ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି ବୋଲି ଅଭିଯୋଗ ହୋଇଆସୁଛି। ହୋଟେଲ, ଢ଼ାବା, ଜଳଖିଆ ଦୋକାନର ବାସି ଓ ଦୂଷିତ ଖାଦ୍ୟ ଖାଇ ପେଟ ରୋଗ ଓ ଅନ୍ୟାନ୍ୟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୧ବର୍ଷ ମଧ୍ୟରେ ୨୩୯ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପେଟ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେସରକାରୀ ଭାବେ ସୂଚନା ମିଳିଛି। ଖାଦ୍ୟର ଗୁଣବତ୍ତା ନେଇ ପ୍ରଶ୍ନ କଲେ କେତେଜଣ ଦୋକାନୀ ଗ୍ରାହକମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଏପରି କି ମାରପିଟ କରୁଥିତ୍ବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କେତେଜଣ ଲାଭଖୋର ଉଠା ଓ ଅସ୍ଥାୟୀ ଦୋକାନୀ ଖାଦ୍ୟକୁ ବାହାରେ ରଖୁଥିଲେ ହେଁ ଘୋଡାଉ ନାହାନ୍ତି। ଖାଦ୍ୟ ଉପରେ ମାଛି ବସିବା ସହ ରାସ୍ତାର ଧୂଳି ପଡୁଛି। ପୁଣି ଦୋକାନୀମାନେ ବ୍ୟବହାର କରୁଥିବା ପାଣି ପାତ୍ର ମାସ ମାସ ଧରି ସଫା କରାଯାଉନାହିଁ। ଅନେକ ହୋଟେଲ ଓ ଢ଼ାବାରେ ବଳକା ଖାଦ୍ୟକୁ ଦୋରନ୍ଧା କରି ବିକ୍ରି କରାଯାଉଛି। ଅପରିଷ୍କାର ପରିବେଶରେ ଖାଦ୍ୟ ରନ୍ଧା ଯାଉଛି। ଅଇଁଠା ପାତ୍ରଗୁଡିକ ଠିକ୍‌ ଭାବେ ସଫା କରା ଯାଉନାହିଁ। ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥିଲେ ହେଁ ଏଥିପ୍ରତି ନଜର ଦିଆଯାଉ ନାହିଁ। ପୁଣି ନିମ୍ନମାନର, କମ୍‌ ଦାମର ତେଲ ବ୍ୟବହାର ଓ ପୋଡ଼ା ତେଲକୁ ବାରମ୍ବାର ବ୍ୟବହାର ରୋଗକୁ ଆମନ୍ତ୍ରଣ କରୁଛି। ବହୁ ହୋଟେଲ, ଢ଼ାବାରେ ଭାତ ଶୀଘ୍ର ହେବା ପାଇଁ ୟୁରିଆ ସାର, ମାଂସକୁ ସତେଜ ରଖିବା ପାଇଁ ଚୂନପାଣି ବ୍ୟବହାର କରାଯାଉଛି। ସେହିଭଳି ଗୁପଚୁପ୍‌, ଦହିବରା, ଆଳୁଦମରେ ବ୍ୟବହୃତ ଦୂଷିତ ପାଣି ରୋଗ ବଢ଼ାଉଛି। ଏନେଇ ଦଶପଲ୍ଲା ଅଞ୍ଚଳର ଋ଼ଷି ପ୍ରଧାନ କୁହନ୍ତି, ୩ ଦିନ ତଳେ ନୟାଗଡ଼ର ଏକ ହୋଟେଲରେ ଆମେ କେତେଜଣ ସାଙ୍ଗ ଖାଇବାକୁ ଯାଇଥିଲୁ। ଆମ ଭାତରୁ ଚୁଟି, ତରକାରୀରୁ ପଚା ଆଳୁ ବାହାରିଲା। ବାସି ମାଛ ଦେଇଥିବାରୁ ପ୍ରତିବାଦ କରିଥିଲୁ। ହେଲେ ଦୋକାନୀ କହିଲେ ପାଟି କରନି କିଛି ଟଙ୍କା କାଟି ଦେବୁ। ହେଲେ ପରେ ମୋର ଜଣେ ସାଙ୍ଗକୁ ମାରପିଟ୍‌ କରି କ’ଣ କରୁଛ କର ବୋଲି କହି ହେଟେଲରୁ କାଢ଼ି ଦେଇଥିଲେ। ଗୋପାଳପୁରର ଉର୍ମିିଳା ନାୟକ କୁହନ୍ତି, ଗତ ୧ମାସ ତଳେ ନୟାଗଡ଼ ଟ୍ରାଫିକ ଛକରେ ଓହ୍ଲାଇ ଏକ ହୋଟେଲରେ ଖାଇଥିଲି। ହେଲେ ବାସି ଖାଦ୍ୟ ମୋତେ ଦିଆଯାଇଥିଲା। ପ୍ରତିବାଦ କରିବାରୁ କ’ଣ କରୁଛ କର କହି ମୋ ସହ ଓଲଟା ପାଟିତୁଣ୍ଡ କରି ମୋ ମୁହଁ ବନ୍ଦ କରି ଦେଇଥିଲେ। ନୟାଗଡ଼ ଗୋଲେଇ ଟ୍ରାଫିକ ଛକ ଉପରେ ଥିବା ହୋଟେଲରେ ଲଗାମ ଲଗାଇବାକୁ ରାମଚନ୍ଦ୍ର ସାହୁ ନିବେଦନ କରିଛନ୍ତି। ଭାପୁରର ଭରତ ପ୍ରଧାନ କୁହନ୍ତି, ନୟାଗଡ଼ର ଜଗନ୍ନାଥ ହୋଟେଲରୁ ତାଡିଆ ଖାଉଥିଲି। ହେଲେ ତାଡିଆ ଭିତରୁ ଅସରପା ବାହାରିଲା। କହିବାରୁ ଅସରପା ଫୋପାଡି ଦେଇ କିଛି ନୁହଁ କହି ଖାଇବାକୁ ପରାମର୍ଶ ଦେଲେ। ଏପରିକି ମୋ ସହ ପାଟିତୁଣ୍ଡ କଲେ।
ନୟାଗଡ଼ର ଉମେଶ ସାହୁ କୁହନ୍ତି ହୋଟେଲ, ଢ଼ାବା, ଜଳଖିଆ ଦୋକାନ ଉପରେ ଲଗାମ ଦେବା ପାଇଁ ସ୍ବତନ୍ତ୍ର ଆଇନ ଅଣାଯିବା ଦରକାର। ଫୁଡ୍‌ ସେଫ୍ଟି ଅଫିସର ତାଗିଦ୍‌ ଏମାନଙ୍କୁ କାଟୁ କରୁନି। ନିମ୍ନମାନର ଖାଦ୍ୟ ସାମଗ୍ରୀ ଓ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଦ୍ୟ ନଁାରେ ଲୋକଙ୍କୁ ଅଖାଦ୍ୟ ପରଷୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଦରକାର। ଚଢ଼ାଉ, ଧରପଗଡ଼ ନ ଥିବାରୁ ଜିଲାର ୬ ସହର, ୮ ବ୍ଲକରେ ଭଲ ଖାଦ୍ୟ ମିଳୁ ନାହିଁ। ନୟାଗଡ଼ର ଜଣେ ପରିବା ଦୋକାନୀ କୁହନ୍ତି, ଅଧିକାଂଶ ହୋଟେଲ, ଢ଼ାବା ଓ ଜଳଖିଆ ଦୋକାନୀ ଶସ୍ତା ପନିପରିବା କିଣନ୍ତି। ପଚା, ଶୁଖିଲା ପନିପରିବାରେ ଖାଦ୍ୟ ତିଆରି ହେଲେ ଭଲ ଖାଦ୍ୟ ଆସିବ କୁଆଡୁ। ଆମେ ମଧ୍ୟ ନାଚାର। ବ୍ୟବସାୟକୁ ଆଖି ଆଗରେ ରଖି ମୋ ପରି କେତେଜଣ ପରିବା ବ୍ୟବସାୟୀ ଏପରି ପରିବା ହୋଟେଲ ପାଇଁ ରଖିଥାଉ। ଏନେଇ ଫୁଡ୍‌ ସେଫ୍ଟି ଅଫିସର ନବ କିଶୋର ସାହୁଙ୍କୁ ପ୍ରଶ୍ନ କରିବାରୁ ସେ କିଛି ନ କହି ଏଡାଇ ଯାଇଥିଲେ । ଜନସ୍ବାସ୍ଥ୍ୟ ଅଧିକାରିଣୀ ପୁଷ୍ପା ନିଳିମା ଲାକ୍ରା କୁହନ୍ତି, ଫୁଡ ସେପ୍ଟି ଅଫିସରଙ୍କୁ କହି ସହରର ଢ଼ାବା,ହୋଟେଲ ଓ ଜଳଖିଆ ଦୋକାନର ଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯିବ। ସାମ୍ପୁଲ ସଂଗ୍ରହ ହେବ। ତ୍ରୁଟି ଥିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?