ମୁଖ୍ୟ ରାସ୍ତାକୁ ରହିବନି ଶିକ୍ଷାନୁଷ୍ଠାନ ଫାଟକ

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ପିଲାମାନେ ରାସ୍ତାରେ ଯିବା ଆସିବା ସମୟରେ ସେମାନଙ୍କ ଲାଗି ସର୍ବାଧିକ ବିପଦ ଥାଏ। ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ। ତେଣୁ ସୁବର୍ଣ୍ଣପୁରର ବିନିକାରେ ଯେଉଁ ଘଟଣା ଘଟିଲା ସେଭଳି ଯେପରି ଭବିଷ୍ୟତରେ ଆଉ କେଉଁଠାରେ ନ ହୁଏ ସେଥିଲାଗି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ରାଜ୍ୟର ଯେଉଁସବୁ ସ୍କୁଲର ମୁଖ୍ୟ ଫାଟକଗୁଡିକ ଏନ୍‌ଏଚ୍‌, ଏସ୍‌ଏଚ୍‌,ଏମ୍‌ଡିଆର୍‌ ଏବଂ ଓଡିଆର୍‌ ରାସ୍ତା ଆଡ଼କୁ ଅଛି ସେଗୁଡିକ ବଦଳିବ। ରାଜ୍ୟରେ ସେମିତି ଅବସ୍ଥାରେ ଯେତେସବୁ ସ୍କୁଲ ରହିଛି ତାର ମୁଖ୍ୟ ଫାଟକକୁ ବଦଳାଯାଇ ପାର୍ଶ୍ୱବର୍ତ୍ତୀ ରାସ୍ତା ଆଡ଼କୁ କରାଯିବ। ଯଦି କୌଣସି ସ୍ଥାନରେ ସ୍କୁଲ ଗୁଡ଼ିକର ମୁଖ୍ୟ ଫାଟକଗୁଡିକ ପରିବର୍ତ୍ତନ ହେଇପାରିବ ନାହିଁ ସେହି ସ୍ଥାନରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ରାଜ୍ୟରେ ଯେତେସବୁ ଶିକ୍ଷାନୁଷ୍ଠାନ ସେହି ଅବସ୍ଥାରେ ରହିଛି ତୁରନ୍ତ ସେଠାରେ ଯେଉଁ ରାସ୍ତା ରହିଛି ସେହି ବିଭାଗ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରିବାକୁ ରାଜ୍ୟର ସବୁ ଜିଲାପାଳମାନଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି।
ପାଢ଼ୀ ତାଙ୍କ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ସୁବର୍ଣ୍ଣପୁର ଜିଲା ବିନିକାଠାରେ ଗତ ୨୨ ମାର୍ଚ୍ଚ ୨୦୨୩ରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଘଟଣାସ୍ଥଳକୁ ଏକ ବୈଷୟିକ ଟିମ୍‌ ଗସ୍ତକରି ଦୁର୍ଘଟଣା ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବା ପରେ ତାହା ଦାଖଲ କରିଛନ୍ତି। ଉକ୍ତ ଟିମ୍‌ କରିଥିବା ଅନୁସନ୍ଧାନ ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ଲାଗି ଲାଗିକି ୩ଟି ଶିକ୍ଷାନୁଷ୍ଠାନ ରହିଛି। ପ୍ରତ୍ୟେକ ସ୍କୁଲର ମୁଖ୍ୟ ଫାଟକ ସିଧାସଳଖ ଷ୍ଟେଟ୍‌ ହାଇଓ୍ବେ(ଏସ୍‌ଏଚ୍‌) ଆଡ଼କୁ ଖୋଲାଯାଉଥିବା ଦେଖାଯାଇଛି। ଦୁର୍ଘଟଣାଦିନ ମଧ୍ୟ ପିଲାମାନେ ଶିକ୍ଷାନୁଷ୍ଠାନ ଶେଷ ହେବାପରେ ସେହି ମୁଖ୍ୟ ଫାଟକ ଦେଇ ଘରକୁ ଫେରୁଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଦ୍ରୁତ ଗତିରେ ଆସି ପିଲାମାନଙ୍କୁ ଧକ୍କା ଦେଇଥିଲା। ତେଣୁ ରାସ୍ତାକଡ଼ରେ ଥିବା ସ୍କୁଲଗୁଡିକର ମୁଖ୍ୟ ଫାଟକ ହିଁ ସେଦିନର ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଏହା ସହ ସେହି ଶିକ୍ଷାନୁଷ୍ଠାନଗୁଡିକ ପାଖରେ କୌଣସି ସାଇନେଜ, ମାର୍କିଂ ଏବଂ ଗାଡ଼ିର ଦ୍ରୁତ ହ୍ରାସ ଲାଗି ସ୍ପିଡ୍‌ ବ୍ରେକର ହମ୍ପସ୍‌ ମଧ୍ୟ ନ ଥିବା ଅନୁସନ୍ଧାନକାରୀ ଟିମ୍‌ ଲକ୍ଷ୍ୟ କରିଥିବା ପାଢ଼ୀ କହିଛନ୍ତି।
ତେଣୁ ରାଜ୍ୟରେ କେଉଁସବୁ ସ୍ଥାନରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକ ରାସ୍ତାକୁ ଲାଗିକି ରହିଛି ତା’ର ତଦନ୍ତକରି ବିହିତ ପଦକ୍ଷେପ ନିଅ। ଏହିସବୁ ସ୍ଥାନର ଚିହ୍ନଟ ଲାଗି ଜିଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତି ଜିଲାରେ ଏକ କମିଟି ଗଠନ କରାଯିବ। ସେଥିରେ ଜିଲା ଶିକ୍ଷା ଅଧିକାରୀ ଆବାହକ ରହିବେ। ଏହାସହ ଆର୍‌ଟିଓ, ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର/ପିଡି/ଏନ୍‌ଏଚ୍‌ଆଇ, ତହସିଲଦାର ସଦସ୍ୟ ଭାବେ ମନୋନୀତ ହେବେ। ଏହି କମିଟି ରିପୋର୍ଟ ଦାଖଲ ପୂର୍ବରୁ ଡିଆର୍‌ଏସ୍‌ସିଙ୍କ ଅନୁମୋଦନ ମିଳିବା ଆବଶ୍ୟକ। ଆସନ୍ତା ଅଗଷ୍ଟ ସୁଦ୍ଧା ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri