Posted inଖେଳ

ଟୋକିଓ ଅଲିମ୍ପିକ୍ସ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ

ଟୋକିଓ,୧୮।୭(ଏପି): ଟୋକିଓ ଅଲିମ୍ପିକ୍ସର କାର୍ଯ୍ୟସୂଚୀ ପ୍ରାୟ ଅପରିବର୍ତ୍ତତ ରହିବ। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଏହି ବିଳମ୍ବିତ ମେଗା ଇଭେଣ୍ଟର ୪୨ଟି ଭେନ୍ୟୁକୁ ସୁରକ୍ଷିତ ରଖାଯାଇଛି। ସେହିପରି ଆଥଲେଟ୍ସ ଭିଲେଜ୍‌ ଓ ମୁଖ୍ୟ ପ୍ରେସ୍‌ ସେଣ୍ଟରକୁ ମଧ୍ୟ ବ୍ୟବସ୍ଥିତ କରାଯାଇଛି ଅଲିମ୍ପିକ୍ସ ଆୟୋଜକ କମିଟି ତରଫରୁ କୁହାଯାଇଛି। ଏ ନେଇ କମିଟି ଅଧ୍ୟକ୍ଷ ୟୋଶିରୋ ମୋରି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ତୋଶିରୋ ମୁଟୋ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଦସ୍ୟମାନଙ୍କୁ ଅବଗତ କରାଯାଇଛି। ଅନ୍‌ଲାଇନ୍‌ ମାଧ୍ୟମରେ ହୋଇଥିବା ବୈଠକରେ ଏହି ଦୁଇଜଣ ଜାପାନରୁ ବାର୍ତ୍ତା ସଦସ୍ୟମାନଙ୍କୁ ବାର୍ତ୍ତା ପଠାଇଥିଲେ।
କୋଭିଡ୍‌-୧୯ ମହାମାରୀ କାରଣରୁ ଅଲିମ୍ପିକ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ୨ରୁ ୬ ବିଲିୟନ ଆମେରିକୀୟ ଡଲାର କ୍ଷତି ହେବ ବୋଲି କୁହାଯାଇଛି। ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ୨୦୨୧ ଜୁଲାଇ ୨୩ରେ ଆୟୋଜନ ହେବ। ୨୪ ତାରିଖରେ କାର୍ଯ୍ୟସୂଚୀ ଅନୁଯାୟୀ ପୂରା ଦିନ ବିଭିନ୍ନ ଇଭେଣ୍ଟ ଆୟୋଜନ ହେବ। ଫାଙ୍କା ଷ୍ଟାଡିୟମରେ ଆମେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁନାହୁଁ। ଖାଲି ଷ୍ଟାଡିୟମକୁ ପ୍ରାଥମିକତା ଦିଆଯିବ ନାହିଁ। ତେବେ ଏହା ଏକ ବଡ଼ ବିକଳ୍ପ ବୋଲି ଆଇଓସି ଅଧ୍ୟକ୍ଷ ଥୋମାସ୍‌ ବାକ୍‌ କହିଛନ୍ତି। ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଲିମ୍ପିକ୍ସର ସମାଧାନ ପାଇଁ ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ପରେ ଆଇପିଏଲ୍‌ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ: ବଟଲର

ଲଣ୍ଡନ,୨୩।୫(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌)କୁ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ପ୍ରଶଂସା କରିଛନ୍ତି। ଇଂଲଣ୍ଡ କ୍ରିକେଟର ଉନ୍ନତିରେ ଆଇପିଏଲ୍‌ର ଭୂମିକା ଥିବା...

ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦: ବର୍ଷା ସାଜିଛି ବାଧକ

ବେଙ୍ଗାଲୁରୁ,୧୯।୬: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚରେ ବର୍ଷା...

ଶ୍ରୀଲଙ୍କାରେ ପହଞ୍ଚତ୍ଲା ଧାଓ୍ବନଙ୍କ ଦଳ

କଲମ୍ବୋ, ୨୯।୬(ପି.ଟି.)- ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସୋମବାର ଶ୍ରୀଲଙ୍କାରେ ପହଞ୍ଚତ୍ଛି। ସେଠାରେ ଭାରତୀୟ ଦଳ ୬ଟି ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବ।...

ରାଜ୍ୟ ଟେନିସ୍‌ ବଲ୍‌ ଦଳରେ ଭଦ୍ରକରୁ ୫

ଭଦ୍ରକ ଅଫିସ, ୯।୩: ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍‌ ବଲ୍‌ ପ୍ରତିଯୋଗିତା ନିମନ୍ତେ ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲାରୁ ୫ଜଣ ଖେଳାଳି ସାମିଲ...

ବିଶ୍ୱର ନଂ ୧ ଟେଷ୍ଟ ଅଲରାଉଣ୍ଡର ଜାଡେଜା

ଦୁବାଇ,୯।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ତଥା ମୋହାଲି ଟେଷ୍ଟରେ...

ମେରୀକମ୍‌ଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ, ୬ା୩ (ପି.ଟି.)-ସ୍ପେନ୍‌ର କାଷ୍ଟଲନଠାରେ ଚାଲିଥିବା ୩୫ତମ ବକ୍ସାମ ଇଣ୍ଟରନ୍ୟାଶନାଲ ବକ୍ସିଂ ପ୍ରତିଯୋଗିତାରେ ୬ଥର ବିଶ୍ୱ ଚାମ୍ପିୟନ ଭାରତର ଏମ୍‌.ସି. ମେରୀକମ୍‌ (୫୧କେଜି) ଏକ ବ୍ରୋଞ୍ଜ...

ଭାରତୀୟ ଦଳରୁ ମାତ୍ର ଜଣେ

ଦୁବାଇ,୨୮।୨: ମହିଳା ଟି-୨୦ ବିଶ୍ୱକପ ଶେଷ ହୋଇଛି। କେପଟାଉନରେ ଖେଳାଯାଇଥିବା ଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା।...

ସେଲ୍‌ଫ ଆଇସୋଲେଶନ ନିୟମ ଭଙ୍ଗ କରିବା ଲାଗି କ୍ଷମା ପ୍ରାର୍ଥନା କଲେ ଜୋଭିକ୍‌

ମାଡ୍ରିଡ୍‌, ୨୦।୩(ଏଏଫ୍‌ପି)- ରିୟଲ ମାଡ୍ରିଡ୍‌ ଷ୍ଟ୍ରାଇକର ଲୁକା ଜୋଭିକ୍‌ ସେଲଫ ଆଇସୋଲେଶନ ନିୟମ ଭଙ୍ଗ କରି ସର୍ବିୟା ଯାତ୍ରା କରିଛନ୍ତି। ତାଙ୍କୁ ସ୍ବଦେଶ ଫେରିବା ଲାଗି...

Advertisement
Archives

Model This Week