କମ୍ପାନୀ କବଳରେ କୁକୁଡ଼ାଚାଷୀ

କେନ୍ଦ୍ରାପଡ଼ା ଅଫିସ/ଯାଜପୁର ଅଫିସ, ୩।୫: କୁକୁଡ଼ା ଦର ନିୟନ୍ତ୍ରଣରେ ପ୍ରଶାସନର କୌଣସି ଭୂମିକା ରହୁନାହିଁ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଲାଭ ଉଠାଉଥିବା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରର କାଳିଆ ସାମନ୍ତରାୟ, କଂସାର ଗ୍ରାମର ଶୁଭାଶିଷ ଜେନା, ପାଖଡ଼ ଗ୍ରାମର ରମାକାନ୍ତ ମଲ୍ଲିକ, ବାରିମୂଳର ସେକ୍‌ ହାସନ ପ୍ରମୁଖ କୁକୁଡ଼ା ଫାର୍ମ ମାଲିକ କହିଛନ୍ତି। ସେମାନଙ୍କ କହିବାନୁଯାୟୀ, ଆନ୍ଧ୍ର, ଛତିଶଗଡ଼ର ବଡ଼ ବଡ଼ କୁକୁଡ଼ା ବ୍ୟବସାୟୀ ଓଡ଼ିଶାରେ ଅର୍ଥ ଖଟାଇଛନ୍ତି। ଓଡ଼ିଶାର ୨ରୁ ୩ଟି କମ୍ପାନୀ ମଧ୍ୟ ଏହି କାରବାରରେ ସାମିଲ ହୋଇଛନ୍ତି। କମ୍ପାନୀଗୁଡ଼ିକ ଚିଅଁାଠାରୁ ଆରମ୍ଭକରି ଦାନା, ଔଷଧ ଆଦି ଯୋଗାଇଥାନ୍ତି। ଚାଷୀ ବା ଫାର୍ମ ମାଲିକ କେବଳ ଫାର୍ମ ଘର, ବିଜୁଳି, ପାଣି ଓ ମାନବସମ୍ବଳ ବାବଦରେ ବ୍ୟୟ କରୁଛନ୍ତି। ଚାଷୀମାନେ କୁକୁଡ଼ାର ରକ୍ଷଣାବେକ୍ଷଣ କରିବା ପରେ କେ.ଜି. ପ୍ରତି ୩ରୁ ୫ଟଙ୍କା ପାଉଛନ୍ତି। କୁକୁଡ଼ା ଦର ବୃଦ୍ଧି ସହ ଚାଷୀଙ୍କ କୌଣସି ସମ୍ପର୍କ ନାହିଁ। ଫାର୍ମରେ କୁକୁଡ଼ା ପ୍ରାୟ ଦେଢ଼ କେ.ଜି. ହୋଇଗଲେ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ଚାଷୀଙ୍କୁ କୁକୁଡ଼ା ବିକ୍ରି ପାଇଁ କୌଣସି ଅନୁମତି ନାହିଁ। କୁକୁଡ଼ା ପାଳନ ଆରମ୍ଭରୁ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ଚାଷୀଙ୍କ ସହ ଚୁକ୍ତି କରୁଛନ୍ତି। ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରୀ ରିହାତିରେ କୁକୁଡ଼ା ଫାର୍ମ କରିଥିଲେ ମଧ୍ୟ ଚାଷୀମାନେ କମ୍ପାନୀର ଜାଲରେ ଛନ୍ଦି ହୋଇଯାଉଛନ୍ତି। କୌଣସି ଚାଷୀ କମ୍ପାନୀର ସର୍ତ୍ତ ନ ମାନିଲେ ସେମାନଙ୍କୁ କମ୍ପାନୀଗୁଡ଼ିକ ଚିଅଁା, ଔଷଧ, ଦାନା ଆଦିକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ସରକାରଙ୍କ ନିୟନ୍ତ୍ରଣ ଏହି କମ୍ପାନୀ ଉପରେ ରହୁ ନ ଥିବାରୁ ରାଜ୍ୟବାସୀ ଉପଯୁକ୍ତ ମୂଲ୍ୟରେ ମାଂସ ପାଉ ନ ଥିବା ଚାଷୀମାନେ କହିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ଗ୍ରାମର କୁକୁଡ଼ା ଫାର୍ମ ମାଲିକ ବସନ୍ତ ଚକ୍ର କହିଛନ୍ତି ଯେ, ଜମି, ଘର, ପାଣି, ବିଦ୍ୟୁତ୍‌, ଜାଲି, ଶ୍ରମିକ ଇତ୍ୟାଦି ବ୍ୟବସ୍ଥା କରିବା ପରେ କମ୍ପାନୀ କେବଳ କୁକୁଡା ଚିଅଁା ସହ ମେଡିସିନ ଓ ଦାନା ଦେଇଥାନ୍ତି। ସେ ୪ ହଜାର କୁକୁଡ଼ା ପାଇଁ ୩ ହଜାର ବର୍ଗଫୁଟର ଏକ ଫାର୍ମ କରିଛନ୍ତି। ସେଥିପାଇଁ ସେ ୨ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତି। ୪୦ ରୁ ୪୫ ଦିନ ପରେ କୁକୁଡା ବିକ୍ରି କରିବାକୁ ଉଦ୍ଦିଷ୍ଟ ହୋଇଥାଏ। ସେତେବେଳେ କମ୍ପାନୀ ବାଲା କେ.ଜି. ପିଛା ୬ରୁ ୭ ଟଙ୍କା ଦେଇ କୁକୁଡା ନେଇଥାନ୍ତି। ସେହି ଅନୁସାରେ ସେ ୪୦ଦିନରେ ପ୍ରାୟ ୪୫ ହଜାର ଟଙ୍କା ପାଉଛନ୍ତି। ବିଭିନ୍ନ କାରଣରୁ କୁକୁଡ଼ା ମରିଯାଆନ୍ତି। ଏଭଳି ସ୍ଥିତିରେ ବହୁତ କ୍ଷତି ସହିବାକୁ ପଡ଼େ। ପରିଶ୍ରମ ତୁଳନାରେ ଲାଭ ବହୁତ କମ୍‌ ବୋଲି ବସନ୍ତ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆୟତପୁର ଗ୍ରାମର କୁକୁଡା ଫାର୍ମ ମାଲିକ ପିନୁ ସାମନ୍ତରାୟ କହିଛନ୍ତି ଯେ, ୨୦୦୦ କୁକୁଡା ପାଳନ ପାଇଁ ୭୫ ମିଟର ଲମ୍ବ ଓ ୩୩ ମିଟର ପ୍ରସ୍ଥର ଗୃହ ଆବଶ୍ୟକ ଥିଲା। ଏଥିସହିତ ଅନ୍ୟାନ୍ୟଖର୍ଚ୍ଚ ପାଇଁ ସେ ବ୍ୟାଙ୍କରୁ ୨୦୨୦ରେ ସାଢ଼େ ୮ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଅନୁସୂଚିତ ଜାତି ପାଇଁ ରିହାତି ୫୦ ପ୍ରତିଶତ ଥିବାବେଳେ ସାଧାରଣ ବର୍ଗହେତୁ ୪୦ ପ୍ରତିଶତ ରିହାତି ମିଳିଲା। ତେବେ ଚିଅଁାରୁ ବିକ୍ରି ପର୍ଯ୍ୟନ୍ତ କମ୍ପାନୀ ଅଧୀନରେ ରହିବାକୁ ପଡ଼ୁଛି। ଚୁକ୍ତି ମୁତାବକ କୁକୁଡ଼ା ପାଳନ ବ୍ୟତୀତ ବିକ୍ରି ସୁବିଧା ନାହିଁ। ପ୍ରଥମ ବର୍ଷ ପାଳନ ସମୟରେ ଅଭିଜ୍ଞତା ନ ଥିବାରୁ କେତେକ ଚିଅଁା ମରିଥିଲେ। ଏଥିରେ କମ୍ପାନୀ ପକ୍ଷରୁ ଅଧିକ କ୍ଷତି ଭରଣା ହୋଇଥିଲା। ଲାଭ ନ ହେବାରୁ ସେ କୁକୁଡ଼ା ପାଳନ କେନ୍ଦ୍ରକୁ ବନ୍ଦ କରିଦେଇଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚିଅଁା ଉପତ୍ାଦନ ଓ ଦାନା ବ୍ୟବସ୍ଥା ହେଲେ ଯୁବୋଦ୍ୟୋଗୀ କୁକୁଡ଼ା ଚାଷରେ ସଫଳ ହେବେ ବୋଲି ସାମନ୍ତରାୟ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲାରେ ଅଣ୍ଡା ଓ କୁକୁଡ଼ା ମାଂସ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଚିଅଁା ଉପତ୍ାଦନ କେନ୍ଦ୍ର ୧୧ ବର୍ଷ ପୂର୍ବେ ଖୋଲାଯାଇଥିଲା। ଏହି ପ୍ରକଳ୍ପରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କୁକୁଡ଼ା ଚାଷୀଙ୍କୁ ଟଙ୍କାଟିଏ ଲାଭ ମିଳୁନାହିଁ। ଉକ୍ତ କେନ୍ଦ୍ରରେ ଥରେ ମାତ୍ର ଚିଅଁା ଉପତ୍ାଦନ ହେବାପରେ ତାହା ବନ୍ଦ ହୋଇରହିଛି। ବଜାରରେ କୁକୁଡ଼ା ମାଂସ ଚାହିଦା ଦ୍ରୁତଗତିରେ ବଢୁଥିବାବେଳେ ଚାଷୀ ତା’ର ଫାଇଦା ପାଉନାହିଁ। ଏ ସମ୍ପର୍କରେ ସିଡିଭିଓ (ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ) ଦୀପ୍ତିମୟୀ ମହାପାତ୍ରଙ୍କୁ ପଚାରିବାରେ କୁକୁଡ଼ା ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରିହାତି ଯୋଜନା କରାଯାଇଛି। ଯୋଜନାରେ ସାମିଲ ହୋଇ ଚାଷୀ ଏହାର ଫାଇଦା ନେଇପାରିବ। ବାହାର ଓ ରାଜ୍ୟ ମଧ୍ୟରେ ଥିବା କମ୍ପାନୀ ସହ ଚାଷୀ ଚୁକ୍ତିବଦ୍ଧ ହେଉଥିବାରୁ ଆଇନଗତ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନେଇହେବ ନାହିଁ। ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମଧ୍ୟରେ ଥିବା ଚିଅଁା ଉପତ୍ାଦନ କେନ୍ଦ୍ରକୁ ସଚଳ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ କେତେଗୋଟି ଅଣ୍ଡାରୁ ଚିଅଁା ଉପତ୍ାଦନ କରାଯାଇଥିଲା। ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କର୍ମଚାରୀ ନିଯୁକ୍ତି ସହ ଅନ୍ୟ କେତେକ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?