ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ

କଟକ ଅଫିସ,୧୬ା୧୧: ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ। ରୋଗୀ ଏହାକୁ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ହେଲେ ଏହାକୁ ବିକ୍ରି କରି ପ୍ରସ୍ତୁତକାରୀ କମ୍ପାନୀ, ହୋଲ୍‌ସେଲର ଓ ଖୁଚୁରା ଦେକାନୀ ମାଲାମାଲ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କଟକ ସହର ଓ ଜିଲାର ଅନ୍ୟ ଅଞ୍ଚଳର କେତେଜଣ ରୋଗୀ ଗ୍ୟାଷ୍ଟ୍ରିକ ଓ ଏସିଡିଟି କାରଣରୁ ସୁକ୍ରାଲ ଏବଂ ସୁକ୍ରାଲ-ଓ ନାମକ ଔଷଧ ଖାଇଥିଲେ। ଏହା ପରେ ରୋଗ ନ କମିବା ସହ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ଏ ନେଇ ଅଭିଯୋଗ ପାଇବା ପରେ କଟକ ଭେଷଜ ନିରୀକ୍ଷକ-୧ ଓ ୩ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ। ଉଭୟ ଭେଷଜ ନିରୀକ୍ଷକ ତଦନ୍ତରୁ ଜାଣିବାକୁ ପାଇଲେ ଯେ କଲିକତାର କମ୍ପାନୀ ଷ୍ଟ୍ରାସେନବର୍ଗ ପ୍ରସ୍ତୁତ କରୁଥିବା ସୁକ୍ରାଲ ଏବଂ ସୁକ୍ରାଲ-ଓ ବ୍ରାଣ୍ଡ୍‌ର ନକଲି ଔଷଧ କଟକରେ ତିଆରି ହେଉଛି। ଏହି ନକଲି ଔଷଧଗୁଡିକୁ ହୋଲ୍‌ସେଲରମାନେ ଖୁଚୁରା ବ୍ୟବସାୟୀଙ୍କୁ ଶତ ପ୍ରତିଶତ ବୋନସ ଦେଇ ବିକ୍ରି କରୁଥିବା ସ୍ଥଳେ ଅସଲ କମ୍ପାନୀ ପକ୍ଷରୁ କୌଣସି ସ୍କିମ ନ ଥିବା କୁହାଯାଇଛି। ତେଣୁ ଉଭୟ ଭେଷଜ ନିରୀକ୍ଷକ ପୃଥକ୍‌ ଭାବେ ଚଢାଉ କରି ୩ଟି ହୋଲ୍‌ସେଲ ଓ ଦୁଇଟି ଖୁଚୁରା ଦୋକାନୀଙ୍କ ବିରୋଧରେ କଟକ ଉପଜିଲାପାଳ ଓ ଉପଖଣ୍ଡ ମାଜିଷ୍ଟେଟଙ୍କ ଠାରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ବ୍ୟକ୍ତିଙ୍କ ବାବଦରେ ଖୋଳତାଡ଼ ଚାଲିଥିବା ସହ ତଦନ୍ତ ଜାରି ରହିଛି।ଏହି କାରବାରର ଚେର କେନ୍ଦ୍ରାପଡା ଯାଏ ଲମ୍ବିଥିବା ଜଣାପଡିଛି। ବର୍ଷକ ପୂର୍ବେ କେନ୍ଦ୍ରାପଡାର ଜଣେ ବ୍ୟବସାୟୀ ଏହି ବ୍ରାଣ୍ଡର ନକଲ ତିଆରି କରିବା ଜଣାପଡିବା ପରେ ସେବେଠାରୁ ସେ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?