କୃତ୍ରିମ ବୁଦ୍ଧିର ଆତଙ୍କ ଅଯୌକ୍ତିକ

ଲୋକେ କହୁଛନ୍ତି କୃତ୍ରିମ ବୁଦ୍ଧି (କୃବୁ) (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ) ମଣିଷକୁ ଖତମ କରିଦେବ। କୃବୁ ଗବେଷଣାରେ ଲାଗିଥିବା କେତେକ ବୈଜ୍ଞାନିକ ବି ଏ ଆଶଙ୍କା କରୁଛନ୍ତି। ୧୯୫୦ ଦଶକରେ ଏ ପଦ ବା ଶବ୍ଦର ସୃଷ୍ଟି, ସେତେବେଳେ କମ୍ପ୍ୟୁଟରର ଜନ୍ମ ହେଉଥିଲା। ତା’ର କରାମତି ଏତେ ବଢ଼ିଯିବ ଯେ ମଣିଷ ସମାଜକୁ ସମ୍ପୂର୍ଣ୍ଣ ଧ୍ୱଂସ ନ କଲେ ବି ପ୍ରଭୂତ କ୍ଷତି କରିବ ବୋଲି ସେମାନେ କହୁଛନ୍ତି। କେମିତି ଘଟିବ ପଚାରିଲେ ସେମାନେ କହୁଛନ୍ତି, ପ୍ରଥମେ ଏହା ମଣିଷକୁ ପଙ୍ଗୁ (ପାରାଲିସିସ୍‌ ଭୋଗିଲା ଭଳି) କରିଦେବ। ଏତେଶୀଘ୍ର ବିକାଶ ଘଟିବ ଯେ ସୁଁ କରି ଆମ ପାଖ ଦେଇ ଚାଲିଯିବ, କ’ଣ ଘଟୁଛି ଆମେ ଜାଣିପାରିବା ନାହିଁ। ଏବେ ଏବେ ଜିପିଟି-୪ (GPT-4) ଭଳି ମଡେଲ୍‌ ଆସିଲା ପରେ ଲୋକେ ଡରିଗଲେଣି, କୃବୁ ଉପରେ ରୋକ୍‌ ଲଗାହେଉ ବୋଲି କେତେକ ବୈଜ୍ଞାନିକ ବି ଦାବି କଲେଣି। କେତେକ କହୁଛନ୍ତି କୃବୁ ମଣିଷ ସଭ୍ୟତାକୁ ଧ୍ୱଂସ କରିଦେବ।
କୃବୁ ନୂଆ ଟେକ (ଟେକ୍ନୋଲୋଜି) ନୁହେଁ। ଏ ସାମାଜିକ ସହାବସ୍ଥାନର ଏକ ଅଭାବନୀୟ ରୂପ। ଚାଟ୍‌-ଜିପିଟି-୪ ଆମ ଆଦେଶ ଅନୁଯାୟୀ ବାକ୍ୟ ଲେଖିପାରେ, ଅନ୍‌ଲାଇନ୍‌ ଛବି ବି ଆଣିପାରେ। ଉଭୟ କ୍ଷେତ୍ରରେ ଆଗରୁ ମଣିଷ ଏ ଲେଖା ଓ ଏ ଛବି ତିଆରି କରିସାରିଛି ଓ ଇଣ୍ଟରନେଟ୍‌ରେ ଛାଡ଼ିଛି, ଯାହାକୁ ଜିପିଟି-୪ ସଫ୍ଟଓ୍ବେର୍‌ ଖୋଜି ବାହାରକରୁଛି ଓ କାମରେ ଲଗାଉଛି। ଯାହା ଇଣ୍ଟରନେଟ୍‌ରେ ନ ଥିବ ତାହା କୃବୁ ଆଣିପାରିବନାହିଁ (ଯେମିତି ସାଇବାବା ବିଷୟରେ ସମାଲୋଚକମାନେ କହୁଥିଲେ, ଯାହା ଦୁନିଆରେ ନାହିଁ କି ପଦାର୍ଥ ବିଦ୍ୟା ଦ୍ୱାରା ସମ୍ଭବ ନୁହେଁ ତାହା ତାଙ୍କ ହାତମୁଠାରୁ ବାହାରିବ ନାହିଁ)ା ଯେଉଁ ପ୍ରୋଗ୍ରାମର୍‌ ମସ୍ତିଷ୍କରେ ଏ ନୂଆ ସଫ୍ଟଓ୍ବେର୍‌ ବାହାରିଛି ସେ ଖୋଜାଖୋଜି କରି ସଜାଇବା କାମ କେମିତି ହେବ ତା’ର ଗାଣିତିକ ସୂତ୍ର ତିଆରି କରିଛି, ଏ ଏକ ନୂଆ ମସ୍ତିଷ୍କର କାମ ନୁହେଁ। ସାଧାରଣ ମଣିଷକୁ ଖୋଜିବାକୁ ଯାହା ସମୟ ନିଅନ୍ତା ତାହା ଏହି ସଫ୍ଟଓ୍ବେର୍‌ ଆଖିପିଛୁଳାକେ କରିପକାଉଛି। ତା’ ପୁଣି ମନଲୋଭା ଆକାରେ!
ଏ ଏକ ନୂଆ ଟେକ୍‌(ଟେକ୍ନୋଲୋଜି) ନୁହେଁ କି କାହାରି ସାହାଯ୍ୟ ନ ନେଇ କାମ କରିପାରୁଥିବା ଜିନିଷ ନୁହେଁ। ଏଭଳି ଭାବିଲେ କୃବୁ ରହସ୍ୟମୟ ଲାଗିବ ନାହିଁ। ୯୦୦୦ ବା ତଦ୍ରୂପ କମାଣ୍ଡ୍‌ର ଡାଟା ମିଳିମିଶି କୃବୁ କାମ କରେ। ମିଳିମିଶି କାମ ନ କଲେ ଅଦ୍ଭୂତ ଫଳ ବାହାରିବ, ତେଣୁ ବିପଦପୂର୍ଣ୍ଣ ପରିସ୍ଥିତି ଆଣିପାରେ। କିନ୍ତୁ ଆମେ ସହଜରେ କହିପକାଉ- ନୂଆ ବ୍ୟବସ୍ଥାରେ ବୁଦ୍ଧି ଅଛି। ଏଥିରେ ନୂତନ ଅବସ୍ଥା ସହିତ ଖାପ ଖୁଆଇବାର ସାମର୍ଥ୍ୟ ଅଛି ଓ ଅନିଶ୍ଚିତତା ଅଛି। ପ୍ରକାଣ୍ଡକାୟ ପାଠ ଭିତରେ କେତେଗୁଡ଼ିଏ ଶବ୍ଦ କିପରି ଯୋଡ଼ି ହୋଇପାରେ ଓ ଆମ ମନକୁ ପାଉଥିବା ଅଥଚ ଆମେ ସହଜରେ ବା କମ୍‌ ସମୟରେ ଭାବିପାରୁ ନ ଥିବା ଶବ୍ଦସମୂହ ଦର୍ଶାଇପାରେ। ତାହା ଆମକୁ ଅଜବ ଲାଗେ, ଆମେ ଏକ ଅଶରୀରୀ ସୂତ୍ରରୁ କଥାଟା ଆସିଛି ବୋଲି ଭାବିନେଉ। ଗ୍ରନ୍ଥ ଆକାରର ପ୍ରକାଣ୍ଡ ତାଲିକାକରଣ, ଯେଉଁଥିରେ ବ୍ୟାକରଣଗତ ଓ ବାକ୍ୟ ଗଠନଗତ ସଂଯୋଜନା ସୁନ୍ଦର ଭାବେ ପ୍ରକାଶ ପାଏ, ଆମକୁ ଆଶ୍ଚର୍ଯ୍ୟ କରେ, ଆମେ ତାକୁ ମଣିଷ ବୁଦ୍ଧିର ବାହାରେ ବୋଲି ଭାବିନେଉ। କିନ୍ତୁ ପ୍ରକୃତରେ ତା’ ମଣିଷ ବୁଦ୍ଧିରୁ ଜନ୍ମ ନେଇଛି। ରଚୟିତା ବା ପ୍ରାବନ୍ଧିକର ଶୈଳୀ ଏମିତି ଦେଖାଏ ଯେ ତା’ ଆମକୁ ଅଜବ ଲାଗେ। ତୁମେ ଯେତେବେଳେ କେତେଗୁଡ଼ିଏ ଶବ୍ଦକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ସଜେଇ କମ୍ପ୍ୟୁଟରରେ ପୂରାଅ ଓ କମ୍ପ୍ୟୁଟରଠାରୁ ଉତ୍ତର ଚାହଁ, କୃବୁ କମ୍ପ୍ୟୁଟରରେ ଥିବା କୋଟି କୋଟି ମଡେଲ ଭିତରୁ ଖୋଜି ବାହାରକରେ- ପ୍ରତିଥର ଖୋଜିବା ବେଳେ ନୂଆ ନୂଆ ଉତ୍ତର ଆସେ- ଯେଉଁ କାମଟା ଜଣେ ମଣିଷକୁ ସପ୍ତାହ ସପ୍ତାହ କି ବର୍ଷ ବର୍ଷ ଲାଗିପାରେ। ପୁଣି ପ୍ରତିଥର ନୂଆ କହିବ, ରିପିଟ୍‌ କରିବନି – ତା’ ଜୀବନ୍ତ ଲାଗେ। ତୁମେ ଯେତେବେଳେ ନୂଆ ଛବିଟିଏ ଏକ କୃବୁ ସହ ମିଶାଅ ତୁମକୁ ପୁଞ୍ଜାଏ ସମଭାବର ବିକଳ୍ପ ମିଳିପାରେ, ଯହିଁରୁ ତୁମେ ପସନ୍ଦ ଅନୁଯାୟୀ ବାଛିପାର। ତୁମେ ଯଦି ଆଇନ ଛାତ୍ର ହୋଇଥିବ ତ ଗୋଟିଏ ଭଲ ପ୍ରବନ୍ଧ ବାଛିପାର। ତୁମ ପ୍ରଫେସର ତୁମର ଅରିଜିନାଲିଟି ଦେଖି ଭଲ ମାର୍କ ଦେଇପାରେ – ଅର୍ଥାତ୍‌ ତୁମେ ଠକିପାର। ରିପିଟ୍‌ ହେଉ ନ ଥିବାରୁ ତୁମ ପ୍ରଫେସରଙ୍କୁ ନୂଆ ବା ଅରିଜିନାଲ୍‌ ଲାଗିପାରେ। ଏଥିରେ ତୁମର ମୁଣ୍ଡ ଖର୍ଚ୍ଚ ଖୁବ୍‌କମ୍‌।
ଡାକ୍ତର ପାଖରେ ଥିବା ଲୋକ ତୁମ ପାଇଁ କି ଔଷଧ ଦେବ ଭାବିପାରୁନାହିଁ, କିନ୍ତୁ କମ୍ପ୍ୟୁଟର କହିଦେବ। ଦେଖୁଥିବା ମଣିଷଟା କମ୍ପ୍ୟୁଟରର ଚାକର ହୋଇଯିବ। ଅନ୍ଧାରକଣା ପାଇଁ ରଙ୍ଗ ବାଛିବା କଷ୍ଟକର, କିନ୍ତୁ କୃବୁ ବାଛିଦେବ। ବରପାଲିର ବୁଣାକାରକୁ ନୂଆ ଡିଜାଇନ୍‌ ଦର୍ଶାଇପାରିବ। ଆମ ଓଡ଼ିଆର ଅନୁବାଦ ଗୁଗଲ୍‌ କରୁଛି କିପରି ଭାବିଛନ୍ତି କି? ଓଡ଼ିଆ ଭାଷାରେ ଲେଖା ହୋଇଥିବା ପୁସ୍ତକ ଓ ପତ୍ରିକା ସହ ସେଗୁଡ଼ିକର ଯାହାକିଛି ଇଂଲିଶ୍‌ ଅନୁବାଦ ଇଣ୍ଟରନେଟ୍‌ରେ ଅଛି ସେଗୁଡିକୁ କୃବୁ ଖୋଜି ଖୋଜି କେଉଁ ଓଡ଼ିଆ ଶବ୍ଦର କି ଇଂଲିଶ୍‌ ଶବ୍ଦ ହୋଇଛି ତାହା ଆଖିପିଛୁଳାକେ ଖୋଜି ପକାଉଛି ଓ ତହିଁରୁ ଯାହା ଯଥା ବୋଲି ଭାବୁଛି/ମନେକରୁଛି ତାକୁ ବସାଇ ଦେଉଛି। ଏବେ ତୁମେ ଫେସ୍‌ବୁକ୍‌ରେ ତୁମକୁ ଶୁଭେଚ୍ଛା ଜଣାଉଥିବା ଇଂଲିଶ୍‌ ମେସେଜ୍‌କୁ ଇଂଲିଶ୍‌ରେ ଦେଖ ଅଥବା ଇଂଲିଶ୍‌ରେ ପାଇଥିବା ଶୁଭେଚ୍ଛାକୁ ଓଡ଼ିଆରେ ଅନୁଦାଦ କରିବାକୁ ଗୁଗଲ୍‌କୁ କୁହ, ତାହା ଯେପରି ବାହାରିବ ତହିଁରେ ଯେଉଁ ଭୁଲ୍‌ ଥିବ ତାହା ଇଣ୍ଟରନେଟ୍‌ରେ ଓଡ଼ିଆ ଅନୁବାଦ ସଂଖ୍ୟା ଉପରେ ନିର୍ଭର କରେ। କମ୍‌ସଂଖ୍ୟକ ଅନୁବାଦ ଥିଲେ ଫେସ୍‌ବୁକ୍‌, ଟୁଇଟର ବା ଲିଙ୍କ୍‌ଡ ଇନ୍‌ ବା ଆଉ ଯେତେ ସୋସିଆଲ୍‌ ମିଡିଆ ଅଛି ସବୁଥିରେ ପ୍ରମାଦପୂର୍ଣ୍ଣ ଅନୁବାଦ ବାହାରିବ। ଭିନ୍ନ ଭିନ୍ନ ସୂତ୍ରରୁ ଖୋଜି ଗୁଗଲ୍‌ ଶବ୍ଦ ବାଛେ, ଯଦି ବାଛିବାର ଭଣ୍ଡାର କମ୍‌ ତେବେ ପୂର୍ଣ୍ଣତା ପ୍ରାପ୍ତି ହେବନାହିଁ।
ଏ ପ୍ରକାରର ସମ୍ଭାବ୍ୟ ଓଲଟପାଲଟ ସତ୍ତ୍ୱ୍ବେ ଆମେ ଏ ଯାଏ ବୁଝି ନାହୁଁ ଏ ନୂଆ କୃବୁ ଟେକ୍ନୋଲଜି କୁଆଡେ ନେବ। ସେଥିଲାଗି ଆମ ଭିତରୁ ଅନେକ ଚାହୁଁଛନ୍ତି କୃବୁ କାମରେ ରୋକ ଲଗାଯାଉ। ଧାରଣା ଯେ ରୋକ ଲଗାଯାଇଥିବା ସମୟରେ କିଛି ନୀତି ନିର୍ଦ୍ଧାରଣ କରିହେବ। ରୋକ ସମୟ କେତେ ଦୀର୍ଘ ହେବ। ଏଥିରେ ସବୁ ବୈଜ୍ଞାନିକ ସମ୍ମତ ନୁହନ୍ତି। ଏ ସବୁ ଚେଷ୍ଟା ନିରର୍ଥକ। କମ୍ପ୍ୟୁଟର ଆମକୁ ମାନିପୁଲେଟ୍‌ କରୁ ତା ଆମେ ଚାହୁଁ ନାହୁଁ। ଖରାପ କୃବୁ ବାୟାସ୍‌ରେ କାମ ନ କରୁ, ଏ ବାୟାସ୍‌ ତ ପ୍ରୋଗ୍ରାମର୍‌ର ମାନସିକ ସ୍ଥିତିରୁ ଆସିଥାଏ। ନିରପେକ୍ଷ ପ୍ରୋଗ୍ରାମର୍‌ ବା ସାଧୁପ୍ରତିମ ପ୍ରୋଗ୍ରାମର୍‌ ପାଇବା ଅସମ୍ଭବ। ଦ୍ୱିତୀୟ କଥା ସେଫ୍ଟି ବା ନିରାପତ୍ତା – ତୃତୀୟ ହେଉଛି ନ୍ୟାୟପୂର୍ଣ୍ଣ (ଫେଆର୍‌ନେସ୍‌) ସଫ୍ଟଓୟାର୍‌। ଲାଭ ମନୋବୃତ୍ତି ବା କମ୍ପାନୀମାଲିକର ଠକିବା ମନୋବୃତ୍ତି କୃବୁକୁ ଭୁଲ ବାଟରେ ନେଇପାରେ। କୃବୁରେ ଚାଳିତ ରୋବଟ୍‌କୁ ଜଣେ ମାନିଆକ୍‌ କଣ୍ଟ୍ରୋଲ କରିପାରେ, ଆତତାୟୀ ହାତରେ ବା ତାଲିବାନ ହାତରେ କୃବୁ ପରିଚାଳିତ ରୋବଟ୍‌ ପଡ଼ିପାରେ – ଯେପରି ପରମାଣୁ ଅସ୍ତ୍ର। ଚାଟ୍‌ ଗୋଟିଏ ବ୍ୟୁରୋକ୍ରାଟ୍‌ ଭଳି କାମ କରିବ – ଫର୍ମାଲ୍‌। ଯାହା ଶିଖିଥିବ ତା କରିବ, କମ୍ପ୍ୟୁଟର ଭିତରୁ ବାହାରକୁ ଡେଇଁ ପଡିବ ନାହିଁ, ତେଣୁ ସାମନାରେ ଥିବା ମଣିଷକୁ ଧରି ପକାଇବାର ବା ବିଶ୍ୱସାରା ମାଡିଯିବାର ଭୟ ନାହିଁ। ମଣିଷ ଯନ୍ତ୍ରକୁ ଅଫ୍‌ କରିଦେଲେ ସବୁ ବନ୍ଦ ହୋଇଯିବ – ଏ କଥା ଆମେ କମ୍ପ୍ୟୁଟର ବାହାରିବା ଦିନଠାରୁ ଜାଣିଛୁ।

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri