଗ୍ଲୋବାଲ ୱାର୍ମିଂ କୁହାଯାଏ। ଅର୍ଥାତ୍‌ ବିଶ୍ୱର ତାପମାତ୍ରା ବଢ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଲା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ପ୍ରଦୂଷକର ବୃଦ୍ଧି। ଏହି ପ୍ରଦୂଷିତ ଗ୍ୟାସ ସୂର୍ଯ୍ୟର ତାପମାତ୍ରାକୁ ଧରି ରଖିବା ସଙ୍ଗେ ସଙ୍ଗେ ପୃଥିବୀ ଉପରୁ ବାହାରି ଯାଉଥିବା ତାପମାତ୍ରାକୁ ମଧ୍ୟ ଶୋଷଣ କରି ନିଜ ଭିତରେ ରଖନ୍ତି; ଯାହା ଫଳରେ ପୃଥିବୀ ପୃଷ୍ଠର ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଏଇ କିଛି ବର୍ଷ ପୂର୍ବରୁ ଜାପାନରେ ହୋଇଯାଇଥିବା ଜି-୨୦ ବୈଠକରେ ମୁଖ୍ୟ ବିଷୟ ଗ୍ଲୋବାଲ ୱାର୍ମିଂ ଥିଲା। କେମିତି କାର୍ବନ ଉସର୍ଜନକୁ କମ କରାଯାଇପାରିବ ଏଥିପାଇଁ ରାଷ୍ଟ୍ର ମୁଖ୍ୟମାନେ ଆଲୋଚନା କରିଥିଲେ। ଗ୍ଲୋବାଲ ୱାର୍ମିଂ ପାଇଁ ମୁଖ୍ୟତଃ ଫସିଲ ଫୁଏଲର ବ୍ୟବହାର ଓ ଜଙ୍ଗଲ ଅବକ୍ଷୟ ଦାୟୀ। ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବର୍ଷକୁ ୧.୭ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୁଏ। ଗ୍ଲୋବାଲ ୱାର୍ମିଂ ଯୋଗୁ ମେରୁ ଅଞ୍ଚଳର ବରଫ ତରଳିବାରେ ଲାଗିଛି। ଗ୍ଲେସିୟରରେ ଲକ୍ଷ ଲକ୍ଷ ବର୍ଷ ଧରି ଥିବା ବରଫ ଖଣ୍ଡ ତରଳି ସମୁଦ୍ରରେ ପଶୁଛି। ଫଳରେ ମାଲଦ୍ୱୀପ ପ୍ରଥମ ଦେଶ ଭାବରେ ଜଳମଗ୍ନ ହେବାର ସମ୍ଭାବନା ଅଛି। ଗ୍ଲୋବାଲ ୱାର୍ମିଂ ଏବେ ବିଶ୍ୱର ଅସ୍ତିତ୍ୱ ଉପରେ ପ୍ରଶ୍ନଚିହ୍ନ ଛିଡ଼ା କରିଛି। ଚାଇନା, ଆମେରିକା ଓ ରୁଷ ଭଳି ଶିଳ୍ପସମୃଦ୍ଧ ଦେଶ ବିଶ୍ୱର ସର୍ବାଧିକ କାର୍ବନ ଏମିଶନ କରୁଥିବା ଦେଶ ଭାବରେ ଆଗରେ ଅଛନ୍ତି। ଏହି ସବୁ ଦେଶଗୁଡ଼ିକ ସ୍ବେଚ୍ଛାକୃତ ଭାବରେ ନିଜ ନିଜର କାର୍ବନ ଏମିଶନ କମ୍‌ କରିବାକୁ ଆଗେଇ ଆସିବା ଦରକାର। ଦିନକୁ ଦିନ କମି ଯାଉଥିବା ଜଙ୍ଗଲ ମଧ୍ୟ ଏକ ଚିନ୍ତାର ବିଷୟ। ପୃଥିବୀର ଫୁସ୍‌ଫୁସ୍‌ କୁହାଯାଉଥିବା ଆମାଜନ ରେନ ଫରେଷ୍ଟରେ ନିଆଁ ତଥା ଅନ୍ୟାନ୍ୟ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଅବକ୍ଷୟ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ବିଗତ କେଇ ଦଶନ୍ଧି ଭିତରେ ପୃଥିବୀର ତାପମାତ୍ରା ଏକ ଡିଗ୍ରୀ ବଢ଼ିଛି। ଗ୍ଲେସିୟର ବରଫ ତରଳିବାରେ ଲାଗିଛି। ସମୁଦ୍ର ପତନ ବଢୁଛି। ଫଳରେ ମାଲଦ୍ୱୀପ, ମରିସସ, ଭାରତ, ଶ୍ରୀଲଙ୍କା ପ୍ରଭୃତି ଦେଶର ଉପକୂଳ ଅଞ୍ଚଳ ଜଳମଗ୍ନ ହେବାର ଭୟ ସୃଷ୍ଟି ହୋଇଛି। ସେଥିପାଇଁ ବିକାଶଶୀଳ ଦେଶଗୁଡ଼ିକ ନିଜ ନିଜର କାର୍ବନ ଫୁଟ ପ୍ରିଣ୍ଟ କମେଇବାକୁ ପଡ଼ିବ। ୨୦୫୦ ସୁଦ୍ଧା ତିରିଶ କୋଟି ଲୋକ ସମୁଦ୍ର ଜଳରେ ଭାସିଯିବାର ଆଶଙ୍କା ପ୍ରକାଶ କରିଛନ୍ତି ଆସିଆନ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସ। ଚାଇନା, ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ସମୁଦ୍ର ପତନ ବଢ଼ିବାରୁ ଅଧିକ ବିପଦର ସମ୍ମୁଖୀନ ହେବାର ଭୟ ରହିଛି। ନିକଟରେ ନେଚର କମ୍ୟୁନିକେଶନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ବର ତାପମାତ୍ରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ୧.୫ ଡିଗ୍ରୀ ବଢ଼ି ଯାଇପାରେ। ଏହାର ମୁକାବିଲା କରିବା ପାଇଁ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନକୁ ଶତକଡ଼ା ୪୫ ଭାଗ କମେଇବାକୁ ପଡ଼ିବ। ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ଖାଦ୍ୟ ରୂପେ ବ୍ୟବହାର କରି ଅମ୍ଳଜାନ ଦେଉଥିବା ଏକମାତ୍ର ଗଛ ଉପରେ ସବୁ ନିର୍ଭର କରେ। ଆମକୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାକୁ ହେବ। ବ୍ୟାଟେରି ଚାଳିତ କାର ଓ ମୋଟର ସାଇକେଲର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ନ ହେଲେ ଭବିଷ୍ୟତ ପିଢ଼ି ଚରମ ବିପଦର ସମ୍ମୁଖୀନ ହେବ ଏଥିରେ ସନ୍ଦେହ ନାହଁି। ‘ବାଇଶି ପାହାଚେ ଖେଳିବ ମୀନ’ ଏକଥା ମାଳିକାର ଭବିଷ୍ୟତବାଣୀ ହୋଇପାରେ। ଅର୍ଥାତ୍‌ ଶ୍ରୀମନ୍ଦିର ଭିତର ଯାଏ ସମୁଦ୍ର ପାଣି ମାଡ଼ି ଆସିବ ବୋଲି ମାଳିକାରେ ବର୍ଣ୍ଣନା ଅଛି। କିନ୍ତୁ ଗ୍ଲୋବାଲ ୱାର୍ମିଂ ଭଳି ପରିପ୍ରେକ୍ଷୀରେ ଏହା ଯେ ଏକ ନିରାଟ ସତ କଥା ତାହା ଗ୍ରହଣ କରିବାର ସମୟ ଆସି ପହଞ୍ଚିଛି।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?