କ୍ଷମତାର ଅପବ୍ୟବହାର କରି ସରକାରଙ୍କୁ ଲୁଟୁଥିଲେ ସରପଞ୍ଚ

ଲୋଇସିଂହା,୨୭।୧: କ୍ଷମତାର ଅପବ୍ୟବହାର କରି ନିଜ ଦୁଇ ସମ୍ପର୍କୀୟଙ୍କ ନାଁରେ ୨ଟି ଗ୍ରାମୀଣ ଆବାସ ଘର ହାତେଇବା ବଲାଙ୍ଗୀର ସଦର ବ୍ଲକ ଲୋଇସିଂହା ଥାନା ଅନ୍ତର୍ଗତ ମନହୀରା ପଞ୍ଚାୟତର ସରପଞ୍ଚ ବ୍ରଜ ପୁଟେଲଙ୍କୁ ମହଙ୍ଗା ପଡିଛି। ପ୍ରଶାସନିକ ତଦନ୍ତ ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ସଂଖ୍ୟା ୧୬୧୦/ତା୨୫ା୧।୨୦୨୧ରେ ତାଙ୍କୁ ନିଲମ୍ବିତ କରାଯାଇଛି ।

 

ସୂଚନାଯୋଗ୍ୟ, ସରପଞ୍ଚ ପୁଟେଲଙ୍କ ଭଣଜା ହେମନ୍ତ ପୁଟେଲଙ୍କ ଘର ସୁବର୍ଣ୍ଣପୁର ଜିଲା ଦିଗଶିରା ଗାଁରେ। ତାଙ୍କ ନାମରେ ୨୦୧୭-୧୮ ଆର୍ଥିକ ବର୍ଷରେ କାର୍ଯ୍ୟାଦେଶ ସଂଖ୍ୟା ୫୧୪୫/ତା ୬ା୧୨ା୧୭ରିଖରେ ଆବାସ ଯୋଜନାରେ ଏକ ଘର ଦିଆଯାଇଥିଲା। ଧାର୍ଯ୍ୟ ସମୟରେ ଘର କାମ ସାରିଥିବାରୁ ତାଙ୍କୁ ପ୍ରୋତ୍ସାହନ ରାଶି ବାବଦକ ୨୦ହଜାର ଟଙ୍କା ଦିଆଯାଇଥିଲା। ପରେ ସରପଞ୍ଚଙ୍କ ବାପା ଡମନ ପୁଟେଲଙ୍କ ନାମରେ ଆବାସ ଯୋଜନାରେ ଏକ ଘର ଆବଣ୍ଟିତ କରାଯାଇଥିଲା। ଏହାଜଣା ପଡିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୨୦ ଜାନୁୟାରୀ ୨୦ତାରିଖରେ ପାଟଣାଗଡ଼ରେ ଚାଲିଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଚାୟତର ଜନସାଧାରଣ ଏନେଇ ଲିଖିତ ଭାବେ ଜଣାଇଥିଲେ। ଏହି ଘଟଣାରେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆ ଉପଜିଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।ଅଭିଯୋଗରେ ସତ୍ୟତା ରହିଥିବା ଉପଜିଲାପାଳ ସେହି ମାସ ୩୧ ତାରିଖର ରିପୋର୍ଟରେ ଉଲ୍ଲେଖ କରିଥିଲେ । ଉକ୍ତ ରିପୋର୍ଟରେ ଉଭୟ ଆବାସ ବାବଦ ଟଙ୍କା ସାଢେ ୧୨ ପ୍ରତିଶତ ସୁଧ ଜମା କରିବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପଲାଙ୍କ ତଦନ୍ତ ରିପୋର୍ଟ ହସ୍ତଗତ ପରେ ୨୦୨୦ ଫେବୃୟାରୀ ୨୯ରେ ସେତେବେଳର ଜିଲାପାଳ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତିରାଜ ନିର୍ଦ୍ଦେଶକଙ୍କୁ ସୁପାରିଶ କରିଥିଲେ। ସେହି ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri