ମୁଖ୍ୟ ରାସ୍ତାକୁ ରହିବନି ଶିକ୍ଷାନୁଷ୍ଠାନ ଫାଟକ

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ପିଲାମାନେ ରାସ୍ତାରେ ଯିବା ଆସିବା ସମୟରେ ସେମାନଙ୍କ ଲାଗି ସର୍ବାଧିକ ବିପଦ ଥାଏ। ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ। ତେଣୁ ସୁବର୍ଣ୍ଣପୁରର ବିନିକାରେ ଯେଉଁ ଘଟଣା ଘଟିଲା ସେଭଳି ଯେପରି ଭବିଷ୍ୟତରେ ଆଉ କେଉଁଠାରେ ନ ହୁଏ ସେଥିଲାଗି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ରାଜ୍ୟର ଯେଉଁସବୁ ସ୍କୁଲର ମୁଖ୍ୟ ଫାଟକଗୁଡିକ ଏନ୍‌ଏଚ୍‌, ଏସ୍‌ଏଚ୍‌,ଏମ୍‌ଡିଆର୍‌ ଏବଂ ଓଡିଆର୍‌ ରାସ୍ତା ଆଡ଼କୁ ଅଛି ସେଗୁଡିକ ବଦଳିବ। ରାଜ୍ୟରେ ସେମିତି ଅବସ୍ଥାରେ ଯେତେସବୁ ସ୍କୁଲ ରହିଛି ତାର ମୁଖ୍ୟ ଫାଟକକୁ ବଦଳାଯାଇ ପାର୍ଶ୍ୱବର୍ତ୍ତୀ ରାସ୍ତା ଆଡ଼କୁ କରାଯିବ। ଯଦି କୌଣସି ସ୍ଥାନରେ ସ୍କୁଲ ଗୁଡ଼ିକର ମୁଖ୍ୟ ଫାଟକଗୁଡିକ ପରିବର୍ତ୍ତନ ହେଇପାରିବ ନାହିଁ ସେହି ସ୍ଥାନରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ରାଜ୍ୟରେ ଯେତେସବୁ ଶିକ୍ଷାନୁଷ୍ଠାନ ସେହି ଅବସ୍ଥାରେ ରହିଛି ତୁରନ୍ତ ସେଠାରେ ଯେଉଁ ରାସ୍ତା ରହିଛି ସେହି ବିଭାଗ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରିବାକୁ ରାଜ୍ୟର ସବୁ ଜିଲାପାଳମାନଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି।
ପାଢ଼ୀ ତାଙ୍କ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ସୁବର୍ଣ୍ଣପୁର ଜିଲା ବିନିକାଠାରେ ଗତ ୨୨ ମାର୍ଚ୍ଚ ୨୦୨୩ରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଘଟଣାସ୍ଥଳକୁ ଏକ ବୈଷୟିକ ଟିମ୍‌ ଗସ୍ତକରି ଦୁର୍ଘଟଣା ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବା ପରେ ତାହା ଦାଖଲ କରିଛନ୍ତି। ଉକ୍ତ ଟିମ୍‌ କରିଥିବା ଅନୁସନ୍ଧାନ ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ଲାଗି ଲାଗିକି ୩ଟି ଶିକ୍ଷାନୁଷ୍ଠାନ ରହିଛି। ପ୍ରତ୍ୟେକ ସ୍କୁଲର ମୁଖ୍ୟ ଫାଟକ ସିଧାସଳଖ ଷ୍ଟେଟ୍‌ ହାଇଓ୍ବେ(ଏସ୍‌ଏଚ୍‌) ଆଡ଼କୁ ଖୋଲାଯାଉଥିବା ଦେଖାଯାଇଛି। ଦୁର୍ଘଟଣାଦିନ ମଧ୍ୟ ପିଲାମାନେ ଶିକ୍ଷାନୁଷ୍ଠାନ ଶେଷ ହେବାପରେ ସେହି ମୁଖ୍ୟ ଫାଟକ ଦେଇ ଘରକୁ ଫେରୁଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଦ୍ରୁତ ଗତିରେ ଆସି ପିଲାମାନଙ୍କୁ ଧକ୍କା ଦେଇଥିଲା। ତେଣୁ ରାସ୍ତାକଡ଼ରେ ଥିବା ସ୍କୁଲଗୁଡିକର ମୁଖ୍ୟ ଫାଟକ ହିଁ ସେଦିନର ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଏହା ସହ ସେହି ଶିକ୍ଷାନୁଷ୍ଠାନଗୁଡିକ ପାଖରେ କୌଣସି ସାଇନେଜ, ମାର୍କିଂ ଏବଂ ଗାଡ଼ିର ଦ୍ରୁତ ହ୍ରାସ ଲାଗି ସ୍ପିଡ୍‌ ବ୍ରେକର ହମ୍ପସ୍‌ ମଧ୍ୟ ନ ଥିବା ଅନୁସନ୍ଧାନକାରୀ ଟିମ୍‌ ଲକ୍ଷ୍ୟ କରିଥିବା ପାଢ଼ୀ କହିଛନ୍ତି।
ତେଣୁ ରାଜ୍ୟରେ କେଉଁସବୁ ସ୍ଥାନରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକ ରାସ୍ତାକୁ ଲାଗିକି ରହିଛି ତା’ର ତଦନ୍ତକରି ବିହିତ ପଦକ୍ଷେପ ନିଅ। ଏହିସବୁ ସ୍ଥାନର ଚିହ୍ନଟ ଲାଗି ଜିଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତି ଜିଲାରେ ଏକ କମିଟି ଗଠନ କରାଯିବ। ସେଥିରେ ଜିଲା ଶିକ୍ଷା ଅଧିକାରୀ ଆବାହକ ରହିବେ। ଏହାସହ ଆର୍‌ଟିଓ, ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର/ପିଡି/ଏନ୍‌ଏଚ୍‌ଆଇ, ତହସିଲଦାର ସଦସ୍ୟ ଭାବେ ମନୋନୀତ ହେବେ। ଏହି କମିଟି ରିପୋର୍ଟ ଦାଖଲ ପୂର୍ବରୁ ଡିଆର୍‌ଏସ୍‌ସିଙ୍କ ଅନୁମୋଦନ ମିଳିବା ଆବଶ୍ୟକ। ଆସନ୍ତା ଅଗଷ୍ଟ ସୁଦ୍ଧା ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri