Posted inଖେଳ

ନଭେମ୍ବର ୧ରୁ ସାଇ ସେଣ୍ଟରଗୁଡ଼ିକ ପୁଣି ଖୋଲିବ

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ପୁଣି ଥରେ ଦେଶର ବିଭିନ୍ନ ସାଇ ସେଣ୍ଟରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବରରେ ୧ ତାରିଖରୁ ସାଇ ସେଣ୍ଟରଗୁଡିକ ଖୋଲିବ ଓ ଏଠାରେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହେବ ବୋଲି ବୁଧବାର ସ୍ପୋଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ କୁହାଯାଇଛି। ଏଥିପାଇଁ ଆଥଲେଟ୍‌ ତଥା ଟ୍ରେନିଙ୍କ ପାଇଁ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏହା ହେଲେ ଆଥଲେଟମାନେ ସେମାନଙ୍କ ଟ୍ରେନିଂ ସେଣ୍ଟରରେ ସହଜରେ ପହଞ୍ଚି ପାରିବେ ବୋଲି ସାଇ କହିଛି।
୫୦୦ କି.ମି. ଯାତ୍ରା କରିବାକୁ ଥିବା ଆଥଲେଟ୍‌ଙ୍କ ପାଇଁ ଏୟାର ଟିକେଟ୍‌ର ବ୍ୟବସ୍ଥା କରାଯିବ। ଅନ୍ୟମାନଙ୍କ ପାଇଁ ଟ୍ରେନ୍‌ରେ ଥାର୍ଡ ଏସିର ବ୍ୟବସ୍ଥା କରାଯିବ। ଉଲ୍ଲେଖଥାଉ କି, କରୋନା ଭାଇରସ୍‌ ସଂକ୍ରମଣ ପାଇଁ ମାର୍ଚ୍ଚ ୧୭ ତାରିଖରେ ଦେଶର ସବୁ ସାଇ ଟ୍ରେନିଂ ସେଣ୍ଟରକୁ ବନ୍ଦ କରିଦିଆଯାଇଥିଲା। ସବୁ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ। ସାଇ ସେଣ୍ଟରଗୁଡିକରେ ବାୟୋ ବବଲର ବ୍ୟବସ୍ଥା କରାଯିବ। ଦୀପାବଳି ପରେ ଆଥଲେଟମାନେ ଟ୍ରେନିଂରେ ଯୋଗ ଦେଇପାରିବେ। ସମସ୍ତଙ୍କୁ ଏସ୍‌ଓପି ଓ ନିୟମ ମାନିବାକୁ ହେବ ବୋଲି ସାଇ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?